୬ ମାସରେ ବିଦାୟ ନେଇଛନ୍ତି ଏହି ୧୨ କଳାକାର

ବମ୍ବେ: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ ଖରାପ ବର୍ଷ କହିଲେ ଭୁଲ ହେବ ନାହିଁ। ଏହି ୬ ମାସ ମଧ୍ୟରେ ବଲିଉଡ୍‌ ୧୩ଜଣ ଅଭିନେତାଙ୍କୁ ହରାଇଛି, ଯାହାକି ପ୍ରଶଂସକଙ୍କ ପାଇଁ କୌଣସି ଝଟ୍‌କାଠାରୁ କମ୍‌ ନୁହେଁ।

ଏପ୍ରିଲ ୨୯ ତାରିଖରେ ଅଭିନେତା ଇରଫାନ୍‌ ଖାଁଙ୍କ ଦେହାନ୍ତ ହୋଇଥିଲା। କର୍କଟରେ ପୀଡ଼ିତ ଥିଲେ ସେ। ଶେଷରେ ସେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ।

ଇରଫାନ୍‌ଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଅର୍ଥାତ ଏପ୍ରିଲ ୩୦ରେ ଅଭିନେତା ଋଷି କପୁରଙ୍କ ନିଧନ ହୋଇଥିଲା। ସେ ମଧ୍ୟ ଦୀର୍ଘ ଦିନରୁ କ୍ୟାନ୍‌ସରରେ ପୀଡ଼ିତ ଥିଲେ। କରୋନା ଯୋଗୁ ଲକ୍‌ଡାଉନ୍‌ କଟକଣା ଥିବାରୁ ଲୋକମାନେ ତାଙ୍କ ଶେଷ ଦର୍ଶନରେ ସାମିଲ ହୋଇପାରି ନ ଥିଲେ।

ଜୁନ୍‌ ୧ରେ ଗାୟତ ତଥା ଖ୍ୟାତନାମା ସଙ୍ଗୀତକାର ଓ୍ବାଜିଦ୍‌ ଖାଁଙ୍କ ପରଲୋକ ଘଟିଥିଲା। ସେ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଏବେ ବି ପ୍ରଶଂସକ ଦୁଃଖରେ ଅଛନ୍ତି। ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଥିଲେ।

୨୦୨୦ରେ ଅଭିନେତା ମୋହିତ ବଘେଲଙ୍କ ମୃତ୍ୟୁ ଘଟିଛି। ମେ ୨୩ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କ୍ୟାନ୍‌ସର ସହ ଲଢ଼ୁଥିବା ବେଳେ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା।

ମେ ୧୬ରେ ମନମିତ ଗ୍ରେଭାଲ ଆତ୍ମହତ୍ୟା କରିଛନ୍ତି। ସେ ଟେଲିଭିଜନ ଜଗତର ପରିଚିତ ନାମ ଥିଲେ। ଅଭିନେତା ସଚିନ କୁମାର ମେ’ ୧୫ ତାରିଖରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ଏହାଛଡ଼ା ଲୋକପ୍ରିୟ ଗାୟକ ଯୋଗେଶ ଗୌରଙ୍କ ମେ’ ୨୯ ତାରିଖରେ ମୃତ୍ୟୁ ଘଟିଛି। ମେ’ ୧୦ ତାରିଖରେ ଅଭିନେତା ସାଇ ଗୁଣ୍ଡେବରଙ୍କ ନିଧନ ହୋଇଛି।

ଧାରାବାହିକ କ୍ରାଇମ୍‌ ପାଟ୍ରୋଲର ଅଭିନେତା ସଫିକ୍‌ ଅନ୍‌ସାରୀଙ୍କ କ୍ୟାନ୍‌ସରରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି। ବାସୁ ଚାଟାର୍ଜୀ ମଧ୍ୟ ୨୦୨୦ରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ୨୫ ବର୍ଷ ବୟସରେ ଅଭିନେତ୍ରୀ ପ୍ରେକ୍ଷା ମେହେଟ୍ଟା ଆତ୍ମହତ୍ୟା କରିଛନ୍ତି। ସେ କ୍ରାଇମ୍‌ ପାଟ୍ରୋଲରେ ନଜର ଆସୁଥିଲେ। ଏହାଛଡ଼ା ଅଭିନେତ୍ରୀ ନିମ୍ମିଙ୍କ ଦେହାନ୍ତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri