ସାହିତ୍ୟ ପ୍ରତି ରୁଚି ରହୁ

ବଇଣ୍ଡା,୧୬।୬(ଡି.ଏନ.ଏ.)-ଆଧୁନିକ ଯୁଗରେ ପୁରାତନ ସଂସ୍କୃତି ଲୋପ ପାଇବାରେ ଲାଗିଛି। ହେଲେ କେତେକ କବିଙ୍କ ଯୋଗୁ ସାହିତ୍ୟ ବଞ୍ଚି ରହିଛି। ଓଡ଼ିଆ ଭାଷାକୁ ସାରା ଦେଶରେ ପରିଚିତ କରିବା ପାଇଁ କବିମାନେ ବହୁ ପରିଶ୍ରମ କରିଆସୁଛନ୍ତି। ତେଣୁ ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେଇ ସାହିତ୍ୟ ପ୍ରତି ସମସ୍ତଙ୍କ ରୁଚି ରହିବା ଆବଶ୍ୟକ ବୋଲି ଶନିବାର କିଶୋରନଗର ବ୍ଲକ ବଣିନାଳୀ ବିଶ୍ୱ ଯୁବକେନ୍ଦ୍ର ପରିସରଠାରେ ତ୍ରିଧାରା ସାହିତ୍ୟ ସଂସଦ ଓ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ତ୍ରିଧାରା ସାହିତ୍ୟ ସଂସଦର ଶିଶୁ ପତ୍ରିକା ‘ତୁଳସୀ’ ପୁସ୍ତକର ଉନ୍ମୋଚିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଏହା କହିଛନ୍ତି। ବିଶ୍ୱ ଯୁବକେନ୍ଦ୍ର ସଭାପତି ଡ. ନନ୍ଦକିଶୋର ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ତ୍ରିଧାରା ସାହିତ୍ୟ ସଂସଦର ସଭାପତି ଶିବତ୍ସ ପ୍ରଧାନ, ବଇଣ୍ଡା ଛକ ବିକାଶ ପରିଷଦର ସମ୍ପାଦକ ଜିତେନ୍ଦ୍ର ବେହେରା, ପ୍ରଦୀପ ଘିଓ୍ବାଲା, ତ୍ରିଧାରା ସାହିତ୍ୟ ସଂସଦର କୋଷାଧ୍ୟକ୍ଷ ସୁଜିତ୍‌ ରଣା, ବିଶ୍ୱ ଯୁବକେନ୍ଦ୍ରର ସହସମ୍ପାଦକ ରଜନୀକାନ୍ତ ଦେହୁରି, ଘନଶ୍ୟାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ୱ ଯୁବକେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ସଂସଦର ସମ୍ପାଦକ ଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବଇଣ୍ଡା ଅଞ୍ଚଳର ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ବିଶ୍ୱ ଯୁବକେନ୍ଦ୍ରର ସମ୍ପାଦିକା ନମିତା ପ୍ରଧାନ ବିଧାୟକ ସାଏଙ୍କୁ ପ୍ରଦାନ କରିଥିଲେ। ଏଥିରେ ବଣିନାଳୀ, ଲୁହାମୁଣ୍ଡା ସଂର୍କୀତ୍ତନ ମଣ୍ଡଳୀ ସହ ବୁଦ୍ଧିଜୀବୀ, ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri