ଚାଇନା ନୁହେଁ: ୯ ମାସ ପୂର୍ବରୁ ସ୍ପେନରେ ଦେଖାଦେଇଥିଲା କରୋନା ଭାଇରସ !

ବାର୍ସିଲୋନା,୨୮।୬: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏହା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ସୂଚନା ରହିଛି। ହେଲେ ନିକଟରେ ସ୍ପେନ ବାର୍ସିଲୋନା ୟୁନିଭର୍ସିଟିର ବିଶେଷଜ୍ଞମାନେ ଦାବି କରିଛନ୍ତି କି କରୋନା ଭାଇରସ ଚାଇନାରେ ଦେଖାଦେବାର ୯ ମାସ ପୂର୍ବରୁ ସ୍ପେନରେ ଦେଖାଦେଇଥିଲା। କରୋନା ଭାଇରସକୁ ନେଇ ଗବେଷଣା କରୁଥିବା କେତେଜଣ ବିଶେଷଜ୍ଞ ଏହା ସ୍ପେନର ମଇଳା ପାଣିରେ ପ୍ରଥମେ ଦେଖାଦେଇଥିବା ଦାବି କରିଛନ୍ତି। ସେମାନଙ୍କ ମତରେ ଏହା ସ୍ପନରେ ମାର୍ଚ୍ଚ ୨୦୧୯ରେ ମିଳିଥିଲା। ତେଣୁ ଏହାର ୯ ମାସ ପରେ ଅର୍ଥାତ୍‌ ଡିସେମ୍ବର ୨୦୧୯ରେ ଚାଇନାରେ କରୋନା ଭାଇରସରର ଉପସ୍ଥିତି ସାମ୍ନାକୁ ଆସିଥିଲା। ଚାଇନାର ବିଶେଷଜ୍ଞମାନେ ମଧ୍ୟ ଏହା କହିଥିଲେ। ଏମିତିକି ଇଟାଲୀରେ ମଧ୍ୟ କରୋନା ଭାଇରସର ଉତ୍ପତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଏବେ କରୋନା ଭାଇରସର ଉତ୍ପତ୍ତିକୁ ନେଇ ଚାଲିଥିବା ଆଲୋଚନାରେ ଏକ ନୂଆ ମୋଡ ଆସିଥିବା କୁହାଯାଉଛି। ସ୍ପେନର ବିଶେଷଜ୍ଞମାନେ କହିଛନ୍ତି ପ୍ରଥମେ ମାର୍ଚ୍ଚ ୧୨ , ୨୦୧୯ରେ ସେଠାକାର ମଇଳା ପାଣିରେ କରୋନା ଭାଇରସ ମିଳିଥିଲା। ବାର୍ସିଲୋନା ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନରେ ସାର୍ସ-କୋଭିଡ-୨ରେ ଏହା ଦାବି କରାଯାଇଛି। ଏଥିପାଇଁ ସ୍ପେନର ବିଭିନ୍ନ ସହରରୁ ଜାନୁୟାରି ୨୦୧୮ରୁ ଡିସେମ୍ବର ୨୦୧୯ ମଧ୍ୟରେ ଭିନ୍ନ ଭିନ୍ନ ତାରିଖରେ ମଇଳା ଜଳର ନମୁନା ସଂଗ୍ରହ କରାଯାଇଥିଲା। ଏଥିମଧ୍ୟରୁ ଗୋଟିଏ ନମୁନାକୁ ବାଦ୍‌ ଦେଲେ ବାକି ସମସ୍ତ ନମୁନାରେ କୋଭିଡ-୧୯ ଭୂତାଣୁ ଥିବା ଜଣାପଡିଥିଲା। ହେଲେ ଏସମ୍ପର୍କରେ ଜଣା ନ ଥିବାରୁ ଏହାକୁ ଫ୍ଲୁ ଭାବି ଚିକିତ୍ସା କରାଯାଉଥିବା ବିଶେଷଜ୍ଞମାନେ କହିଛନ୍ତି। ଫଳରେ ଏହା ଅଧିକ ସଂକ୍ରମଣ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri