ମହିଳା ଅବତାରରେ କେମିତି ଦେଖାଯାଉଛନ୍ତି ସିଏସ୍‌କେ ତାରକା ଧୋନୀ-ରାଇନା

ଚେନ୍ନାଇ, ୨୫।୬- ବର୍ତ୍ତମାନ ସୋସିଆଲ ମିଡିଆରେ ଜେଣ୍ଡର ସ୍ବାପ୍‌ ଜରିଆରେ କ୍ରିକେଟର୍‌ଙ୍କ ‘ଫିମେଲ ଭର୍ସନ’ ବା ମହିଳା ଅବତାର ରୂପ ଦେଖିବାକୁ ମିଳୁଛି। ବିଭିନ୍ନ ଷ୍ଟାର୍‌ କ୍ରିକେଟର୍‌ଙ୍କ ମହିଳା ରୂପର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ମହିଳା ରୂପରେ କ୍ରିକେଟର୍‌ଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏହିକ୍ରମରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଦଳ ଏହାର କିଛି ପ୍ରମୁଖ ଖେଳାଳିଙ୍କ ମହିଳା ଅବତାର ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛି। ସିଏସ୍‌କେ ପକ୍ଷରୁ ଶେୟାର କରାଯାଇଥିବା ୧୨ ଜଣିଆ ମହିଳା ଅବତାର ତାଲିକାର ପ୍ରଥମ ଧାଡ଼ିର ବାମରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ସୁରେଶ ରାଇନା, ଶେନ୍‌ ଓ୍ବାଟସନ ଓ ଅମ୍ବାତି ରାୟୁଡୁ ରହିଛନ୍ତି। ସେହିଭଳି ଦ୍ୱିତୀୟ ଲାଇନର ବାମରୁ କେଦାର ଯାଦବ, ଶାର୍ଦ୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା ଓ ଫାଫ୍‌ ଡୁ ପ୍ଲେସିସ ଏବଂ ଅନ୍ତିମ ତଥା ୩ୟ ଲାଇନରେ ଦୀପକ ଚହର, ମିଚେଲ ସାଣ୍ଟନର, ଲୁନ୍‌ଗୀ ଏନ୍‌ଗିଡି ଓ ଡ୍ବେନ ବ୍ରାଭୋଙ୍କ ମହିଳା ଅବତାର ଫଟୋ ରହିଛି। ଏହି ଫଟୋ ତଳେ ସିଏସ୍‌କେ ପକ୍ଷରୁ କ୍ୟାପସନରେ ଲେଖା ଯାଇଛି ‘ଚେନ୍ନାଇ ସୁପର କିଙ୍ଗ୍ସର ରାଣୀମାନେ ତୁମକୁ ସମସ୍ତେ ଭଲ ପାଆନ୍ତି’। ଏହି ଫଟୋଟି ଏବେ ଚାରିଆଡ଼େ ଭାଇରାଲ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବା...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri