ନୂଆଦିଲ୍ଲୀ,୨୪।୬: ଚଳିତ ମାସ ୨୦ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକ ୧୯ ଲକ୍ଷ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଙ୍କୁ ପ୍ରାୟ ୭୯ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏହି ସମୟରେ ବ୍ୟାଙ୍କ ୩୫ହଜାର କୋଟି ଟଙ୍କାର ଋଣ ଅନ୍ୟ ବ୍ୟବସାୟ କ୍ଷେତ୍ରକୁ ପ୍ରଦାନ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ଗତ ମାସ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଆତ୍ମ ନିର୍ଭର ଭାରତ ଯୋଜନାରେ ଏମ୍ଏସ୍ଏମ୍ଇ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେବା ଲାଗି କୁହାଯାଇଥିଲା। ସରକାର ଏମ୍ଏସ୍ଏମ୍ଇ ମାଧ୍ୟମରେ ନିମ୍ନସ୍ତରରୁ ଆର୍ଥିକ ସ୍ଥିତିର ସୁଧାର ଆଣିବା ଲକ୍ଷ୍ୟରେ ବିଭିନ୍ନ ଘରୋଇ ଓ ସରକାରୀ ବ୍ୟାଙ୍କ ଜରିଆରେ ଏହି ସୁବିଧା ଯୋଗାଇ ଦେଉଥିବା ବିଷୟରେ ଅର୍ଥମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଜନିତ ସମସ୍ୟା ଓ ଲକ୍ଡାଉନ କାରଣରୁ ବାଣିଜି୍ୟକ କାରବାର ହ୍ରାସରେ ସୁଧାର ଆଣିବା ପାଇଁ ଏହି ସୁବିଧା ଯୋଗାଇ ଦିଆଯାଉଥିବା ଜଣାପଡିଛି।
୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP
ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...
ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...
ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି
ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...
Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା
ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...
ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍ ଅଟକି ରହିବ ଆପଣଙ୍କ ଟଙ୍କା
ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...
ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ
ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...
୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?
ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
Archives


