ଘର ଭିତରେ ପଶିଗଲା ହାତୀ, ଦେଢ଼ ଘଣ୍ଟା ଧରି ଫସି ରହିଲା ପରିବାର

ଢେଙ୍କାନାଳ ଅଫିସ, ୨୨।୬-ଗୋଟିଏ କୋଠରିରେ ହାତୀ, ଅନ୍ୟ କୋଠରିରେ ପରିବାରର ୭ ପ୍ରାଣୀ। ମୃତ୍ୟୁ ସହ ମୁହାଁମୁହିଁ। ଜୀବନ ବଞ୍ଚାଇବାକୁ ଦେଢ଼ଘଣ୍ଟାର ସଂଘର୍ଷ। ଶେଷରେ ବନ ବିଭାଗ ସହାୟତାରେ ଝରକା ତାଡ଼ି ଉଦ୍ଧାର ହେଲେ ପରିବାର ଲୋକେ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତିଯାଇଛନ୍ତି କାର୍ତ୍ତିକ ସାମଲଙ୍କ ପରିବାର ସଦସ୍ୟ।
ଘର ଭିତରେ ଥିବା ଆମ୍ବ, ପଣସ ବାସ୍ନାରେ ଆକୃଷ୍ଟ ହୋଇ ଶନିବାର ରାତି ପ୍ରାୟ ସାଢେ ୧ଟା ବେଳେ କାର୍ତ୍ତିକଙ୍କ କୋଠାଘର ଭିତରକୁ ଏକ ମାଈ ହାତୀ ପଶିଯାଇଥିଲା। ହାତୀକୁ ଦେଖି ପରିବାର ଲୋକେ ପ୍ରାଣବିକଳରେ ଏକ କୋଠରିରେ ପଶି ଭିତରପଟୁ କବାଟ ଦେଇ ଦେଇଥିଲେ। ପାଖାପାଖି ଦେଢ଼ଘଣ୍ଟା ଧରି ହାତୀଟି ଘର ଭିତରେ ଆତଙ୍କ ସୃଷ୍ଟି କରିଥିଲା। କାର୍ତ୍ତିକଙ୍କଠାରୁ ସୂଚନା ପାଇ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରି ନାକେଦମ ହୋଇଥିଲେ। ତେବେ ହାତୀଟି ଘରୁ ବାହାରି ନ ଥିଲା। ଏହାପରେ ଝରକା ତାଡ଼ି ବହୁ କଷ୍ଟରେ ପରିବାର ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ବାଣ ଫୁଟାଇବା ପରେ ହାତୀଟି ଭୟଭୀତ ହୋଇ ଘରୁ ବାହାରି ଜଙ୍ଗଲକୁ ପଳାଇ ଯାଇଥିଲା। ଯିବା ବାଟରେ ହାତୀଟି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଦେଇଛି। ସେହିପରି କାର୍ତ୍ତିକଙ୍କ ଘରେ ଥିବା ପାଚିଲା ଫଳ ସମେତ ଅନ୍ୟ ଜରୁରୀ ଖାଦ୍ୟ ସାମଗ୍ରୀ ଖାଇଯାଇଥିଲା।
ଏ ନେଇ ଫରେଷ୍ଟର ପ୍ରଶାନ୍ତ ପାଣିଗ୍ରାହୀ କୁହନ୍ତି, ଘରେ ଥିବା ପାଚିଲା ଫଳ ବାସ୍ନା ବାରି ହାତୀଟି ଘରେ ପଶିଯାଇଥିଲା। ସୂଚନା ପାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝରକା ତାଡ଼ି ତାଙ୍କୁ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନପହ୍ଲା କିଆରି ନଷ୍ଟ କଲେ ବାର୍‌ହା ପଲ: ରବି ଫସଲ ପାଇଁ ଜମିରେ ବୁଣିଥିଲେ…

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ନ ପାରି ହଟହଟାର...

ରାସ୍ତା ମଝିରେ ଅଟକାଇଲେ: ପରେ ଝାମ୍ପିନେଲେ ୧୦ କେଜି ରୁପା

ପୋଲସରା,୧୨।୨: ବ୍ୟବସାୟୀଙ୍କୁ ଅଟକାଇ ଝାମ୍ପିନେଲେ ୧୦ କେଜି ରୁପା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ମୋହନାପଲ୍ଲୀରେ। ବ୍ୟବସାୟୀଙ୍କୁ ଅଟକାଇ ଲୁଟିନେଲେ ୨ ଦୁର୍ବୃତ୍ତ।...

ଭୟଙ୍କର ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟ ନେଲାବେଳେ ଓଲଟିଲା ଟ୍ରାକ୍ଟର

ପୋଲସରା,୧୨।୨: ଭୟଙ୍କର ଦୁର୍ଘଟଣା। ଟ୍ରାକ୍ଟର ଓଲଟି ଜଣେ ମୃତ, ୪ ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ପାଟଣାରେ। ବିଦ୍ୟୁତ ଖୁଣ୍ଟକୁ...

ଏଲିଭେଟେଡ଼ କରିଡ଼ର: ବଦଳିବ ଜୟଦେବ ବିହାର-ନନ୍ଦନକାନାନ ରାସ୍ତାର ରୂପରେଖ

ଭୁବନେଶ୍ୱର,୧୨।୧: ବଦଳିବ ଜୟଦେବ ବିହାର-ନନ୍ଦନକାନାନ ରାସ୍ତାର ରୂପରେଖ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବାକୁ ଥିବା ସ୍ବତନ୍ତ୍ର ଏଲିଭେଟେଡ଼ କରିଡ଼ର’ର...

ବାଇକ୍‌ ନେଇ ସିଧା ପିଟିଦେଲେ ଦୋକାନ ଘରେ, ଆଉ ତା’ ପରେ…

ବାସୁଦେବପୁର,୧୨ା୧(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁରଠାରେ ଏକ ଦୋକାନ ଘରକୁ ଧକ୍କା ଦେଇ ଦୁଇ ବାଇକ୍‌ ଆରୋହୀ...

ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ

ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ...

ମା’ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଭଉଣୀ-ଭାଇ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା...

ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

ଭୋଗରାଇ, ୧୨l ୧( ପ୍ରଦୀପ ଦାସ ): ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri