Posted inରାଜ୍ୟ

ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଯାପିତ: ପୁରୁଷ ବିଭାଗରେ କଟକ, ମହିଳା ବିଭାଗରେ ଗୁଗୁଲ ସ୍ପୋର୍ଟିଂ ଚାମ୍ପିୟନ

ରସୁଲପୁର,୧୬ା୬(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରଠାରେ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଶୁକ୍ରବାର ରାତିରେ ଉଦ୍‌ଯାପିତ ହୋଇଛି। ଏଠାରେ ଅନୁଷ୍ଠିତ ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା। ପୁରୁଷ ବିଭାଗର ଫାଇନାଲରେ ପ୍ରତିଷ୍ଠିତ କଟକ କବାଡି ଦଳ ଦୃଢ ପ୍ରତିପକ୍ଷ ଗୁଗୁଲ ସ୍ପୋର୍ଟିଂକୁ ପରାସ୍ତ କରି ଚାମ୍ପିୟନ ହୋଇଥିବାବେଳେ ମହିଳା ବିଭାଗରେ ଗୁଗୁଲ ସ୍ପୋର୍ଟିଂ ଭୁବନେଶ୍ୱର ଦଳ ଆୟୋଜକ କୁଆଖିଆ ସ୍ପୋର୍ଟିଂକୁ ପରାସ୍ତ କରି ଚଳିତବର୍ଷ ପାଇଁ ଟ୍ରଫି ହାସଲ କରିଛନ୍ତି।

ପ୍ରଥମେ ଅନୁଷ୍ଠିତ ମହିଳା ବିଭାଗର ଫାଇନାଲ ମ୍ୟାଚ୍‌ରେ ଗୁଗୁଲ ସ୍ପୋର୍ଟିଂ ଓ କୁଆଖିଆ ମଧ୍ୟରେ ଖେଳା ଯାଇଥିଲା। ଖେଳ ଆରମ୍ଭରୁ ଖୁବ୍‌ ଚିତାକର୍ଷକ ହୋଇଥିଲା। ସମ୍ପୂର୍ଣ୍ଣ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା। ମାତ୍ର ମ୍ୟାଚ ଶେଷ ବେଳକୁ ଗୁଗୁଲ ସ୍ପୋର୍ଟିଂକୁ ୨୪ ପଏଣ୍ଟ ମିଳିଥିବାବେଳେ କୁଆଖିଆ ସ୍ପୋର୍ଟିଂ ୨୨ ପଏଣ୍ଟ ହାସଲ କରିଥିଲା। ଆୟୋଜକ ଦଳ ମାତ୍ର ୨ ପଏଣ୍ଟ ପଛରେ ରହି ଚାମ୍ପିୟନ ହେବାରୁ ବଞ୍ଚତ୍ତ ହୋଇଥିଲା। ସେହିଭଳି ପୁରୁଷ ଫାଇନାଲ ମ୍ୟାଚ କଟକ ଓ ଗୁଗୁଲ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍‌ ଶେଷ ସୁଦ୍ଧା କଟକ ଦଳ ୩୦ ପଏଣ୍ଟ ହାସଲ କରିଥିବାବେଳେ ଗୁଗୁଲ ଟିମ୍‌କୁ ୧୪ ପଏଣ୍ଟ ହାସଲ କରି ପରାଜୟ ବରଣ କରିଥିଲା ା ଟ୍ରଫି ପ୍ରଦାନ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଭୟ ମହିଳା ଓ ପୁରୁଷ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। କୁଆଖିଆ ସ୍ପୋର୍ଟିଂ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଗୁପାଳ ସରପଞ୍ଚ ଭାବାନୀ ଶଙ୍କର ପଣ୍ଡା, ବାହାଦଲାପୁର ସମିତି ସଭ୍ୟ ବିଜୟ ଦାସ, ପୂର୍ବତନ ସରପଞ୍ଚ ଶିଶିର କୁମାର ମହାନ୍ତି, ଶ୍ରୀଧର ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। କ୍ଲବର ସମ୍ପାଦକ ଚନ୍ଦ୍ର ଶେଖର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁବନେତା ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri