ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ବିରୋଧ

ବାଲିଆପାଳ, ୧୯।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ୬ଟି ପଞ୍ଚାୟତରେ ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ସମ୍ପୃକ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଏବଂ ସମିତିସଦସ୍ୟମାନେ ବିରୋଧ କରିବା ସହିତ ତୁରନ୍ତ ଏହାକୁ ବନ୍ଦ ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ା ବାଲିଆପାଳରେ ଚଉମୁଖଠାରେ ସୁବର୍ଣ୍ଣରେଖା ବନ୍ଦର ପାଇଁ ଟାଟା କମ୍ପାନୀ ଏବଂ ଚେନ୍ନାଇର କ୍ରିଏଟିଭ ପୋର୍ଟ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଏହାପରେ ଏବେ ରାଜ୍ୟ ସରକାର ଏହି ବ୍ଲକର ବେତଗଡ଼ିଆ, ଅଁଳାଡ଼ିହା, ନୂଆଗାଁ, ଜଗତିପୁର, ଜମ୍ଭିରାଇ, ପଞ୍ଚୁପାଲି ଆଦି ପଞ୍ଚାୟତର ୩୫ଶହ ଏକର ଜାଗାରେ ହଳଦିଆ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ନିର୍ମାଣ ପାଇଁ କମ୍ପାନୀଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ସରକାରଙ୍କ ପକ୍ଷରୁ ଇଡ଼କୋ ସରକାରୀ ଏବଂ ଘରୋଇ ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟ କରୁଛି ା ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବାଲିଆପାଳ ତହସିଲଦାର ଜନଅଭିଯୋଗ ଶୁଣାଣି କରୁଛନ୍ତି। ମାତ୍ର ଏହାକୁ ସମ୍ପୃକ୍ତ ପଞ୍ଚାୟତବାସୀ ବିରୋଧ କରୁଛନ୍ତି।
ଏସବୁ ପଞ୍ଚାୟତରେ ଜନସାଧାରଣ ୭୦ରୁ ୮୦ ବର୍ଷ ଧରି ସରକାରୀ ଜାଗାରେ ବସବାସ କରିଆସୁଛନ୍ତି। ସେଠାରେ ସେମାନେ ଘର କରି ସ୍ଥାୟୀ ଭାବେ ବାସ କରୁଛନ୍ତି। ଏସବୁ ଅଞ୍ଚଳ ଅତି ଉର୍ବର ହୋଇଥିବାରୁ ସେମାନେ ଧାନ, ପାନ, ଚିନାବାଦାମ, କାଜୁ ଆଦି ଚାଷ କରି ସ୍ବଛଳରେ ଜୀବନ କଟାଉଛନ୍ତି। ଏପରି ଏକ ଉର୍ବର ଜମିକୁ ସରକାର କମ୍ପାନୀକୁ ଦେବା ପାଇଁ କରିଥିବା ଚୁକ୍ତିକୁ ବାତିଲ୍‌ ପାଇଁ ବେତଗଡ଼ିଆ ସରପଞ୍ଚ ବାଦଲ ବାଡ଼ି, ସମିତି ସଦସ୍ୟ ସନ୍ତୋଷ ଗିରି, ଆଳାଡ଼ିହା ପଞ୍ଚାୟତର ନିରଞ୍ଜନ କୁହ୍ଲାରୀ, ପୂର୍ଣ୍ଣଚନ୍ଦ୍ର ଜେନା, କମଳଲୋଚନ କର, ଜମ୍ଭିରାଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ନାୟକ, ସଦସ୍ୟ ପ୍ରତିନିଧି କମଳାକାନ୍ତ ମାଝି, ଉପେନ୍ଦ୍ର ଜେନା, ତପନ ଜେନା, ଗଣେଶ ପାତ୍ର, ଶିବ ଜେନା, ଅନନ୍ତ ସାମନ୍ତରାୟ ପ୍ରମୁଖ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି। ସରକାର ଏହାର ପୁନଃ ବିଚାର ନ କଲେ ଆଗାମୀ ଦିନରେ ନିଜ ଜନ୍ମମାଟିର ସୁରକ୍ଷା ପାଇଁ ଅଶୀଦଶକର କ୍ଷେପଣାସ୍ତ୍ର ବିରୋଧୀ ଆନ୍ଦୋଳନର ପୁନରାବୃତ୍ତି ଘଟିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେହିପରି ନୂଆଗାଁଠାରେ ଏହି ପ୍ରକଳ୍ପକୁ ବିରୋଧ କରି ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧର ପଢ଼ିଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ସୁଷମା ଦଳାଇ, ସମିତି ସଦସ୍ୟ ସବିତା ପାତ୍ର, ଚକ୍ରଧର ଗିରି, ମନ୍ମଥ ଗିରି ପ୍ରମୁଖ ଯୋଗଦେଇ ପେଟ୍ରୋକେମିକାଲ୍ସ ପ୍ରକଳ୍ପକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ବବିଙ୍କ କାଉଣ୍ଟର ଆଟାକ୍‌, କହିଦେଲେ ଏମିତି…

ଭୁବନେଶ୍ୱର,୩।୫: ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର ଆଟାକ୍‌ କରିଛନ୍ତି ବବି ଦାସ। ସେ କହିଛନ୍ତି, ଯେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri