୩୦ସ୍ଥାନରେ ମନ୍ଦିରରେ ହେବ ରଥ ପର୍ବ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ଯୋଗୁ ପୁରୀରେ ରଥଯାତ୍ରା ହେବ ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ। ଅପରପକ୍ଷରେ ରାଜ୍ୟର ୩୦ଟି ସ୍ଥାନରେ ଥିବା ପ୍ରମୁଖ ମନ୍ଦିର ପରିସରରେ ରଥପର୍ବ ଆୟୋଜନ କରିବାକୁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଟଣା ସମ୍ଭବ ନୁହେଁ। ତେଣୁ ମନ୍ଦିର ପରିସରରେ ବିଧି ରକ୍ଷା ନିମନ୍ତେ କେବଳ ସେବାୟତଙ୍କ ଦ୍ୱାରା ଏହି ପର୍ବ ସମାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତବିହୀନ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ପ୍ରଭାବିତ କରୁଥିଲେ ସୁଦ୍ଧା ଜନସମାଗମକୁ ଅନୁମତି ଦିଆଯିବା ଉଚିତ ହେବ ନାହିଁ। ତେଣୁ ଏଥର ବାରିପଦାର ହରିବଳଦେବଙ୍କ ରଥ, ବାହୁଡ଼ା ଯାତ୍ରା ସବୁଥର ଭଳି କରାଯିବା ସମ୍ଭବପର ନୁହେଁ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଏହା କେବଳ ସେବାୟତମାନଙ୍କ ସହଯୋଗରେ ମନ୍ଦିର ଭିତରେ ପାଳିତ ହେବ ବୋଲି କୁହାଯାଇଛି। ସେହିପରି ବାଲେଶ୍ୱର ଜିଲା ଖଗଡ଼ପଲର ଜଗନ୍ନାଥ ମନ୍ଦିର, ବାଲିଆପାଳ ଜଗନ୍ନାଥ ମହାପ୍ରଭୁ ମନ୍ଦିର, ଜନୁଗଞ୍ଜ ଜଗନ୍ନାଥ ରଥଯାତ୍ରା କମିଟି, ସୋର ଜଗନ୍ନାଥ ମନ୍ଦିର, ଜଳେଶ୍ୱର ଇସ୍କନ ମନ୍ଦିର, ରାୟପୁର ଜଗନ୍ନାଥ ମନ୍ଦିର, ମୁବାରକପୁର ଜଗନ୍ନାଥ ମନ୍ଦିର, ରେମୁଣା ଜଗନ୍ନାଥ ମନ୍ଦିରରେ ପୂର୍ବ ବର୍ଷଗୁଡିକ ଭଳି ରଥଯାତ୍ରା ହେବନାହିଁ। ଏଥର ସେବାୟତମାନଙ୍କ ସହଯୋଗରେ ମନ୍ଦିର ପରିସରରେ ସବୁକିଛି କରାଯିବ। ସେହିପରି କନ୍ଧମାଳ ଜିଲାର ଫୁଲବାଣୀ, ବାଲିଗୁଡା, ବଲାଙ୍ଗୀର ଜିଲାର ସବ୍‌ଡିଭିଜନ ଏବଂ ଟିଟିଲାଗଡ ସବ୍‌ଡିଭିଜନ, ସମ୍ବଲପୁରର ଦେବୋତ୍ତର କମିଟି ଏବଂ ଜଗନ୍ନାଥ କଲୋନୀ ପୂଜା କମିଟି, ଧନୁପାଲି ରଥଯାତ୍ରା କମିଟି, ସମ୍ବଲପୁର ସହରର କ୍ଷେତ୍ରଜପୁର ରଥଯାତ୍ରା କମିଟି, ମୟୂରଭଞ୍ଜ ଜିଲାର ୬ଟି ସ୍ଥାନ ଏବଂ ଗଜପତି ଜିଲାର ପାରଳାଖେମୁଣ୍ଡି ରଥଯାତ୍ରା କମିଟି ଓ ଆର୍‌ ଉଦୟଗିରି ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ କେବଳ ମନ୍ଦିର ପରିସର ମଧ୍ୟରେ ରଥଟଣା ବିଧି ସମାପନ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri