Posted inଖେଳ

ଜୁନିୟର ହକି : ସଞ୍ଜୟଙ୍କ ଡବଲ ଗୋଲ୍‌, ଅଷ୍ଟ୍ରିଆକୁ ହରାଇଲା ଭାରତ

ମାଡ୍ରିଡ୍‌, ୧୫ା୬ (ପି.ଟି.): ସଞ୍ଜୟଙ୍କ ଡବଲ୍‌ ଗୋଲ ସହାୟତାରେ ଭାରତୀୟ ଜୁନିୟର ପୁରୁଷ ଦଳ ଏଠାରେ ଚାଲିଥିବା ୮-ରାଷ୍ଟ୍ରୀୟ ୨୧ ବର୍ଷରୁ କମ୍‌ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟରେ ଅଷ୍ଟ୍ରିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିଲା। ପ୍ରଥମ କ୍ୱାର୍ଟର ଖେଳରେ ଭାରତକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ଚମତ୍କାର ଡ୍ରାଗ୍‌ ଫ୍ଲିକ୍‌ ଦ୍ୱାରା ସଞ୍ଜୟ ଏହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ସଞ୍ଜୟ ତାଙ୍କ ଦ୍ୱିତୀୟ ଗୋଲ ମଧ୍ୟ ପେନାଲ୍ଟି କର୍ନର ଜରିଆରେ ୨୩ତମ ମିନିଟ୍‌ରେ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟର ଖେଳରେ ଅଲିଭର କେରନ (୩୪ତମ ମିନିଟ)ଙ୍କ ଗୋଲ ସହାୟତାରେ ଅଷ୍ଟ୍ରିଆ ଗୋଲ ବ୍ୟବଧାନକୁ ହ୍ରାସ କରିଥିଲା। ମାତ୍ର ଏହାର ୧ ମିନିଟ୍‌ ପରେ ରାହୁଲ ରାଜୀବ ଏକ ଗୋଲ ସ୍କୋର କରି ଭାରତକୁ ୩-୧ ଗୋଲ୍‌ରେ ଆଗୁଆ କରିଥିଲେ। ଏହି କ୍ୱାର୍ଟରରେ ଦୁଇ ଦଳ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଥିଲେ। ପରେ ୪୯ତମ ମିନିଟ୍‌ରେ ଫିଲିପ୍‌ ସ୍କିପାନ୍‌ ଅଷ୍ଟ୍ର୍ରିଆ ତରଫରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ତେବେ ୫୧ତମ ମିନିଟ୍‌ରେ ପ୍ରଭଜୋତ ସିଂଙ୍କ ଗୋଲ ଯୋଗୁ ଭାରତ ପୁଣି ୨ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଭାରତ ରବିବାର ୫ ଓ ୬ଷ୍ଠ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri