ଗୁପ୍ତେଶ୍ୱର ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ

ବୈପାରୀଗୁଡା,୧୦ା୬ (ଡି.ଏନ୍‌.ଏ.)-କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ନିକଟସ୍ଥ ଜଙ୍ଗଲରୁ ପୋଲିସ ବ୍ୟାପକ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ଏ ନେଇ ବୁଧବାର ଥାନା ପରିସରରେ ଜୟପୁର ଏସଡିପିଓ ବରୁନ ଗୁଣ୍ଠପାଲି ଆୟୋଜିତ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ପୂର୍ବ ସୂଚନାକୁ ଆଧାର କରି ବୁଧବାର ଭୋର ୫ଟାରେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ ଓ ବିଏସ୍‌ଏଫ-୧୫୧ ବାଟାଲିୟନ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସମୟରେ ଜଙ୍ଗଲର ଏକ ପଥର ଖୋଲ ମଧ୍ୟରେ ଗୋଟିଏ ପ୍ଲାଷ୍ଲିକ୍‌ ଡ୍ରମ ରଖାଯାଇଥିବା ପୋଲିସ ନଜରକୁ ଆସିଥିଲା। ତାହାକୁ ଆଣି ଯ।ଞ୍ଚ କରିବାରୁ ମାଓବାଦୀଙ୍କ ବିଭିନ୍ନ ସାମଗ୍ରୀ ମିଳିଥିଲା। ଏହାକୁ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ୧୨ ବୋର୍‌ ରାଇଫଲ୍‌ ,୨ଟି କ୍ଲମର ମାଇନ୍‌ ବାର୍‌ ,୨୦ ମିଟର ତାର,୮ଟି ବ୍ୟାଟେରି,୧ କିଲୋ ଗନ୍‌ ପାଉଡର, ଲୁହା ଖଣ୍ଡ ୫ କିଲୋ, ୱାକି ଟକି ଗୋଟିଏ, ୟନିଫର୍ମ ବେଲ୍‌ଟ ୨ଟି, ବବି ଟ୍ରାପ୍‌ ୫ଟି, ବମ୍‌ ସଇଜ୍‌ ୨ଟି, ଜିଲୋଟିନ୍‌ ଷ୍ଟିକ୍‌ ୪୯ଟି, ଡେଟୋନେଟର ୪ଟି ,ପ୍ଲାଷ୍ଟିକ୍‌ ଡ୍ରମ ଗୋଟିଏ ଏବଂ ମାଓବାଦୀ ପୁସ୍ତିକା, ଲେଟ୍‌ର ପ୍ୟାଡ୍‌ ଆଦି ରହିଛି। ପୁସ୍ତିକାଗୁଡିକ ତେଲୁଗୁ ଭାଷାର ବୋଲି ଜଣାପଡିଛି। ୪ ବର୍ଷ ତଳେ ଏଠାରେ କ୍ୟାମ୍ପ କରିଥିବା ତେଲୁଗୁ ମାଓବାଦୀଙ୍କର ଏହି ସାମଗ୍ରୀ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି ା ଉକ୍ତ ସମ୍ମିଳନୀରେ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଅଜୟ କମାର, କମାଣ୍ଡାଣ୍ଟ ତରୁଣ ପ୍ରଧାନ ଏବଂ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ବିବେଦୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ କିଛି ବର୍ଷ ତଳେ ଦଣ୍ଡାବାଡି ଓ ରାମଗରି ଅଞ୍ଚଳ ତେଲୁଗୁ ମାଓବାଦୀ କ୍ୟାଡରଙ୍କ କବ୍‌ଜାରେ ଥିଲା। ରାମଗିରି ଓ ଦଣ୍ଡାବାଡିଠାରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହି ଅଞ୍ଚଳ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିଲା। ଏବେ ପୁଣି ଛତିଶଗଡ ରାଜ୍ୟର ହାର୍ଡକୋର ମାଓବାଦୀମାନେ କାୟା ବିସ୍ତାର କରୁଛନ୍ତି। ନିକଟରେ ସେମାନଙ୍କ ଦ୍ବାରା ଆୟୋଜିତ ଏକ ଗୁପ୍ତ ବୈଠକରେ ରାସ୍ତା କାମ ନେଇଥିବା କେତେକ ଠିକାଦାର ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...

କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ

କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍‌ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ...

ଓଭରଟେକ୍‌ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍‌ ଚୁରମାର, ଡ୍ରାଇଭର…

କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।...

କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ

କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ।...

ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକ ପାଇବେ ଏସବୁ ସୁବିଧା

କୋରାପୁଟ,୧୫ା୧୧(ଅମିତାଭ ବେହେରା): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲଠାରେ ଶନିବାର ଇକୋ ରିଟ୍ରିଟ୍‌ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri