ଓଡ଼ିଶା ପାଇଁ ଜୁନ୍‌ ନିର୍ଣ୍ଣାୟକ ମାସ, ଘାଟି ଡେଇଁଗଲେ ବିପଦ କମିଯିବ: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଶା ପାଇଁ ଜୁନ୍‌ ମାସ ନିର୍ଣ୍ଣାୟକ ମାସ। ଏହା ପଛରେ ଦୁଇଟି କାରଣ ରହିଛି। ଗତ କିଛି ସପ୍ତାହରେ ରାଜ୍ୟକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ଉପରେ କରୋନାର ପ୍ରଭାବ ପଡ଼ିଛି କି ନାହିଁ ତାହା ଆଉ ୧୫ ଦିନ ମଧ୍ୟରେ ଜଣାପଡ଼ିବ। ସେହି ଘାଟି ଡେଇଁଗଲେ ସମସ୍ତଙ୍କର ଉପରେ ବିପଦ ଅପେକ୍ଷାକୃତ ଭାବେ କମିଯିବ। ଦ୍ୱିତୀୟଟି ହେଲା ମୌସୁମୀ। ଅଳ୍ପ ଦିନ ମଧ୍ୟରେ ମୌସୁମୀ ଆସିବ। ଲଗାତାର ବର୍ଷାରେ ସମସ୍ତଙ୍କ ପାଇଁ ଥଣ୍ଡା, ଜ୍ୱରର ସମ୍ଭାବନା ରହିବ। ବାଦଲ ବର୍ଷାରେ ପାଣି କାଦୁଅରେ ବୁଲିଲେ ମାସ୍କ ହେଉ ଅବା ସାମାଜିକ ଦୂରତ୍ୱ କୁ ସାବଧାନତା ପାଣିରେ ଧୋଇହୋଇଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍‌ ମାସରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କହିଥିବା ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖପାତ୍ର ସୁବତୋ ବାଗ୍‌ଚୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଜୁନ୍‌ ମାସର ଆସନ୍ନ ପରିସ୍ଥିତି ବିଷୟରେ ଜାଣିରଖନ୍ତୁ। ମାର୍ଚ୍ଚ ୧୩ ୨୦୨୦ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କୋଭିଡ-୧୯ ବିଷୟରେ ପ୍ରଥମଥର ପାଇଁ ସୂଚିତ କରିଥିଲେ। ଅଧିକାଂଶ ଲୋକଙ୍କର ଏ ବିଷୟରେ କିଛି ଧାରଣା ନ ଥିଲା। ଓଡ଼ିଶାରେ ସେତେବେଳେ କେହି କରୋନା ଆକ୍ରାନ୍ତ ନ ଥିଲେ। ହେଲେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୮୨। ରାଜ୍ୟରେ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇ ନମୁନା ପରୀକ୍ଷଣ ଆରମ୍ଭ ହୋଇଥିଲା। ଜିଲାରେ କୋଭିଡ ଡାକ୍ତରଖାନା ପ୍ରସ୍ତୁତ କରାଗଲା। ବିପୁଳ ପରିମାଣର ସାଜ ସରଞ୍ଜାମ ପ୍ରସ୍ତୁତ କରିବାର କାର୍ଯ୍ୟ କରାଗଲା। ଏଥିସହ ମାନବସମ୍ବଳ ପ୍ରସ୍ତୁତ କରାଯାଇଥିଲା।

ଆରମ୍ଭରୁ କରୋନା ବିଷୟରେ ୪ଟି କଥା ଜଣାଥିଲା। ପ୍ରଥମଟି ହେଲା କରୋନାର ପ୍ରତିରୋଧ ଅଛି, ପ୍ରତିଶେଧକ ନାହିଁ। କରୋନା ନିମୋନିଆ ଭଳି ରୋଗ ହେଲେ ବି, ବ୍ୟାପିବା ବେଳେ ବିସ୍ଫୋରଣର ଆକାର ନେଉଛି। କରୋନାରେ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାର ସର୍ବାଧିକ ଭୟ ରହୁଛି। ବିଶେଷକରି ବୟସାଧିକ ବ୍ୟକ୍ତିମାନଙ୍କଠାରେ ଅନ୍ୟାନ୍ୟ ଅସୁସ୍ଥତାର ଲକ୍ଷଣ ଥିଲେ ଏହାର ସମ୍ଭାବନା ଅଧିକ। ଶେଷରେ ସ୍ବଚ୍ଛତା, ସାମାଜିକ ଦୂରତ୍ୱ ଏବଂ ସଂଗରୋଧ ଜରିଆରେ ନିଜକୁ କିମ୍ବା ଘରେ ଥିବା ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି, ଗର୍ଭବତୀ ମା ଏବଂ ଶିଶୁମାନଙ୍କୁ ବଞ୍ଚାଇପାରିବା। ସରକାର ପ୍ରଥମ ପର୍ଯ୍ୟାୟରେ ୮ ସହର ଓ ୫ ଜିଲାରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ବୋଲି ବାଗ୍‌ଚୀ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri