୨ ରାଜ୍ୟରୁ ଫେରିଲେ ୩ ୮୭ ପ୍ରବାସୀ

ରାୟଗଡା ଅଫିସ, ୩ା୬-କରୋନା ଲକ୍‌ ଡାଉନ ଯୋଗୁ ତେଲେଙ୍ଗନା ଓ ତାମିଲନାଡୁରେ ଅଟକି ଥିବା ଶ୍ରମିକ ରାୟଗଡା ଫେରିଛନ୍ତି। ମଙ୍ଗଳବାର ତାମିଳନାଡୁରୁ ୧୫୧ ଶ୍ରମିକ ଫେରିଥିବା ବେଳେ ବୁଧବାର ତେଲେଙ୍ଗନାରୁ ୨୩୬ ଶ୍ରମିକ ରାୟଗଡା ଫେରିଛନ୍ତି। ଏହି ୨ ଦିନରେ ଫେରିଥିବା ମୋଟ ୩୮୭ ଶ୍ରମିକଙ୍କୁ ସେମାନଙ୍କ ଅଞ୍ଚଳକୁ ପ୍ରଶାସନ ପଠାଇଛି। ତେଲେଙ୍ଗନାରେ ଅଟକି ଥିବା ୨୩୬ ଶ୍ରମିକ ଟ୍ରେନ ଯୋଗେ ବୁଧବାର ରାୟଗଡା ଫେରିଛନ୍ତି। ଏଥିରେ ଗଜପତି ଜିଲାର ୩ଜଣ ଓ ନବରଙ୍ଗପୁର ଜିଲାର ୨୩୩ ଶ୍ରମିକ ଅଛନ୍ତି। ଶ୍ରମିକ ଆସୁଥିବା ନେଇ ଖବର ପୂର୍ବରୁ ପ୍ରଶାସନ ନିକଟରେ ପହଞ୍ଚତ୍ଥିଲା। ସେହି ଅନୁସାରେ ଉପଜିଲ୍ଲାପାଳ ରାୟଗଡା ସହରର ଗଜପତି ଛକରୁ ସାଇ ଇଣ୍ଟର ନ୍ୟାଶନାଲ ଛକ ଏବଂ ଷ୍ଟେସନ ଅଞ୍ଚଳରେ ୧୪୪ଧାରା ଜାରି କରିଥିଲେ। ଆସିଥିବା ଶ୍ରମିକଙ୍କୁ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଅମ୍ରିତ ଋତୁରାଜ, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ଦିଲୀପ ଦଳାଇ, ଏସଡିପିଓ ତପନ ରଥ ,ପୌର ପରିଷଦ କର୍ମଚାରୀ ସ୍ବାଗତ କରିଥିଲେ। ରେଳ ଷ୍ଟେସନରେ ସେମାନଙ୍କ ପଞ୍ଜୀକରଣ କରି ହାତରେ ଷ୍ଟାମ୍ପ ମରାଯାଇଥିଲା। ପରେ ସମ୍ପୃକ୍ତ ଜିଲାର ଜିଲା ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ସେହିପରି ତାମିଲନାଡ଼ୁର ତିରୁପୁରରୁ ମଙ୍ଗଳବାର ୧୫୧ ଜଣ ଶ୍ରମିକ ରାୟଗଡା ଫେରିଥିଲେ। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୪୪ଜଣ, ଗଜପତି ୧୮, କୋରାପୁଟ ୨, କନ୍ଧମାଳ ୫୮, ନବରଙ୍ଗପୁର ୨୮ ଏବଂ କଳାହାଣ୍ଡି ଜିଲାର ଜଣେ ଶ୍ରମିକ ଥିଲେ। ରାୟଗଡ଼ା ଜିଲାର ୪୪ ଶ୍ରମିକଙ୍କ ମଧ୍ୟରୁ ରାୟଗଡ଼ା ପୌରାଞ୍ଚଳର ୧୨ଜଣ ଥିବା ବେଳେ ବିଷମକଟକ ବ୍ଲକ୍‌ର ୩, ଚନ୍ଦ୍ରପୁରର ୪, ମୁନିଗୁଡ଼ାର ୪, ଗୁଣପୁରର ୧୩, କଲ୍ୟାଣସିଂପୁରର ଜଣେ ଏବଂ ପଦ୍ମପୁର ବ୍ଲକ୍‌ର ୭ ଜଣ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

ପ୍ରାର୍ଥୀଙ୍କ ଟାର୍ଗେଟ୍‌ରେ ତେଲୁଗୁ ଭୋଟର

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ଆସନ୍ତା ନିର୍ବାଚନରେ ରାୟଗଡ଼ା ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକ ସଭା ଆସନ ଜିତିବା ପାଇଁ ସବୁ ଦଳର ପ୍ରାର୍ଥୀ...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଶୁକ୍ରବାର ରାହୁଲ, ଶନିବାର ନବୀନଙ୍କ ପ୍ରଚାର

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା):କଂଗ୍ରେସ ନିଜ ଗଡ଼କୁ ଫେରିପାଇବା ପାଇଁ ଲାଗିଥିବାବେଳେ ବିଜେଡି ଗଡ଼ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି। ତେବେ ୨୦୧୯ ସାଧାରଣ ନିର୍ବାଚନରେ...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଗାଁ ସମସ୍ୟା ନ ସୁଧୁରିଲେ ଭୋଟ ଦେବୁନି

ରାୟଗଡ଼ା,୧।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାବୁଗୁଡ଼ା ଗ୍ରାମରେ ଆଜି ବି ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଗାଁରେ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri