Posted inଖେଳ

ଖେଳରତ୍ନ ସୁପାରିସ ନେଇ ଖୁସି ଜାହିର କଲେ ରାଣୀ

ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ କରିଛି। ରାଣୀ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଖୁସି ଜାହିର କରିଛନ୍ତି। ଭଲ ଖେଳିବା ଓ ନୂଆ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ମୋତେ ଉତ୍ସାହିତ କରିବ ବୋଲି ରାନୀ କହିଛନ୍ତି। ମଙ୍ଗଳବାର ଖେଳରନତ୍ ପାଇଁ ରାନୀଙ୍କ ନାମ, ଅର୍ଜୁନ ପୁରସ୍କାର ଲାଗି ଦୁଇ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ ହକି ଖେଳାଳି ହରମନପ୍ରୀତ ସିଂଙ୍କ ନାମ ହକି ଇଣ୍ଡିଆ ସୁପାରିସ୍‌ କରିଥିଲା।
ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ମୋ ନାମ ସୁପାରିସ କରିଥିବାରୁ ବହୁତ ଖୁସି ବୋଲି ରାନୀ କହିଛନ୍ତି। ଏହା ମୋତେ ଓ ପୂରା ଦଳକୁ ଉତ୍ସାହିତ କରିବ। ଅର୍ଜୁନ ପୁରସ୍କାର ପାଇଁ ବନ୍ଦନା ଓ ମୋନିକା ଯୋଗ୍ୟ ଓ ଏଥିପାଇଁ ଏହି ଦୁଇ ଷ୍ଟ୍ରାଇକରଙ୍କୁ ଅଭିନନ୍ଦନ ଜଣାଉଛି। ଏହା ନିଶ୍ଚିତ ଭାବେ ଆମକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ଆମ ପାଇଁ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଛି। ଅଲିମ୍ପିକ୍ସରେ ଆମ ପ୍ରଦର୍ଶନ ଭଲ ହୋଇ ନ ଥିଲା। ଏଥିରୁ ଆମେ ଶିକ୍ଷା ଲାଭ କରିଛୁ। ଆଗକୁ ଅନ୍ୟ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ କିଭଳି ଖେଳିବାକୁ ହେବ ତାହା ଆମକୁ ଏବେ ଜଣା ଅଛି। ଭାରତ ଏବେ ସାରା ବିଶ୍ୱରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି।
ଦଳରେ ଆସିଥିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଓ ସଫଳତା ପାଇଁ ସେ କୋଚ୍‌ ଜୋଏର୍ଡ ମାରିଜନେଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ଦଳର ଆତ୍ମବିଶ୍ୱାସ ଫେରିପାଇବାରେ ସକ୍ଷମ ହୋଇଛି। ମାରିଜନେଙ୍କ ନେତୃତ୍ୱରେ ଏକ ଦକ୍ଷ ସପୋର୍ଟଷ୍ଟାଫମାନେ ମଧ୍ୟ ପରିଶ୍ରମ କରିବା ସହ ବେଶ୍‌ ଭଲ କାମ କରୁଛନ୍ତି। ସାହସିକ ଖେଳ ପ୍ରଦର୍ଶନ କରିବା ପାଇଁ ମାରିଜନେ ଆମକୁ ସବୁବେଳେ ଉତ୍ସାହିତ କରିଆସିଛନ୍ତି। ଦଳର ସଫଳତାର ଶ୍ରେୟ ସପୋର୍ଟଷ୍ଟାଫ୍‌ଙ୍କୁ ମଧ୍ୟ ଦିଆଯିବା ଉଚିତ। ଦଳର ସବୁ ଖେଳାଳିଙ୍କୁ ସପୋର୍ଟ ଷ୍ଟାଫ୍‌ମାନେ ସବୁବେଳେ ସହାୟତା ପ୍ରଦାନ କରିଆସିଛନ୍ତି ବୋଲି ରାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri