କଟକଣା ଅଭାବ: ଭାରିଯାନ ଚଳାଚଳରୁ ଛିଣ୍ଡିଲା ବିଦ୍ୟୁତ୍‌ ତାର, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୧ା୬(ସ୍ବ.ପ୍ର.): କଟକଣା ଅଭାବରୁ କେନ୍ଦୁଝର ସହରର ବିଭିନ୍ନ ଗଳି ରାସ୍ତାରେ ଭାରିଯାନ ଚଳାଚଳ ଜାରିରହିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା, ଡ୍ରେନ୍‌ ଭାଙ୍ଗୁଛି। ସୋମବାର ଅଜନ୍ତା ଲଜ୍‌ ଗଳିରେ ଭାରୀଯାନ ଚଳାଚଳ ଯୋଗୁ ଅନେକ ଦୋକାନର ବିଦ୍ୟୁତ୍‌ ତାର ଛିଡ଼ିଯିବା ସହ ମିଟର ସବୁ ଉପୁଡି ପଡ଼ିଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ସେହିପରି ଦୋକାନର ଡିସ୍‌ପ୍ଲେ ବୋର୍ଡ ଉପୁପଡ଼ିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏକ ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଥିଲେ ହେଁ ଲୋକଙ୍କ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ପ୍ରଶାସନର କୋହଳ ମନୋଭାବର ସୁବିଧା ନେଇ କେତେକ ବେପାରୀ ଆଳୁ, ପିଆଜ, ଲୁଗାପଟା, ମାଛ ଆଦି ବୋଝେଇ ଟ୍ରକ୍‌କୁ ଘରକୁ ନେଇ ଅନ୍‌ଲୋଡିଂ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ଏନେଇ କିଛିବର୍ଷ ତଳେ ପ୍ରଶାସନ ଉକ୍ତ ଗଳି ରାସ୍ତାରେ ଲୁହା ଗେଟ୍‌ ଲଗାଇବା ନିଷ୍ପତ୍ତି ନେଇଥିଲେ। ତେବେ ସହର ବାହାରେ ଗୋଦାମ ଘର ତିଆରି କରିବା ପାଇଁ ତିନି ମାସ କେତେକ ବ୍ୟବସାୟୀ ସମୟ ମାଗିଥିଲେ। ତେବେ ଇତିମଧ୍ୟରେ ପାଖାପାଖି ୩ ବର୍ଷ ବିତିଗଲାଣି। କିନ୍ତୁ ବ୍ୟବସାୟୀମାନେ ଗୋଦାମ ଘର ବାହାରେ ତିଆରି କଲେ ନାହିଁ। ସେହିପରି କଟକଣା ସତ୍ତ୍ୱେ ଦିନ ବେଳେ ଓ ଜନ ଗହଳି ସମୟରେ ମାଲ ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ ଅସନ୍ତୋଷ କୁହୁଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri