ବିତ୍ତୀୟ ନିଅଣ୍ଟ ଜିଡିପିର ୪.୬% ଛୁଇଁଲା

ନୂଆଦିଲ୍ଲୀ,୨୯।୫: ଆର୍ଥତ୍କ ବର୍ଷ ୨୦୧୯-୨୦ର ବିତ୍ତୀୟ ନିଅଣ୍ଟ( ସରକାରଙ୍କ ରାଜସ୍ବ ଏବଂ ଖର୍ଚ୍ଚ ମଧ୍ୟରେ ଥିବା ଦୂରତ୍ୱ) ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ତୁଳନାରେ ୪.୬% ଛୁଇଁଛି। ରାଜକୋଷକୁ ଆକଳନ ଅନୁସାରେ ରାଜସ୍ବ ଆସୁ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ପରିବର୍ତ୍ତିତ ବିତ୍ତୀୟ ନିଅଣ୍ଟ ୩.୮% ରହିବ ବୋଲି ଆକଳନ କରାଯାଇଥିଲା। ହେଲେ ଏହା ଧାର୍ଯ୍ୟ ଲକ୍ଷ୍ୟ ଟପି ୪.୨% ଛୁଇଁଥିବା ଜଣାପଡିଛି। କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ(ସିଜିଏ) ରିପୋର୍ଟ ମୁତାବକ ୨୦୧୯-୨୦ର ବିତ୍ତୀୟ ନିଅଣ୍ଟ ୪.୫୯% ରହିବ ବୋଲି କୁହାଯାଇଛି। ଏହି ସମୟରେ ରାଜସ୍ବ ନିଅଣ୍ଟ ୩.୨୭% ରହିଛି। ଏହି ସମୟରେ ଇଫେକ୍ଟିଭ ରେଭେନ୍ୟୁ ଡେଫିସିଟ୍‌ ୨.୩୬% ରହିବ।
ଫେବୃୟାରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ବଜେଟରେ ବିତ୍ତୀୟ ନିଅଣ୍ଟ ୩.୮% ରହିବ ବୋଲି ଧାର୍ଯ୍ୟ କରାଯାଇଥିଲା। ପ୍ରକୃତ ପକ୍ଷେ ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୩.୩% ଠାରୁ ଉଚ୍ଚରେ ରହିଥିଲା। ଲଗାତର ଭାବେ ସରକାରଙ୍କ ରାଜସ୍ବ ଖସୁଥିବାରୁ ବିତ୍ତୀୟ ନିଅଣ୍ଟ ବଢୁଥିବା ଜଣାପଡିଛି। ୧୯.୩୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ମିଳିବା ନେଇ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ ସରକାରଙ୍କୁ ୧୭.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ମିଳିଥିଲା। ସରକାରଙ୍କ ମୋଟ ଖର୍ଚ୍ଚ ୨୬.୮୬ ଲକ୍ଷ କୋଟି ଟଙ୍କା ରହିଛି। ଏହା ୨୬.୯୮ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଥିଲା। ୨୦୧୯-୨୦ରେ ରାଜସ୍ବ ନିଅଣ୍ଟ ମୋଟ ଜିଡିପିର ୩.୨୭% ରହିଛି। ଏହା ୨.୪% ରହିବ ବୋଲି ପୂର୍ବ ଆକଳନରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri