Odisha Elections 2024

ଅମୃତସରରେ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌: ବିକ୍ଷୋଭ ପ୍ରଦର୍ଶନ କଲେ ଉତ୍ତ୍ୟକ୍ତ ପ୍ରବାସୀ

ଚଣ୍ଡିଗଡ଼,୨୯।୫: ଦେଶରେ କରୋନା ଭାଇରସ୍‌ ସଙ୍କଟ ଯୋଗୁ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ସବୁଠାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଦେଶବ୍ୟାପି ଲକ୍‌ଡାଉନ ହେବାର ୨ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ପ୍ରବାସୀମାନେ ନିଜ ଘରକୁ ଫେରି ପାରିନାହାନ୍ତି। ଇତିମଧ୍ୟରେ ପଞ୍ଜାବ ଅମୃତସରରେ ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ବିକ୍ଷୋଭ ପଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଅମୃତସରରୁ ଚାଲିବାକୁ ଥିବା ସ୍ବତନ୍ତ୍ର ଟ୍ରେନ୍‌ ଶେଷ ମୁହୂର୍ତ୍ତରେ ବାତିଲ ହୋଇଯାଇଥିଲା। ଫଳରେ ପ୍ରବାସୀ ଶ୍ରମିକଙ୍କ ଘରକୁ ଯିବା ଆଶା ମଉଳିଯାଇଥିଲା। ଏହାପରେ ଉତ୍ତ୍ୟକ୍ତ ପ୍ରବାସୀମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକଙ୍କ କହିବା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଗୁରୁବାର ହେଲ୍‌ଥ ସ୍କ୍ରିନିଂ କରାଯାଇ ବସ୍‌ ଯୋଗେ ସେମାନଙ୍କୁ ଷ୍ଟେଶନକୁ ନିଆଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଟ୍ରେନ୍‌ ବାତିଲ ହୋଇଗଲା ବୋଲି ପ୍ରଶାସନ ସେମାନଙ୍କୁ ଜଣାଇଥିେଲେ। ଏହାପରେ ସରକାର ତୁରନ୍ତ ଘରକୁ ପଠାଇବାକୁ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ପ୍ରବାସୀ ଶ୍ରମିକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଆଖି ବୁଜିଲେ ୭ ନବଜାତକ, ଅନେକ ଗୁରୁତର

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ...

ଭାରତୀୟ ମହକାଶଚାରୀଙ୍କୁ ତାଲିମ ଦେବ ନାସା

ଓ୍ବାଶିଂଟନ,୨୫ା୫:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍‌ଏସ୍‌)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ।...

ରାଜସ୍ଥାନର ଫଲୋଡ଼ିରେ ତାପମାତ୍ରା ୫୦ ଟପିଲା

ଜୟପୁର,୨୫ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି। ଶୁକ୍ରବାର...

କେଜରିଓ୍ବାଲଙ୍କ ଗିରଫବେଳେ କାହିଁକି ନିଖୋଜ ଥିଲେ ସ୍ବାତୀ ମାଲିଓ୍ବାଲ, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ନିକଟରେ ବିବାଦ ଘେରରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫବେଳେ ସେ...

ଆସୁଛି ବାତ୍ୟା ’ରେମାଲ’: ଆସନ୍ତାକାଲି ମଧ୍ୟାହ୍ନରୁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ପାଇଁ ବନ୍ଦ

କୋଲକାତା,୨୫ା୫: ବାତ୍ୟା ’ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ...

ଗେମିଂ ଜୋନ୍‌ରେ ନିଆଁ: ୨୦ ମୃତକଙ୍କ ମଧ୍ୟରେ ଅଛନ୍ତି ୧୨ ଶିଶୁ

ଗାନ୍ଧୀନଗର,୨୫ା୫: ଗୁଜରାଟର ରାଜକୋଟସ୍ଥିତ ଏକ ଗେମିଂ ଜୋନ୍‌ରେ ଶନିବାର ନିଆଁ ଲାଗିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି...

ଭାଜପା କର୍ମୀଙ୍କ ଉପରକୁ ଟେକାପଥର ମାଡ଼, ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ଦୌଡ଼ିଲେ

କୋଲକାତା,୨୫ା୫: ପଶ୍ଚିମବଙ୍ଗରେ ଭାଜପା ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଟେକାପଥର ମାଡ଼ କରିବାରୁ ଭାଜପା କର୍ମୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ...

Lok Sabha Elections 2024: ଏହି ବଡ଼ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ସମର୍ଥନ କଲେ ପ୍ରଶାନ୍ତ କିଶୋର, କହିଦେଲେ ଏମିତି…

ନୂଆଦିଲ୍ଲୀ,୨୫।୫: ୨୦୨୪ ନିର୍ବାଚନ ଶେଷ ପଯ୍ୟାୟ ପହଞ୍ଚିଥିବାବେଳେ ରେଜଲ୍ଟ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିନାର୍ହି କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri