କରୋନା ଆକ୍ରାନ୍ତଙ୍କ ନାମରେ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ, କୋଭିଡ଼ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ଼,୨୯ା୫(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ଯୋଦ୍ଧା କୁହାଯାଉଥିବା ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। କିନ୍ତୁ ଦେବଗଡ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଉକ୍ତ ହସ୍ପିଟାଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି। ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗୁରୁବାର କୋଭିଡ ହସ୍ପିଟାଲର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେବେ ବିଭାଗୀୟ ଅଧିକାରୀ ବୁଝାଶୁଝା କରିବା ପରେ ସଫେଇ କର୍ମଚାରୀମାନେ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି।
ପ୍ରକାଶ ଯେ, ଗତ ୨୪ ତାରିଖରେ ଚିହ୍ନଟ ହୋଇଥିବା ଦେବଗଡ ଜିଲାର ୨୨ ଜଣ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଦେବଗଡ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିଲେଇବଣି ବ୍ଲକ କଂସର ପଞ୍ଚାୟତ ଅଞ୍ଚଳର ଜଣେ ପଞ୍ଚାୟତସ୍ତରୀୟ ନେତା ରହିଛନ୍ତି। ତେବେ ସେ ହସପିଟାଲରେ ଭର୍ତ୍ତିି ହେବା ପରଠାରୁ ସେଠାରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଓ ସଫେଇ କର୍ମଚାରୀମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବାରୁ ଅସନ୍ତୋଷ ଲାଗି ରହିଥିଲା। ଏ ନେଇ ବୁଧବାର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ୩୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଖବର ପାଇ ଜିଲା ମୁଖ୍ୟ ଚିକତ୍ସାଧିକାରୀ ଡ. ମନୋଜ କୁମାର ଉପାଧ୍ୟାୟ, ଡ. ମନୋଜ କୁମାର ପଣ୍ଡା, ଡ. ପ୍ରଭାତ କୁମାର ଓଝା ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ ଉମେଶ ପ୍ରସାଦ ଷଢଙ୍ଗୀ ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚି କର୍ମଚାରୀମାନଙ୍କ ସହ ଆଲୋଚନା କରି ବୁଝାଶୁଝା କରିବା ପରେ କର୍ମଚାରୀମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। କର୍ମଚାରୀଙ୍କ ପ୍ରତି ସମ୍ପୃକ୍ତ କରୋନା ସଂକ୍ରମିତ ରୋଗୀ ଗାଳିଗୁଲଜ ସହ ଜାତିଆଣ ଆକ୍ଷେପ କରିବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଓ କର୍ମଚାରୀମାନଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri