ଢେଙ୍କାନାଳ ଅଫିସ, ୨୯।୫ – ଢେଙ୍କାନାଳ ଜିଲାରେ ଲକ୍ଡାଉନ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ମଦ କାରବାର ଚାଲିଛି। ଦୋକାନ ଆଗପଟେ ଶଟର ପକାଇ ପଛପଟେ ବେପାର କରୁଛନ୍ତି ବ୍ୟବସାୟୀ। ଅନ୍ଲାଇନ୍ ପରିବର୍ତ୍ତେ ଅଫ୍ଲାଇନ୍ରେ ଏପରି କାରବାର ଚଳାଇଥିବା ଅଭିଯୋଗ ହୋଇଛି। କେତେଜଣ ବୁଦ୍ଧିଜୀବୀ ଏ ନେଇ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଘଟଣା ପ୍ରଘଟ ହେବା ପରେ ଗୁରୁବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାରେ ୩୯ ଅଫ୍ଶପ୍, ୮ ବାର ଏବଂ ପାର୍ଲର ରହିଛି। ଅନ୍ଲାଇନରେ ବିକ୍ରି ପାଇଁ ୨୩ ଅନଶପ୍ ଏବଂ ୭ଟି ବାରକୁ ଅନୁମତି ମିଳିଛି। ତେବେ କେତେକ ବ୍ୟବସାୟୀ ଦୋକାନ ପଛପଟେ ଅଫ୍ଲାଇନ୍ରେ ବ୍ୟବସାୟ କରୁଛନ୍ତି। ସୂଚନା ଥିବା ସତ୍ତ୍ୱେ ଅବକାରୀ ବିଭାଗ ଅଧିକାରୀ ଏହାକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଥିଲେ। ଏ ସମ୍ପର୍କରେ ସୂଚନା ପାଇ ଜିଲାପାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଏପରି ବେଆଇନ କାରବାରକୁ ପ୍ରଶ୍ରୟ ନ ଦେବାକୁ ଅବକାରୀ ଅଧୀକ୍ଷକଙ୍କୁ ତାଗିଦ କରିଥିଲେ। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଅବକାରୀ ବିଭାଗ ଏବଂ ମଦ ବ୍ୟବସାୟୀଙ୍କ ମଧ୍ୟରେ ସଲାସୁତରାରେ ଏପରି କାର୍ଯ୍ୟ ଚାଲିଥିବା ସହରରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ କୁହନ୍ତି, ମଦବିକ୍ରି ଆରମ୍ଭ ହେବାର ୩ ଦିନ ମଧ୍ୟରେ ୨,୧୪୬ ଅର୍ଡର ମିଳିଥିଲା। ତଦନୁଯାୟୀ ୨,୪୩୦ ଲିଟର ବିଦେଶୀ ଏବଂ ୨୩୩୦ ଲିଟର ବିଅର ବିକ୍ରି ହୋଇଛି। କେତେକ ସ୍ଥାନରେ ଅନ୍ଲାଇନ ଅର୍ଡରରେ ହୋମ ଡେଲିଭରି ଦେବାକୁ ଯାଉଥିବା ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରାଯାଇ ମଦ ଛଡାଇ ନିଆଯାଇଥିବା ନଜରକୁ ଆସିଛି। ଏହାକୁ ନେଇ ମଦ ବ୍ୟବସାୟୀମାନେ ଭୟଭୀତ ଥିବା ସେ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା
ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...
ବାଇକ୍କୁ ଧକ୍କାଦେଲା ବାଇକ୍, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...
ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ
ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର ଗଣିଆନାଳ ଛକ...
ନୂଆ ବର୍ଷରେ ନୂଆ ପଦକ୍ଷେପ
ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...
କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...
ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର
ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...
Archives


