ବଜ୍ରପାତରେ ୨ ଗୁରୁତର

ଚମ୍ପୁଆ,୨୮ା୫ (ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତର ପତଳା ଗ୍ରାମରେ ଗୁରୁବାର ସକାଳେ ବଜ୍ରପାତରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାର୍ବତୀ ପାତ୍ର ଓ ଝୁମି ପାତ୍ର। ଗାଧେଇବାକୁ ଯାଉଥିବା ବେଳେ ସେମାନେ ବଜ୍ରପାତର ଶିକାର ହୋଇଥିଲେ। ପରିବାରେ ଉଭୟଙ୍କୁ ଉଦ୍ଧାର ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହି ବଜ୍ରପାତ ନଟବର ପାତ୍ରଙ୍କ ଘରର କୋଣକୁ ମାରିଥିଲା। ଫଳରେ ଘରର ଅଜବେଷ୍ଟ ଗୁଡିକ ଭାଙ୍ଗି ଚୁରମାର ହୋଇଯାଇଛି। ଏପରିକି ଘର ଭିତରେ ବସ୍ତାରେ ଥିବା ଚାଉଳ ଓ ରୋଷେଇ ସାମଗ୍ରୀ ସହିତ ବିଦ୍ୟୁତ ବୋର୍ଡ ଓ ତାର ସବୁ ନଷ୍ଟ ହୋଇଯାଇଛି। ଏ ନେଇ ସ୍ଥାନୀୟ ତହସିଲଦାର ଆଲୋକ କୁମାର ପଟେଲ ଖବର ପାଇ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତକୁ ଭିତ୍ତିକରି ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ତୁରନ୍ତ ପଲିଥିନ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri