Posted inଫୁରସତ

ଏମିତି ସ୍କୁଲ : ଯେଉଁଠି ଫି’ ବଦଳରେ ପ୍ଲାଷ୍ଟିକ ବୋତଲ ନିଅନ୍ତି ଛାତ୍ରୀଛାତ୍ର

ନାଇଜେରିଆରେ ଏମିତି ଏକ ସ୍କୁଲ ରହିଛି ଯେଉଁଠି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଫି’ବଦଳରେ ପ୍ଲାଷ୍ଟିକ ବୋତଲ ନେଇ ଯିବାକୁ ପଡ଼ିଥାଏ। ନାଇଜେରିଆର ଲୋଗସ ସହରରେ ରହିଛି ଏହି ସ୍କୁଲ। ଛାତ୍ରୀଛାତ୍ର ଫି’ ବଦଳରେ ସ୍କୁଲକୁ ପ୍ଲାଷ୍ଟିକ ବୋତଲ ନେଇ ଯାଇଥାନ୍ତି। ଏହା ସହିତ ଏକ ବ୍ୟାଗ୍‌ରେ ଅନ୍ୟ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟ ନେଇଥାନ୍ତି। ଏହାକୁ ଓଜନ କରିବା ପରେ ଯେତିକି ଦାମ୍‌ ହୁଏ ସେଥିରେ ପିଲାଙ୍କର ସ୍କୁଲ ଫି’ ଭରଣା କରାଯାଏ। ଏଥିରେ ଦୁଇଟି ଫାଇଦା ହୋଇଥାଏ। ଗୋଟିଏ ହେଲା ଗରିବ ପିଲାମାନେ ଆର୍ଥିକ ସଂକଟରୁ ମୁକ୍ତି ପାଇବେ ଆଉ ଗୋଟିଏ ହେଲା ସହର ପ୍ଲାଷ୍ଟିକ ମୁକ୍ତ ରହିବ।
ଅନ୍ୟ ସ୍କୁଲରେ ମଧ୍ୟ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବାକୁ ଯାଉଛି :
ଖୁବ୍‌ଶୀଘ୍ର ସହରର ଅନ୍ୟ ସ୍କୁଲଗୁଡ଼ିକରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଯୋଜନା ଆରମ୍ଭ ହେବାରୁ ଅଭିଭାବକମାନେ ଖୁସି ଅଛନ୍ତି। କାରଣ ଫି’ ପାଇଁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିବ ନାହିଁ। ଅଜେନ୍‌ଗୁଲେରେ ରହୁଥିବା ଜଣେ ଅଭିଭାବକ କୁହନ୍ତି, ପିଲାଙ୍କୁ ଫି’ ଦେବା ପାଇଁ ବହୁ ସଂଘର୍ଷ କରିବାକୁ ପଡୁଥିଲା। ଏମିତି ବି କେତେଥର ଫି’ ଦେଇ ହୋଇନାହିଁ। ଅଳ୍ପ ଅଳ୍ପ ଦେବାକୁ ପଡ଼ିଛି। ସ୍କୁଲର ପ୍ରିନ୍‌ସପାଲ କୁହନ୍ତି, ଏମିତି ପଦକ୍ଷେପ ନେବା ଦ୍ୱାରା ଅଭିଭାବକମାନେ ଆର୍ଥିକ ଚାପମୁକ୍ତ ହେବା ସହ ପରିବେଶ ସୁରକ୍ଷା ହୋଇପାରୁଛି। ଅଜେନ୍‌ଗୁଲେ ହେଉଛି ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବସ୍ତି। ଏଠାରେ ପ୍ରାୟ ୩୦ ଲକ୍ଷ ଲୋକ ବସବାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri