ତେଲଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ଲକ୍‌ଡାଉନ ଯୋଗୁ ଆସି ପାରିଲାନି ମୃତଦେହ

ପାଟଣା, ୨୨ା୫(ସ୍ବ.ପ୍ର.)-କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶା ଜନିତ କରୁଣ କାହାଣୀର ଫର୍ଦ୍ଦ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତ ଦୁଧନାଳୀ ଗ୍ରାମର ଗୌରାଙ୍ଗ ମୁଣ୍ଡାଙ୍କର ତେଲଙ୍ଗାନାରେ ବୁଧବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଲକ୍‌ଡାଉନ୍‌ ଯୋଗୁ ମୃତଦେହ ଭିଟାମାଟିକୁ ଆସି ନ ପାରିବାରୁ ସାଥୀ ଶ୍ରମିକମାନେ ଗୁରୁବାର ସେଠାରେ ତାଙ୍କର ଶବ ଦାହ କରିଛନ୍ତି।
ସୂଚନା ଅନୁଯାୟୀ, ଦୁଧନାଳୀ ଗ୍ରାମର ୭ଜଣ ଯୁବକ ତେଲଙ୍ଗାନା ରାଜ୍ୟର ରାଙ୍ଗାରେଡି ଥାନା ଆପ୍ରପାଲି ଗ୍ରାମରେ ଜଣେ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଓଡ଼ିଶା ଆସିବା ପାଇଁ ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ ସେଠାକାର ପ୍ରଶାସନ ସେମାନଙ୍କୁ ଆସିବା ପାଇଁ ଅନୁମତି ଦେବାରେ ବିଳମ୍ବ କରିଥିଲେ। ବୁଧବାର ଗୌରାଙ୍ଗଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ସାଙ୍ଗମାନେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୌରାଙ୍ଗଙ୍କର ଅକାଳ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ଗାଁରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି। ସେ ପଠାଉଥିବା ଟଙ୍କାରେ ତାଙ୍କ ପରିବାର ଚଳୁଥିଲା। ଘରେ ତାଙ୍କ ବାପା, ମା’, ସ୍ତ୍ରୀଙ୍କ ସହ ଦୁଇ ସନ୍ତାନ ଅଛନ୍ତି। ଗୌରାଙ୍ଗଙ୍କ ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri