ସୋର, ୨୨ା୫(ଡି.ଏନ.ଏ.)-ସୋରର ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରରେ ସ୍ବାବ ସଂଗ୍ରହ ବନ୍ଦ ନେଇ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୋର ବ୍ଲକ ଓ ମ୍ୟୁନିସିପାଲିଟିକୁ ଫେରିବାକୁ ୧୧ହଜାର ୨୯୦ଜଣ ପଞ୍ଜିକୃତ କରିଥିବା ବେଳେ ଅଦ୍ୟାବଧି ଫେରିଛନ୍ତି ୨୨୪୦। ସେମାନଙ୍କ ମଧ୍ୟରୁ ୧୨୩୨ ପ୍ରବାସୀ କ୍ୱାରାଣ୍ଟାଇନରେ ଥିବା ବେଳେ ସେମାନଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା। ଏବେ ସଙ୍ଗରୋଧ କେନ୍ଦ୍ରରେ ସ୍ବାବ ପରୀକ୍ଷା କରା ନ ଯାଇ କେବଳ ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ବାବ ବାଲେଶ୍ୱର ଜ୍ୟୋତି କୋଭିଡ୍ ହସ୍ପିଟାଲରେ ହେବ ବୋଲି ସୂଚନା ମିଳିଛି। ସଙ୍ଗରୋଧ କେନ୍ଦ୍ରରେ ସ୍ବାବ ପରୀକ୍ଷା କରିବାକୁ ପ୍ରବାସୀ ଅଡି ବସୁଥିବା ବେଳେ ଏହା କେନ୍ଦ୍ରରେ ସମ୍ଭବ ନ ଥିବା ସୂଚନା ମିଳିଛି। ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ୨୧ଦିନର ସଙ୍ଗରୋଧ କେନ୍ଦ୍ର ରହଣି ବାଧ୍ୟତାମୂଳକ ଥିବା ବେଳେ ଘରକୁ ଫେରିବାକୁ ଗର୍ଭବତୀ, ଶିଶୁ, ଭିନ୍ନକ୍ଷମ ଓ ଶିକ୍ଷାର୍ଥୀଙ୍କୁ ଜିଲାପାଳଙ୍କ ଅନୁମୋଦନ ପରେ ଘରେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଅନୁମତି ମିଳିବ। ଅଦ୍ୟାବଧି ୪ଜଣଙ୍କୁ ଘରେ ରହିବାକୁ ପ୍ରଶାସନିକ ଅନୁମତି ମିଳିଛି। ସୋର ବ୍ଲକର ୨୪ଟି ପଞ୍ଚାୟତରେ ୩୦ଟି ସଙ୍ଗରୋଧ କେନ୍ଦ୍ରରେ ୧୭୪୩ ପ୍ରବାସୀ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୩୧ଜଣ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଛନ୍ତି। ସେହିପରି ସୋର ମ୍ୟୁନିସିପାଲିଟିକୁ ଫେରିବାକୁ ୧୫୯୦ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପଯର୍ୟାୟରେ ୬୬ଜଣ ସଙ୍ଗରୋଧରେ ରହି ସ୍ବାବ ପରୀକ୍ଷା ପରେ ଘରକୁ ଫେରିଥିବା ବେଳେ ଏବେ ୩ଟି କେନ୍ଦ୍ରରେ ଶହେ ଜଣ ପ୍ରବାସୀ ଅଛନ୍ତି।
ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…
ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍ପେଣ୍ଡ ହେଲେ ୨ ଏଏନଏମ
ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...
ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା
ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...
ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ
ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...
ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍
ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ । ତେବେ ଧରାପଡିବା ପରେ ଯୁବକ...
ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ
ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...
ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ
ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...
Archives


