ଜୁନ୍‌ ୧ରୁ କାର୍ଯ୍ୟକ୍ଷମ ହେବ ଏମ୍‌ସିସି

ଅନୁଗୋଳ ଅଫିସ, ୨୦।୫: ବହୁ ବିରୋଧ ପରେ ଅନୁଗୋଳ ସହରରେ ମାଇକ୍ରୋ କମ୍ପୋଷ୍ଟିଂ ସିଷ୍ଟମ(ଏମ୍‌ସିସି) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ଗୋଟିଏ ସ୍ଥାନରେ ଏମ୍‌ସିସି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟ ଦୁଇଟି ସ୍ଥାନରେ କାର୍ଯ୍ୟ ୮୦ ପ୍ରତିଶତ ଶେଷ ହୋଇଛି ବୋଲି ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଜୁନ୍‌ ପହିଲାରୁ ହୁଲୁରିସିଂହା ଏମ୍‌ସିସି କାର୍ଯ୍ୟକ୍ଷମ ହେବ। ସେହିପରି ଅନ୍ୟ ଦୁଇଟିକୁ ଜୁଲାଇ ମାସ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ସହରର ଅଳିଆରୁ ଏଣିକି ଜୈବିକ ସାର ପ୍ରସ୍ତୁତ ହେବ। ଏନେଇ ୩ଟି ଏମ୍‌ସିସି ନିର୍ମାଣ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ ହୁଲୁରିସିଂହାରେ ଏମ୍‌ସିସି କାର୍ଯ୍ୟ ଶେଷ ହୋଇଛି। ମିଶ୍ରପଡ଼ା ଓ ହେମସୁରପଡ଼ାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ହୁଲୁରିସିଂହାରେ ପ୍ରାଥମିକ ପର୍ଯ୍ୟାୟରେ ଡେମୋ ପାଇଁ ଦୁଇଟି ଗାଡ଼ି ବୁଧବାରଠାରୁ ଗଡ଼ିଛି। ଏପରି କି ଲୋକଙ୍କୁ ସଚେତନ କରିବା ସହ ଅଳିଆକୁ ଏଣେ ତେଣେ ନ ପକାଇବା ପାଇଁ ମଧ୍ୟ କୁହାଯାଉଛି। ପ୍ରତି ଏମ୍‌ସିସି ପାଇଁ ଦୁଇଟି ଲେଖାଏଁ ଗାଡ଼ି ଯୋଗାଇ ଦିଆଯିବ। ଲୋକମାନଙ୍କ ଘର ସମ୍ମୁଖରେ ଏହି ଗାଡ଼ିଗୁଡ଼ିକ ପ୍ରତିଦିନ ସକାଳୁ ପହଞ୍ଚତ୍ ଅଳିଆ ସଂଗ୍ରହ କରିବ। ଗାଡ଼ି ସହ ସ୍ବଚ୍ଛସାଥୀ ଓ ସଫେଇ କର୍ମଚାରୀମାନେ ଯାଇ ସଂଗୃହୀତ ଅଳିଆକୁ ଏମ୍‌ସିସି ପ୍ଲାଣ୍ଟକୁ ଆଣିବେ। ଏହାପରେ ଏଥିରୁ ଜୈବିକ ସାର ପ୍ରସ୍ତୁତ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଏ ନେଇ ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏବେ ଗାଡ଼ି ବିଭିନ୍ନ ଅଞ୍ଚଳରେ ବୁଲି ଅଳିଆ ସଂଗ୍ରହ କରୁଛି। ଜୁନ୍‌ ୧ ତାରିଖରୁ ହୁଲୁରିସିଂହା ଅଞ୍ଚଳରେ ହୋଇଥିବା ଏମ୍‌ସିସି କାର୍ଯ୍ୟକାରୀ ହେବ। ପ୍ରକାଶଥାଉ କି, ଅନୁଗୋଳ ସହରର ମିଶ୍ରପଡ଼ାଠାରେ ଏମ୍‌ସିସି ନିର୍ମାଣ ସମୟରେ ଲୋକେ ବିରୋଧ କରିଥିଲେ। ସେମାନଙ୍କୁ ବୁଝାଶୁଝା କରି ପ୍ରଶାସନ ବିଫଳ ହେବା ପରେ ପୋଲିସ ଲଗାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri