ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେଲେ: ରୋକିହେବ ୭୨% ସଂକ୍ରମଣ

ଓ୍ବାଶିଂଟନ,୧୯ା୫: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବାକୁ ବସିଲାଣି। ସଂକ୍ରମଣ ଭୟ ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ୪ଟି ପର୍ଯ୍ୟାୟରେ ଦେଶରେ ମେ ୩୧ ଯାଏ ଲକ୍‌ଡାଉନ୍‌ ଜାରି କରାଯାଇଛି। ବିଭିନ୍ନ ପ୍ରକାର ଆର୍ଥିକ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ କୋହଳ ଏବଂ ହଟାଇବାକୁ ଦାବି କରାଯାଉଛି। ଏଭଳିସ୍ଥଳେ ଲକ୍‌ଡାଉନ୍‌ ଅବଧି ପରେ ଏବଂ କୋଭିଡ୍‌-୧୯ ଟିକା ବିକଶିତ ନ ହେବା ଯାଏ ଯଦି ଭାରତର ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖାଯାଏ ତା’ହେଲେ ୭୨% ନୂଆ ସଂକ୍ରମଣ ମାମଲାକୁ ରୋକାଯାଇପାରିବ ବୋଲି ଆମେରିକାର ବୈଜ୍ଞାନିକମାନେ କହିଛନ୍ତି।
ମଡେଲିଂ ଷ୍ଟଡିଜ୍‌କୁ ଆଧାରକରି ଆମେରିକାର ୟେଲ୍‌ ସ୍କୁଲ ଅଫ୍‌ ମେଡିସିନର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯୌନ କାର୍ଯ୍ୟସ୍ଥଳଗୁଡ଼ିକୁ ବନ୍ଦ କରାଯିବା ଦ୍ୱାରା ଭାରତୀୟମାନଙ୍କୁ କରୋନା ବିପଦ ବହୁତ କମ୍‌ ରହିବ ଏବଂ ଦେଶରେ ଆନୁମାନିକ କରୋନା ମୃତ୍ୟୁସଂଖ୍ୟା ୬୩% ହ୍ରାସ ହୋଇପାରେ। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ବୈଜ୍ଞାନିକମାନେ ଜଣାଇବା ସହ ଦେଶକୁ ଲକ୍‌ଡାଉନ୍‌ ମୁକ୍ତ କରାଗଲେ ମଧ୍ୟ ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ(ଏନ୍‌ଏସିଓ) ଅନୁଯାୟୀ, ଭାରତରେ ପ୍ରାୟ ୬ ଲକ୍ଷ ୩୭ ହଜାର ୫୦୦ ଯୌନକର୍ମୀ ଅଛନ୍ତି ଏବଂ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଦୈନିକ ରେଡ୍‌ ଲାଇଟ୍‌ ଏରିଆ ପରିଦର୍ଶନ କରନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ ଅଧ୍ୟୟନରେ କୁହାଯାଇଛି ଯେ, ରେଡ୍‌ ଲାଇଟ୍‌ ଏରିଆ ସ୍ବାଭାବିକ ରହିଲେ କରୋନା ସଂକ୍ରମଣ ଅତି ଶୀଘ୍ର ବ୍ୟାପିଯିବ। ବହୁ ଯୌନକର୍ମୀ ଏବଂ ଗ୍ରାହକ ସଂକ୍ରମିତ ହେବେ। କାରଣ ଯୌନ ସମ୍ବନ୍ଧରେ ସାମାଜିକ ଦୂରତା ସମ୍ଭବ ନୁହେଁ। ଫଳସ୍ବରୂପ ସଂକ୍ରମିତ ଗ୍ରାହକମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ରେଡ୍‌ ଲାଇଟ୍‌ ଏରିଆ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ହୋଇପାରେ, ଯାହା ଲକ୍‌ଡାଉନ୍‌ ଶେଷ ହେବା ପରେ ରୋଗ ବିସ୍ତାର କରିବାର ପ୍ରମୁଖ କାରଣ ସାଜିପାରେ ସେମାନେ କହିଛନ୍ତି। ଦେଶର ୫ ସହର ତଥା ନୂଆଦିଲ୍ଲୀ, ମୁମ୍ବାଇ, ପୁଣେ, କୋଲକାତା ଓ ନାଗପୁରର ରେଡ୍‌ ଲାଇଟ୍‌ ଏରିଆକୁ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି। ଏହି ସବୁ ରେଡ୍‌ ଲାଇଟ୍‌ ଏରିଆ ହେଉଛି ଦେଶରେ ବଡ଼ ଏବଂ ଏଠାରେ ବହୁସଂଖ୍ୟାରେ ଯୌନକର୍ମୀ ରହୁଛନ୍ତି। ଏଗୁଡ଼ିକୁ ବନ୍ଦ ରଖାଗଲେ କରୋନା ମାମଲା ଶିଖରରେ ପହଞ୍ଚତ୍ବା ପାଇଁ କେତେ ବିଳମ୍ବ ଘଟିବ ଏବଂ କେତେ ନୂଆ ମାମଲା ହ୍ରାସ ହେବ ତାହାର ଏକ ରିପୋର୍ଟ ସେମାନେ ପ୍ରସ୍ତୁତ କରିଛନ୍ତି। ତଦନୁଯାୟୀ ମୁମ୍ବାଇରେ ୧୨ ଦିନ, ନୂଆଦିଲ୍ଲୀରେ ୧୭ ଦିନ, ପୁଣେରେ ୨୯ ଦିନ, ନାଗପୁରରେ ୩୦ ଏବଂ କୋଲକାତାରେ ୩୬ ଦିନ ବିଳମ୍ବ ହୋଇପାରେ। ସେହିପରି ମୁମ୍ବାଇରେ ଏକ ପଞ୍ଚମାଂଶ, ପୁଣେରେ ୨୭%, ନୂଆଦିଲ୍ଲୀରେ ୩୧%, ନାଗପୁରରେ ୫୬% ଏବଂ କୋଲକାତାରେ ୬୬% ନୂଆ ମାମଲା ୪୫ ଦିନ ମଧ୍ୟରେ ହ୍ରାସ ପାଇପାରେ।
ୟେଲ୍‌ ସ୍କୁଲ ଅଫ ମେଡିସିନ୍‌ର ବାୟୋଷ୍ଟାଟିଷ୍ଟିକ ପ୍ରଫେସର ଜେଫେରୀ ଟାଉନ୍‌ସେଣ୍ଡ କହିଛନ୍ତି ଯେ, ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେବାର ଏକ ଦୃଢ଼ ପ୍ରଭାବ ରହିଥିବା ଆମ ଅନୁସନ୍ଧାନରୁ ଜଣାପଡିଛି। ସେ ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ୍ସର ଉଦାହରଣ ଦେଇ କହିଛନ୍ତି ଯେ, ସେହି ଦେଶଗୁଡ଼ିରେ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ବେଶ୍ୟା ବୃତ୍ତିକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଠିକ୍‌ ସମୟରେ ଜାପାନରେ ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ନ ହେବାରୁ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧିପାଇଥିଲା। ଫଳରେ ସ୍ଥାନୀୟ ହସ୍ପିଟାଲଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା। ଏହି ଅନୁସନ୍ଧାନରେ ଭାଗ ନେଇଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକ ସୁଧାକର ନୁଟି କହିଛନ୍ତି ଯେ, କରୋନା ମାମଲା ଶିଖରରେ ପହଞ୍ଚତ୍ବା ଯେତେ ବିଳମ୍ବ ହେବ ଚିକିତ୍ସା ବ୍ୟବସ୍ଥା ଉପରୁ ଚାପର ପରିମାଣ ସେତେ ହ୍ରାସ ହେବ। ତାହା ଜୀବନ ବଞ୍ଚାଇବାରେ ମଧ୍ୟ ସହାୟକ ହୋଇପାରିବ ବୋଲି ସୁଧାକର କହିଛନ୍ତି। ବୈଜ୍ଞାନିକମାନେ କେବଳ ଯୌନକର୍ମୀ, ଗ୍ରାହକ ଓ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଏଭଳି ପରାମର୍ଶ ଦେଇନାହାନ୍ତି। ଯୌନ କର୍ମୀଙ୍କୁ ଉପଯୁକ୍ତ ଥଇଥାନ ସ୍ବରୂପ ଅନ୍ୟ ବୃତ୍ତିରେ ନିୟୋଜିତ କରିବା, ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri