ଆହୁରି ଜଟିଳ ହେବ ମାନ୍ଦାବସ୍ଥା

 

ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆକଳନରେ କହିଥିଲା। ବଜାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା ବେଳେ କରୋନା ଏହାକୁ ସମ୍ପୂର୍ଣ୍ଣ ବିଗାଡ଼ିଦେଇଛି। କରୋନାଜନିତ ଲକ୍‌ଡାଉନର ପ୍ରଭାବ ଯୋଗୁ ସରକାର ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଥିଲେ। ଏହା ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ରହିବା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଅଣ୍ଟା ଭାଙ୍ଗିଯାଇଛି। ବଜାରରେ ଏବେ ଚାହିଦା ନ ଥିବା ବେଳେ ଦୀର୍ଘଦିନ ବନ୍ଦ ହୋଇ ରହିଥିବା ବଜାର ସ୍ଥିତାବସ୍ଥାକୁ ଫେରିବା ନେଇ କଷ୍ଟକର ହୋଇପଡୁଛି। ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଲାଗି ଉପୁଜିଥିବା ସମସ୍ୟା କାରଣରୁ ଭାରତରେ ମାନ୍ଦାବସ୍ଥା ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଇଛି। ମାନ୍ଦାବସ୍ଥାର ସବୁଠାରୁ ଭୟଙ୍କର ସ୍ଥିତି ଭାରତ ଦେଖିବ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ କୁହାଯାଇଛି।
ମାନ୍ଦାବସ୍ଥା ଯୋଗୁ ଜିଡିପି ବାର୍ଷିକ ଭିତ୍ତିରେ ପ୍ରାୟ ୨୦% ଖସିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ ପୂର୍ବରୁ ଆକଳନ କରାଯାଇଥିଲା। ମାତ୍ର ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ପ୍ରାୟ ୪୫% ଖସିବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ସେହିଭଳି ତୃତୀୟ ତ୍ରୈମାସ ଲାଗି ଏହା ୨୦% ରହିଥିବା ବେଳେ ଚତୁର୍ଥ ତ୍ରୈମାସ ଏବଂ ଆସନ୍ତା ଆର୍ଥତ୍କ ବର୍ଷ ପ୍ରଥମ ଲାଗି ଯଥାକ୍ରମେ ୧୪% ଏବଂ ୬.୫% ପ୍ରଭାବିତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ପ୍ରାୟ ୫% ଖସିବା ନେଇ ଆକଳନ କରାଯାଇଛି। ଭାରତ ପୂର୍ବରୁ ଯେତେ ବି ମାନ୍ଦାବସ୍ଥା ସାମ୍ନା କରିଛି ଏହା ସବୁଠାରୁ ଭୟଙ୍କର ବୋଲି ଗୋଲ୍ଡ ମ୍ୟାନର ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର ଏବଂ ଆଣ୍ଡ୍ର୍ୟୁ ଟିଲ୍‌ଟନ କହିଛନ୍ତି।
ସରକାର ସାରା ଦେଶରେ ଲକ୍‌ଡାଉନକୁ ମେ ୩୧ ଯାଏ ବଢ଼ାଇଛନ୍ତି। କେତେକ କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ପ୍ରଦାନ କରାଯାଇଛି। ସାରା ଦେଶରେ କରୋନା ମାମଲା ଥମିବାର ନାଁ ନେଉ ନ ଥିବା ବେଳେ ଶିଳ୍ପଗୁଡିକର କାରବାର ଠପ୍‌ ହୋଇ ପଡିଛି। କୋଭିଡ୍‌-୧୯ ଲାଗି ହୋଇଥିବା ସମସ୍ୟା ସମାଧାନ ଏବଂ ବଜାରକୁ ପୁନର୍ଜୀବିତ କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି, ଯାହା ମୋଟ ଜିଡିପିର ୧୦%। ବିଭିନ୍ନ କ୍ଷେତ୍ରକୁ ସମ୍ଭାଳିବା ତଥା ଆର୍ଥତ୍କ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଢାଞ୍ଚାଗତ ସଂସ୍କାର ପଦକ୍ଷେପ ହାତକୁ ନିଆଯାଇଛି। ଏହି ସଂସ୍କାରଗୁଡିକ ମଧ୍ୟମ ମିଆଦୀ ଭିତ୍ତିକ ହୋଇ ଥିବାରୁ ଅଭିବୃଦ୍ଧିକୁ ଫେରାଇ ଆଣିବାରେ ସହାୟକ ହେବନି ବୋଲି ଅର୍ଥନୀତିଜ୍ଞ କହିଛନ୍ତି। ଏହି ଯୋଜନାର ରୂପାୟନ କିଭଳି ହେଉଛି ଏବଂ ଏହାର ଲାଭ ଅର୍ଥ ବ୍ୟବସ୍ଥାକୁ କିଭଳି ମିଳୁଛି ତାହା ମଧ୍ୟ ତର୍ଜମା କରାଯିବ ବୋଲି ଗୋଲ୍ଡମ୍ୟାନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri