ମାହାଙ୍ଗା,୧୫ା୫(ସ୍ବ.ପ୍ର.): ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କୁ ସରକାର ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରିଛନ୍ତି। ଏପରି କି ଏହି ପ୍ରବାସୀମାନେ ଆସିବା ପରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ସେମାନେ କିପରି ଠିକ୍ରେ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚତ୍ପାରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାତ୍ର ଏ ସବୁ ସତ୍ତ୍ୱେ ମାହାଙ୍ଗା ବ୍ଲକ ଅଞ୍ଚଳରେ ଏହାର ବ୍ୟତୀକ୍ରମ ଦେଖାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସୁରଟ ଏବଂ କଲିକତା ଫେରନ୍ତା ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ବସରୁ ଓହ୍ଲାଇ କୁଆଁପାଳ ବଜାରଠାରେ ବଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନ ଥିଲା। ଫଳରେ ସେମାନେ ଏଣେତେଣେ ବୁଲିବା ସହ ଦୋକାନ ବାରଣ୍ଡାରେ ବସାଉଠା କରିଥିଲେ। କେତେଜଣ ବଜାର ନଳକୂପ ବ୍ୟବହାର କରିବା ସହ ମନ୍ଦିର ଓ ଦୋକାନ ବାରଣ୍ଡାରେ ଶୋଇଥିଲେ। ମାହାଙ୍ଗା ପୋଲିସ ରାତି ୩ଟାରେ ପାଟ୍ରୋଲିଂ କରୁଥିବାବେଳେ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ବୁଲାବୁଲି କରୁଥିବା ଦେଖିବାକୁ ପାଇଥିଲା। ତେଣୁ ଥାନା ଅଧିକାରୀ ରଞ୍ଜନ ପ୍ରଧାନ ବିଡିଓଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ପରେ ବ୍ଲକ ମୁଖ୍ୟ ଫାଟକ ଖୋଲାଯାଇ ସେମାନଙ୍କୁ ବ୍ଲକ ପରିସରରେ ରଖାଯିବା ସହ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରବାସୀ ଫେରୁଥିବା ଜାଣି ମଧ୍ୟ ବ୍ଲକ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ଅଧିକାରୀ ଅନୁପସ୍ଥିତ ରହିବା ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁଆଁପାଳ ଦମକଳବାହିନୀ ପକ୍ଷରୁ ସ୍ଥାନୀୟ ବଜାର, ହାଟ ଓ ବ୍ଲକ କାର୍ଯ୍ୟାଳୟ ପରିସର ସାନିଟାଇଜ କରାଯିବା ପରେ ବହୁ ବିଳମ୍ବରେ ବଜାର ଖୋଲିଥିଲା। ବ୍ଲକ ପ୍ରଶାସନର ଏହି ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଏକ ତଦନ୍ତ ପାଇଁ ଜିଲାପାଳ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଚିବଙ୍କ ନିକଟରେ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ ନିହାର ରଞ୍ଜନ ମଲ୍ଲିକ କହିଛନ୍ତି, ଏଠାକୁ ଆସିଥିବା ପ୍ରବାସୀଙ୍କ ସମ୍ପର୍କରେ କୌଣସି ସୂଚନା ନ ଥିଲା। ସେମାନେ ନିଜେ ବସ ଯୋଗେ ଆସି ବିଳମ୍ବିତ ରାତିରେ ପହଞ୍ଚତ୍ଥିଲେ। ଆମେ ଖବର ପାଇବା ପରେ ସେମାନଙ୍କୁ ତାଙ୍କ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦେଇଛୁ।
ସୂଚନାଯୋଗ୍ୟ, ବ୍ଲକ ପ୍ରଶାସନ ପକ୍ଷରୁ ଜେ.ଏନ୍ କଲେଜ ପରିସରରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସେଠାରେ ଅନ୍ୟ ରାଜ୍ୟରୁ ଟ୍ରେନ୍ ଓ ବସ୍ ଯୋଗେ ଆସୁଥିବା ପ୍ରବାସୀଙ୍କୁ ଗାଡ଼ିରେ ଏଠାକୁ ଅଣାଯାଇଥାଏ। ପରେ ନିଜ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥାଏ। ଏହି କାରଣରୁ ପ୍ରବାସୀମାନେ ସେଠାରେ ଓହ୍ଲାଇ ଥିଲେ।
Posted inଜଗତ୍ସିଂହପୁର View All
ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର
ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...
ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍ଦୁଲ ଗିରଫ, ପୁଅ ଅଟକ
ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...
ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର
ଜଗତ୍ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର...
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର: ଉଠାଇନେଲା…
ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍ଡୋଜର ବୁଲଛି।...
ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର
ଜଗତସିଂହପୁର,୧୭।୧୧: ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ନେଇ ସାରା ଦେଶରେ ଚିନ୍ତାପ୍ରକଟ କରାଯାଉଛି। ଏଭଳିସ୍ଥିତିରେ ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ...
ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର
ପାରାଦୀପ, ୬ା୧୧(ଶରତ ରାଉତ): ଗଞ୍ଜାମ ଜିଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ...
ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…
ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ...
ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍ଦାର ଡାଏଲଗ୍, ୪୨ ବର୍ଷ ଧରି…
ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର...
Archives


