ଆୟକର ରିଟର୍ନ ଅବଧି ବଢ଼ିଲା

ନୂଆଦିଲ୍ଲୀ,୧୪।୫: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ ପ୍ରଦାନ କରିବା ସୀମାକୁ ଚଳିତ ବର୍ଷ ୩୦ ନଭେମ୍ବର ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ସ୍ଥିତିରେ ରହିଥିବାରୁ ଉଭୟ ବାଣିଜ୍ୟ ଏବଂ ବ୍ୟକ୍ତି ବିଶେଷଙ୍କୁ ଫାଇଦା ଦେବା ଲାଗି ଅର୍ଥମନ୍ତ୍ରୀ ବିଭିନ୍ନ ଘୋଷଣା କରିଛନ୍ତି। ଟ୍ୟାକ୍ସ ଡିଡକସନ ଆଟ୍‌ ସୋର୍ସ(ଟିଡିଏସ୍‌) ଏବଂ ଟ୍ୟାକ୍ସ କଲେକଟେଡ୍‌ ଆଟ୍‌ ସୋର୍ସ(ଟିସିଏସ୍‌)୨୫% ହ୍ରାସ କରାଯାଇଛି। ନନ୍‌ ସାଲାରି ପେମେଣ୍ଟ ଟୁ ରେସିଡେଣ୍ଟ କ୍ଷେତ୍ରରେ ଏହା ଲାଗୁ ହେବ। କଣ୍ଟ୍ରାକ୍ଟ, ଇଣ୍ଟରେଷ୍ଟ, ଡିଭିଡେଣ୍ଡ, କିମଶନ ଏବଂ ବ୍ରୋକ୍‌ରେଜ ଭଳି କ୍ଷେତ୍ରରେ ୨୫% ଟିଡିଏସ୍‌ ହ୍ରାସ ହେବ ବୋଲି ଜଣାପଡ଼ିଛି। ଏଭଳି ପଦକ୍ଷେପ ଦ୍ୱାରା ଲୋକଙ୍କ ନିକଟକୁ ପ୍ରାୟ ୫୦ ହଜାର କୋଟି ଟଙ୍କାର ନଗଦ ଅର୍ଥ ଆସିପାରିବ। ଟିକସ ସମାଧାନ ସ୍କିମ୍‌ ବିବାଦ ସେ ବିଶ୍ୱାସର ଅବଧିକୁ ଚଳିତ ବର୍ଷ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ସୀତାରାମନ କହିଛନ୍ତି ଯେ, ଆୟକର ବିଭାଗ ପଡି ରହିଥିବା ଟିକସ ରିଫଣ୍ଡକୁ ତୁରନ୍ତ ସମାଧାନ କରିବ। ଏହି ଧାରାରେ ଦାତବ୍ୟ ଅନୁଷ୍ଠାନ, ଏଲ୍‌ଏଲ୍‌ପି, ଅଣ କର୍ପୋରେଟ ବାଣିଜ୍ୟ, ସ୍ବତ୍ୱାଧିକାରୀ ଫାର୍ମ ଏବଂ ଅନ୍ୟ ସଂସ୍ଥାଗୁଡିକ ଲାଭବାନ ହୋଇପାରିବେ। ଏହି ସମୟ ମଧ୍ୟରେ ଆୟକର ବିଭାଗ ପକ୍ଷରୁ ୧୮,୦୦୦ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି। ଅଣ ବେତନ ପେମେଣ୍ଟରେ ଟିସିଏସ୍‌, ଟିଡିଏସ୍‌ ୨୫% ହ୍ରାସ ହେବା ଦ୍ୱାରା ଭେଣ୍ଡରଙ୍କ ନିକଟକୁ ଅଧିକ ଅର୍ଥ ଆସିପାରିବ। ଲୋକଙ୍କ ନିକଟକୁ ଲିକ୍ୟୁଡିଟି ଆସିବା ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଏହା ସହାୟତା କରିବ ବୋଲି ନାଞ୍ଜିଆ ଆଣ୍ଡରସନ ଏଲ୍‌ଏଲ୍‌ପିର ନିର୍ଦ୍ଦେଶକ ସନ୍ଦୀପ ଝୁନ୍‌ଝୁନ୍‌ଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri