୩ ଟ୍ୟାଙ୍କର ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ ଅଫିସ,୯ା୫ – ଢେଙ୍କାନାଳ ଟାଉନ ଓ ସଦରଥାନା ସୀମା ହରିପୁର ଅଞ୍ଚଳର ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶକ୍ତିସୁଗାର କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖ ପାର୍କିଂସ୍ଥଳରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ସ୍ପିରିଟ୍‌ ନେବାକୁ ଖୋର୍ଦ୍ଧାର ଏକ ମଦ କମ୍ପାନୀରୁ ଆସିଥିବା ୩ଟି ଟ୍ୟାଙ୍କର ଚାଳକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମୃତ ୩ ଚାଳକ ହେଲେ ବିହାର ଗୌରାଖାଲିସପୁର ଗ୍ରାମର ରୁବେଲ ଭାରତୀ, ଦିଲୀପ ଭାରତୀ ଏବଂ ହରେରାମ ଭାରତୀ। ସେମାନେ ସମ୍ପର୍କରେ ୩ ଭାଇ। ଖବରପାଇ ଟାଉନ ଓ ସଦର ଥାନା ପୋଲିସ, ଅବକାରୀ ବିଭାଗ, ଜିଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଫୁଡ୍‌ ପଏଜନିଂ କିମ୍ବା କୌଣସି ବିଷାକ୍ତ ଖାଦ୍ୟ ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଚାଳକଙ୍କ ମୃତଦେହ କରୋନା ଅପପ୍ରଚାର ଯୋଗୁ ଦୀର୍ଘ ୧୨ ଘଣ୍ଟା ପଡ଼ିରହିବା ଚର୍ଚ୍ଚାର ବିଷୟ ହୋଇଛି।


ଘଟଣାରୁ ଜଣାପଡିଛି, ଶକ୍ତିସୁଗାରରୁ ସ୍ପିରିଟ୍‌ ନେବା ନିମନ୍ତେ ଖୋର୍ଦ୍ଧାର ଏକ ମଦ କମ୍ପାନୀରୁ ଏହି ୩ଟି ଟ୍ୟାଙ୍କର ପ୍ରାୟ ଦେଢମାସ ତଳୁ ଆସିଥିଲା। ଗୁରୁବାର ରାତି ପ୍ରାୟ ୧ଟାରେ ସମ୍ପୃକ୍ତ ଚାଳକମାନେ ଏକାଠି ଖିଆପିଆ ପରେ ଶୋଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ୩ଜଣ ଯାକ ଅସୁସ୍ଥ ଅନୁଭବ କରିଥିଲେ। କମ୍ପାନୀ ଫାଟକ ନିକଟରେ ସୁରକ୍ଷା କର୍ମଚାରୀ ଥିଲେ ମଧ୍ୟ ଅସୁସ୍ଥ ଚାଳକମାନଙ୍କୁ ନିକଟସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟ ନେବାର କୌଣସି ବ୍ୟବସ୍ଥା କମ୍ପାନୀ ପକ୍ଷରୁ କରାଯାଇ ନ ଥିଲା। ଫଳରେ ଛଟପଟ ହୋଇ ଜଣଙ୍କର ଗାଡି ଭିତରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଗୁରୁତରଙ୍କୁ ପାର୍କିଂସ୍ଥଳରେ ଥିବା ଆଉ ଜଣେ ଚାଳକ ଟ୍ୟାଙ୍କରରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଖବରପାଇ ଶୁକ୍ରବାର ଏସ୍‌ପି ଅନୁପମା ଜେମ୍‌ସ, ଅବକାରୀ ଅଧୀକ୍ଷକ ମନୋଜ ସେଠୀ, ସଦର ତହସିଲଦାର ଲକ୍ଷ୍ମୀଧର ରାଉତ, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏ ସଂକ୍ରାନ୍ତରେ ଟାଉନଥାନାରେ ନଂ-୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ମନୋଜ ସେଠୀ କହିଛନ୍ତି, ସ୍ପିରିଟ୍‌ ନେବା ପାଇଁ ଖୋର୍ଦ୍ଧାର ମଦ କମ୍ପାନୀ କୌଣସି ଅନୁମତି ପାଇ ନ ଥିଲା। ଅଧିକ ତଦନ୍ତ ଜାରି ରହିଛି। ଏସ୍‌ପି ଜେମ୍‌ସ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ସହ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଜିଲାପାଳ ଭୂମେଶଚନ୍ଦ୍ର ବେହେରା କହିଛନ୍ତି, ଦୀର୍ଘସମୟ ଧରି ମୃତଦେହ ଘଟଣାସ୍ଥଳରେ ପଡି ରହିଥିବା ଖବର ମଳିବା ପରେ ତୁରନ୍ତ ତାହାକୁ ଉଠାଇ ବ୍ୟବଚ୍ଛେଦ କରାଇବାକୁ ଶକ୍ତିସୁଗାର କମ୍ପାନୀ ଓ ପୋଲିସ ପ୍ରଶାସନକୁ କୁହାଯାଇଥିଲା। ପ୍ରଶାସନ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri