ପେଟ୍ରୋଲ,ଡିଜେଲ ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ରାଜକୋଷ ଉପରେ ଖର୍ଚ୍ଚଜନିତ ଚାପ ବଢ଼ିଥିବା ବେଳେ ସରକାର ଏହାକୁ ନେଇ ବିକଳ୍ପ ପନ୍ଥା ବାହାର କରିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ମଙ୍ଗଳବାର ସନ୍ଧ୍ୟାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିକସ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୦ ଟଙ୍କା ଓ ୧୩ ଟଙ୍କାକୁ ବୃଦ୍ଧି ଘଟିଛି। ଇନ୍ଧନ ଉପରେ ଟିକସ କଥା ବିଚାର କଲେ ଉତ୍ପାଦ ଟିକସ ଏବଂ ଭାଟ୍‌ ବାବଦ ଅଂଶ ମୋଟ ମୂଲ୍ୟର ପ୍ରାୟ ୭୦% ଛୁଇଁଛି। ବର୍ତ୍ତମାନ ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ମୂଲ୍ୟ ପ୍ରାୟ ୨ ଦଶନ୍ଧି ତଳକୁ ଖସିଛି। ଏଥିରୁ ତୈଳ ବିପଣନ କମ୍ପାନୀଗୁଡିକ ଲାଭ ଉଠାଉଛନ୍ତି। କାରଣ ପେଟ୍ରୋଲ ଡିଜେଲ ଦରର ରିଟେଲ ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ। କମ୍ପାନୀଗୁଡ଼ିକର ଏହି ସ୍ଥିତିକୁ ବିଚାରକରି ସରକାର ଉତ୍ପାଦ ଟିକସ ବଢାଇଛନ୍ତି। ଫଳରେ ରାଜକୋଷକୁ ୧.୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆସି ପାରିବ ବୋଲି ସୂଚନା ରହିଛି।
ଉତ୍ପାଦ ଟିକସ ବୃଦ୍ଧି କରାଯାଇଥିଲେ ମଧ୍ୟ ପେଟ୍ରୋଲ ଡିଜେଲ ଦର ଉପରେ ଏହାର ପ୍ରଭାବ ପଡିନାହିଁ। ବୁଧବାର ପେଟ୍ରୋଲ ଦର ଅପରିବର୍ତ୍ତିତ ୭୧.୨୬ ଟଙ୍କା ଏବଂ ଡିଜେଲ ୬୯.୩୯ ଟଙ୍କା ରହିଛି। ଉତ୍ପାଦ ଟିକସ ବଢ଼ିଥିଲେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଦର ନିମ୍ନରେ ଥିବା ଗ୍ରାହକଙ୍କ ଉପରେ ତୈଳ ବିପଣନ କମ୍ପାନୀଗୁଡିକ କୌଣସି ବୋଝ ନ ଦେଇ ନିଜ ମଧ୍ୟରେ ବର୍ଦ୍ଧିତ ମୂଲ୍ୟକୁ ବ୍ୟବସ୍ଥିତ କରିଛନ୍ତି। ଦୁଇ ମାସରୁ କମ୍‌ ସମୟ ମଧ୍ୟରେ ସରକାର ଲଗାତର ଭାବେ ଦ୍ୱିତୀୟ ଥର ଲାଗି ଏଭଳି ଟିକସ ବୃଦ୍ଧି କରିଛନ୍ତି। ଏହି ଯୋଜନା ଦ୍ୱାରା ରାଜକୋଷକୁ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କା ରାଜସ୍ବ ଆସିପାରିବ ବୋଲି ତୈଳ ବିପଣନ କମ୍ପାନୀର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୪ରେ ସରକାର ପେଟ୍ରୋଲ ଡିଜେଲ ଉପରେ ଲିଟର ପିଛା ୩ ଟଙ୍କା ଉତ୍ପାଦ ଟିକସ ବୃଦ୍ଧି କରିଥିଲେ। ଏହା ଦ୍ୱାରା ରାଜକୋଷକୁ ୩୯ ହଜାର କୋଟି ଟଙ୍କା ଆସିବ ବୋଲି ଆକଳନ କରାଯାଇଥିଲା। ଲଗାତର ଭାବେ ଏଭଳି ୨ଥର ମୂଲ୍ୟ ବୃଦ୍ଧି କରାଯିବା ଫଳରେ ରାଜକୋଷକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri