ଛଦ୍ମବେଶରେ ଚୋରା ମଦ ବେପାରୀଙ୍କୁ ଧରିଲା ପୋଲିସ

ଟିଟିଲାଗଡ଼, ୨୭।୪ (ଡି.ଏନ.ଏ.): ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନରେ ତାଲା ଝୁଲୁଛି। ଏହାର ସୁଯୋଗ ନେଇ ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ରନ୍ଧା ମଦବେପାରୀ ସକ୍ରିୟ ହୋଇ ଉଠିଛନ୍ତି। ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୭୧ଲିଟର ମଦ ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଛି। ସୋମବାର ଟିଟିଲାଗଡ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ଏ ନେଇ ସୂଚନା ଦେଇଛନ୍ତି। ଟିଟିଲାଗଡ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ରବିବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଡିପଡା ସଂଲଗ୍ନ ଜଙ୍ଗଲରେ ଛଦ୍ମବେଶ ଧାରଣ କରି ଛକି ରହିଥିଲେ। ପୂର୍ବରୁ ଗାଡି ଶବ୍ଦ ଶୁଣି ଫେରାର ହୋଇ ଯାଉଥିବା ମଦବେପାରୀମାନେ ପୋଲିସକୁ ଚିହ୍ନି ନପାରି ଜାଲରେ ଫଶି ଯାଇଥିଲେ। ଜଙ୍ଗଲ ରାସ୍ତାରେ ପୋଲିସ ଟିମ୍‌ ୧୧ ଜଣଙ୍କୁ କାବୁ କରିଥିଲା। ଅଭିଯୁକ୍ତମାନେ ହେଲେ ନିରଞ୍ଜନ ମାଝୀ, ସଦା ସାହୁ, ଗୋବିନ୍ଦ ସାହୁ, ସୁରେଶ ସାହୁ, ଅଲେଖ ମାଝୀ, ଗୋରେଖ ମାଝୀ, ନରହରି ସାହୁ, ଭୁଜ ସାହୁ, ରାମଦାଶ ବନଛୋର, ସନ୍ତୋଷ ମେହେର, ରାକେଶ ଜାଲ। ସେମାନଙ୍କ ବିରୋଧରେ ଦଫା ୫୨ (ଏ) ଏବଂ ଓଡିଶା ଅବକାରୀ ଆଇନ ୨୦୦୮ରେ ୮ଟି ବିଭିନ୍ନ ମାମଲା ରୁଜୁ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରି ମହାମାରି କରୋନା ସମୟରେ ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କ ବିରୋଧରେ ବ୍ୟାପକ ଚଢଉ କରାଯିବ ବୋଲି ଏସ୍‌ଡିପିଓ ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri