୧୯୧୮ରେ ‘ସ୍ପାନିଶ୍‌ ଫ୍ଲୁ’କୁ ହରାଇଥିଲେ, ଏବେ କରୋନାକୁ

ମାଦ୍ରିଦ୍‌,୨୬।୪: କରୋନା ଭାଇରସ୍‌(କୋଭିଡ୍‌-୧୯)ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଉଦାହରଣ ଭାବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାର ନ୍ୟୁୟର୍କକୁ ଦେଖାଗଲେ, ଏଠାରେ ପ୍ରାୟ ୨ଲକ୍ଷ ୮୦ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୨୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଏହି ମୃତକମାନଙ୍କ ମଧ୍ୟରୁ ପ୍ରାୟ ୪୭ ପ୍ରତିଶତଙ୍କ ବୟସ ୭୫ବର୍ଷରୁ ଊର୍ଦ୍ଧ୍ୱ। ବୟସାଧିକ କାରଣରୁ ଲୋକେ ଅନେକ ରୋଗରେ ପୀଡ଼ିତ ହୋଇଥାନ୍ତି। ଏଭଳି ସ୍ଥଳେ ସେମାନେ ଯଦି କୋଭିଡ୍‌-୧୯ରେ ସଂକ୍ରମିତ ହୁଅନ୍ତି ତା’ହେଲେ ସେମାନଙ୍କୁ ବଞ୍ଚାଇବା ପ୍ରାୟ ଅସମ୍ଭବ ବୋଲି କୁହାଯାଉଛି। ତେବେ ସ୍ପେନ୍‌ରେ ଜଣେ ୧୦୬ ବର୍ଷୀୟ ମହିଳା ଆନା ଡେଲ୍‌ ଭାଲେଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଛି। ଏହା ଅନ୍ୟ ବୟସ୍କ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଉତ୍ସାହିତ କରିବା ସହ ରୋଗୀ ସମ୍ପର୍କୀୟଙ୍କ ମନୋବଳ ବୃଦ୍ଧି କରିବ।
୧୯୧୮ ମସିହାରେ ଆନାଙ୍କୁ ପ୍ରାୟ ୫ ବର୍ଷ ହୋଇଥିବାବେଳେ ସେ ମହାମାରୀ ‘ସ୍ପାନିଶ୍‌ ଫ୍ଲୁ’ରେ ସଂକ୍ରମିତ ହୋଇଥିଲେ। ୩୬ ମାସ(ଜାନୁୟାରୀ ୧୯୧୮ରୁ ଡିସେମ୍ବର ୧୯୨୦) ମଧ୍ୟରେ ଉକ୍ତ ମହାମାରୀରେ ୫୦ କୋଟି ଲୋକ ସଂକ୍ରମିତ ହୋଇଥିଲେ, ଯାହାକି ସେହି ସମୟରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଥିଲା। କିନ୍ତୁ ଆନା ସେହି ମହାମାରୀରୁ ବର୍ତ୍ତିଯାଇଥିଲେ। ଏବେ ପ୍ରାୟ ୨ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଏବଂ ୨୮.୫ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ମହାମାରୀ କରୋନାକୁ ମଧ୍ୟ ହରାଇଛନ୍ତି ଆନା। ଏଭଳି ଚମତ୍କାର ପାଇଁ ସ୍ପେନ୍‌ର ରୋଣ୍ଡା ସହରରେ ଥିବା ଆନାଙ୍କ ପରିବାରବର୍ଗ ବେଶ୍‌ ଖୁସି ଅନୁଭବ କରୁଛନ୍ତି।
କୋଭିଡ୍‌-୧୯ର ପ୍ରକୋପରେ ଗୁରୁତର ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଆମେରିକା (ପ୍ରାୟ ୯.୫ ଲକ୍ଷ ସଂକ୍ରମିତ ଓ ୫୩ ହଜାର ମୃତ୍ୟୁ) ଶୀର୍ଷରେ ଥିବାବେଳେ ସ୍ପେନ୍‌ର ସ୍ଥାନ ଦ୍ୱିତୀୟ। ସ୍ପେନରେ ଶନିବାର ସୁଦ୍ଧା ୨ ଲକ୍ଷ ୨୩ ହଜାର ୭୫୯ଜଣ ସଂକ୍ରମିତ ହୋଇଥିବାବେଳେ ୨୨,୯୦୨ଜଣ ଆଖିବୁଜିଛନ୍ତି। ଦେଶରେ ଏହି ପ୍ରାଣଘାତୀ ଭୂତାଣୁର ସଂକ୍ରମଣ ଓ ବୟସ୍କଙ୍କ ଜୀବନ ରକ୍ଷା ନେଇ ଭାଳେଣି ପଡ଼ିିଥିବାବେଳେ ଆନାଙ୍କ ଆରୋଗ୍ୟ ଲାଭ ନିହାତି ଆଶ୍ୱସ୍ତିକର। ସ୍ପେନ୍‌ରେ ଅଦ୍ୟାବଧି ୯୫,୭୦୮ଜଣ ଆରୋଗ୍ୟ ହୋଇଥିବାବେଳେ ଆନାଙ୍କ ବ୍ୟତୀତ ଆଉ ୨ଜଣ ୧୦୧ ବର୍ଷୀୟ ମହିଳା ସୁସ୍ଥ ହୋଇଥିବା ଜଣାପଡ଼ିଛି।
ସ୍ପେନ୍‌ର ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଅଲକାଲା ଡେଲ୍‌ ଭାଲେ ସହରର ଏକ ନର୍ସିଂହୋମରେ
ଆନା ରହୁଥିଲେ, ଯେଉଁଠାରେ ସେ ଅନ୍ୟ ୬୦ ବାସିନ୍ଦାଙ୍କ ସହ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଲା ଲିନିଆ ସହରସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିଛିଦିନ ତଳେ ସେ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି। ଆନା ୧୯୧୩ ଅକ୍ଟୋବରରେ ଜନ୍ମ ହୋଇଥିଲେ। ଆଉ ପ୍ରାୟ ୬ ମାସ ପରେ ତାଙ୍କୁ ୧୦୭ ବର୍ଷ ହେବ। କରୋନା ମହାମାରୀରୁ ବଞ୍ଚତ୍ୟାଇଥିବା ଲୋକଙ୍କ ମଧ୍ୟରେ ଆନା ହେଉଛନ୍ତି ସ୍ପେନ୍‌ର ସବୁଠାରୁ ଅଧିକ ବୟସ୍କ ଏବଂ ବିଶ୍ୱରେ ଦ୍ୱିତୀୟ ବୟୋଜ୍ୟେଷ୍ଠ ବୋଲି କୁହାଯାଉଛି। ଏହାପୂର୍ବରୁ ନେଦରଲାଣ୍ଡ୍ସର ୧୦୭ ବର୍ଷୀୟା କର୍ନେଲିଆ ରାସ୍‌ କରୋନାକୁ ହରାଇ ଆରୋଗ୍ୟ ହୋଇଛନ୍ତି।
ସୂଚନାଥାଉ କି, ଆମେରିକା, ସ୍ପେନ, ଇଟାଲୀ, ଫ୍ରାନ୍ସ ସମେତ କେତେକ ଦେଶରେ ବୟସ୍କ ସଂକ୍ରମିତଙ୍କ ଚିକିତ୍ସାକୁ କେତେକାଂଶରେ ଗୁରୁତ୍ୱ ଦିଆଯାଉ ନ ଥିବା କୁହାଯାଉଛି। ଆନାଙ୍କ ବୋହୂ ପାକି ସଞ୍ଚେଞ୍ଜ୍‌ ହସ୍ପିଟାଲ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ସେ କହିଛନ୍ତି ଯେ, ବୟସାଧିକ କାରଣରୁ ଆନାଙ୍କ ଚିକିତ୍ସାକୁ ହସ୍ପିଟାଲ କର୍ତ୍ତୃପକ୍ଷ ହାଲୁକା ଭାବେ ନେବା ସହ ସେତେଟା ହୁସିଆର ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri