ଚୋରକୁ ପିଟି ହତ୍ୟା , ୫ଗିରଫ

ବାରିପଦା ଅଫିସ/ବେତନଟୀ,୨୫ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଦହିକୁଟି ପଞ୍ଚାୟତ ଅନ୍ତର୍ଗତ ଖମାରି ଗ୍ରାମର କେତେକ ଲୋକଙ୍କ ମାଡ଼ରେ ଜଣେ ଚୋରର ମୃତ୍ୟୁ ଘଟିଛି। ଏନେଇ ପୋଲିସ ଏକ ମାମଲା(ନଂ.୯୫/୨୦୨୦) ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି। ମୃତକ ହେଲେ କ୍ରିଷ୍ଣା ବେହେରା ଓରଫ(କନ୍ଦା)। ତାଙ୍କ ଘର ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ରାଣୀବନ୍ଧ ନିକଟ ଛୁରିଣୀ ଗ୍ରାମରେ। ଗିରଫ ଅଭିଯୁକ୍ତ ଗିରିଶ ଚନ୍ଦ୍ର ପଣ୍ଡା, ଗୁଣନିଧି ମହାନ୍ତ, ଜନ୍ମେଞ୍ଜୟ ମହାନ୍ତ, ବାଇଧର ମହାନ୍ତ ଓ ଇମେଜ ମହାନ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଅଶୋକ କୁମାର ନାୟକ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ମୃତ କ୍ରିଷ୍ଣା ବେତନଟୀ ଥାନା ଅଧୀନ ଖମାରି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଚୋରି କରିବା ପାଇଁ ଯାଇଥିଲେ। ଗ୍ରାମବାସୀ ଧରି ପକାଇବା ପରେ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରି ବେତନଟୀ ପୋଲିସକୁ ଜଣାଇଥିଲେ। ଗୁରୁବାର ସକାଳେ ପୋଲିସ ଗ୍ରାମରେ ପହଞ୍ଚି କ୍ରିଷ୍ଣାଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଓ ପରେ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସାରେ ତାଙ୍କର ମୃତ୍ୟୁ ଘଟିିଥିଲା। ମୃତକଙ୍କ ମା’ ଶବ ଚି଼ହ୍ନଟ କରିବା ପରେ ପୋଲିସ ବ୍ୟବଚ୍ଛେଦ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri