ବ୍ରହ୍ମପୁରରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଶ୍ରମିକ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ବ୍ରହ୍ମପୁରରେ ପରିବାର ସହ ଫସି ରହିଥିବା ପଶ୍ଚିମ ଓଡ଼ିଶାର କେତେକ ଶ୍ରମିକ ଘରମୁହାଁ ହୋଇଛନ୍ତି। ଏକ ପୋଲ କାମ କରିବାକୁ ଗତ ଡିସେମ୍ବରରେ ବଲାଙ୍ଗୀର ଓ ବରଗଡ଼ ଜିଲାରୁ ଏହି ଶ୍ରମିକମାନେ ପରିବାର ସହ ବ୍ରହ୍ମପୁରକୁ ଆସିଥିଲେ। କାମ ନ ହେବାରୁ ସେମାନେ ଅନ୍ୟ ଧନ୍ଦା କରୁଥିଲେ। କରୋନା ପାଇଁ ଲକ୍‌ଡାଉନ ଲାଗୁ ହୋବରୁ ଆଉ କାମ ମିଳିଲାନି। ଖାଇବା ପାଇଁ ପଇସା ନାହିଁ। ତେଣୁ ସମସ୍ତେ ଘରକୁ ଫେରିବାକୁ ସୋମବାରରୁ ବ୍ରହ୍ମପୁରରୁ ଚାଲିବା ଆରମ୍ଭ କରିଛନ୍ତି। ଜଣେ ଗର୍ଭବତୀ, ୧୩ ଶିଶୁଙ୍କ ସମେତ ୬୦ ଜଣ ୩ ଦିନ ହେଲା ଚାଲୁଥିଲେ ମଧ୍ୟ ବାଟରେ ପୋଲିସ କିମ୍ବା ପ୍ରଶାସନ କେହି ହେଲେ ଅଟକାଉ ନାହାନ୍ତି।
ବୁଧବାର ସେମାନେ ଭଞ୍ଜନଗରରେ ପହଞ୍ଚିଥିଲେ। ଦମକଳ କେନ୍ଦ୍ର ନିକଟରେ ଗର୍ଭବତୀ ଜଣକ ଚାଲିବା ବେଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କେତେକ ଯୁବକ ଏବଂ ସରକାରୀ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସା ପରେ କିଛି ଘଣ୍ଟା ସେଠାରେ ରହିବା ପରେ ମହିଳା ଜଣକ ପୁଣି ତାଙ୍କ ପରିବାର ଲୋକଙ୍କ ସହ ଚାଲିଥିଲେ। ସୋରାଦେବୀ ମନ୍ଦିରଠାରେ ହେଲପିଂ ହ୍ୟାଣ୍ଡ କ୍ଲବ ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥିଲା। ତାହା ପୂର୍ବରୁ ଏନ୍‌ଏସି ଓ ବ୍ଲକ ପ୍ରଶାସନ ପକ୍ଷରୁ ଜଳଖିଆ ଦିଆଯାଇଥିଲା। ସେହିପରି କଣ୍ଟେଇପଲ୍ଲୀର କେତେକ ଯୁବକ ଏବଂ ଭଞ୍ଜନଗରର କେତେଜଣ ଖାଦ୍ୟ ଖାଇବାକୁ ଦେଇଥିଲେ। ଚାଲୁଥିବା ଶ୍ରମିକଙ୍କ ମଧ୍ୟରୁ ବରଗଡ଼ ଜିଲା କଁଷଡ଼ା ପଞ୍ଚାୟତର ତେଜରଞ୍ଜନ ମହାର କହିଛନ୍ତି, ବ୍ରହ୍ମପୁର କନିଷିରେ ଫସି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କେଉଁଠି ଖାଦ୍ୟ ଦିଆଯାଉଛି ତାହା ଜାଣିପାରି ନ ଥିଲୁ। ଖାଇବାକୁ ନ ପାଇବାରୁ ଚାଲି ଚାଲି ଘରକୁ ଫେରିବା ପାଇଁ ନିଷ୍ପତ୍ତିି ନେଇଥିଲୁ। ବାଟରେ ଆମକୁ କେହି ସାହାଯ୍ୟ କରି ନ ଥିଲେ। ଏ ନେଇ ଭଞ୍ଜନଗର ବିଡିଓ ଅନୀଲ ସେଠୀଙ୍କୁ ପଚାରିବାରୁ ଶ୍ରମିକମାନଙ୍କୁ ଏଠାରେ ରହିବା ପାଇଁ କୁହାଯାଇଛି। ହେଲେ ସେମାନେ ଶୁଣିଲେ ନାହିଁ। ସେମାନେ ଚାହିଁଲେ ରହିବା ବ୍ୟବସ୍ଥା କରାଯିବବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri