Odisha Elections 2024

ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ପ୍ରୟାସ;ସରକାର ନେବେ ଟେକ୍ନୋଲୋଜି ସହାୟତା

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ୍‌ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥାରେ ଜୀବନ ସଞ୍ଚାର କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଟେକ୍ନୋଲୋଜିର ସହାୟତା ଦ୍ୱାରା ବିଭିନ୍ନ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ସେ ଦିଗରେ ସରକାର ଏବେ କାର୍ଯ୍ୟରତ ଅଛନ୍ତି। ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଏ ସଂକ୍ରାନ୍ତ ପଲିସି ପେପର ଉପରେ ଏବେ କାର୍ଯ୍ୟ କରୁଛି। ଅର୍ଥ ବ୍ୟବସ୍ଥାକୁ ଶୀଘ୍ର ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଟେକ୍ନୋଲୋଜି ବ୍ୟବହାର ଉପରେ ଏହା ସରକାରଙ୍କୁ ପ୍ରସ୍ତାବ ଦେବ। ବିସ୍ତୃତ ଅଧ୍ୟୟନ ପରେ ପଲିସି ପେପରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନୀତି ଆୟୋଗ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗକୁ ପ୍ରଦାନ କରାଯିବ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଅଧୀନ ସ୍ବୟଂଶାସିତ ସଂସ୍ଥା ଟେକ୍ନୋଲୋଜି, ଇନ୍‌ଫର୍ମେଶନ, ଫୋରକାଷ୍ଟିଂ ଆଣ୍ଡ ଆସେସମେଣ୍ଟ କାଉନସିଲ(ଟିଆଇଏଫ୍‌ଏସି) ଏ ଦିଗରେ ଏବେ କାର୍ଯ୍ୟକ୍ରମ ଜାରି ରଖିଛି। ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ, ଦେଶୀୟ ଟେକ୍ନୋଲୋଜିର ବାଣିଜ୍ୟକରଣ, ଗ୍ରାମୀଣ କ୍ଷେତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୃଢୀକରଣ ଏବଂ ଆମଦାନୀ କମ୍‌ କରିବା ଉପରେ ଏବେ ଫୋକସ କରାଯାଉଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ, ଡାଟା ଆନାଲିଟିକ୍ସ ଭଳି ନୂଆ ଟେକ୍ନୋଲୋଜି ଉପରେ ଏହା ଏବେ କାମ କରୁଛି। ଏ ସଂକ୍ରାନ୍ତ ପେପରକୁ ଶୀଘ୍ର ପ୍ରଦାନ କରାଯିବ ବୋଲି ଟିଆଇଏଫ୍‌ଏସିର ନିର୍ଦ୍ଦେଶକ ପ୍ରଦୀପ ଶ୍ରୀବାସ୍ତବ କହିଛନ୍ତି। କରୋନା ଏବେ ସାରା ବିଶ୍ୱକୁ କବଳିତ କରି ରଖିଛି। ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବକୁ କମ୍‌ କରିବା ଦିଗରେ ସରକାର ଉଦ୍ୟମ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଟେକ୍ନୋଲୋଜି ହସ୍ତକ୍ଷେପ ଦ୍ୱାରା କରୋନାର ପ୍ରଭାବକୁ କମ୍‌ କରିବା ଦିଗରେ ଯୋଜନା ହାତକୁ ନିଆଯାଇଛି ବୋଲି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗର ମୁଖପାତ୍ର ଆଶୁତୋଷ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri