Posted inଖେଳ

ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରେ ଅବସାଦ ବଢ଼ୁଛି

ପ୍ୟାରିସ, ୨୩ା୪ (ଏଏଫ୍‌ପି)-କରୋନାଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ଖେଳକୁ ସ୍ଥଗିତ ରଖାଯାଇଥିବାରୁ ପ୍ରଫେସନାଲ କେତେଜଣ ଫୁଟ୍‌ବଲ ଖେଳାଳିଙ୍କ ମାନସିକ ଅବସାଦ ଅବା ଚିନ୍ତାଗ୍ରସ୍ତରେ ରହୁଛନ୍ତି। ଏହି ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଗ୍ଲୋବାଲ ପ୍ଲେୟର୍ସ ୟୁନିୟନ ‘ଫିଫ୍‌୍‌ ପ୍ରୋ’ ପକ୍ଷରୁ ସୋମବାର ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଇଂଲଣ୍ଡ, ସ୍କଟଲାଣ୍ଡ, ଫ୍ରାନ୍ସ, ଅଷ୍ଟ୍ରେଲିଆ ସମେତ ୧୬ଟି ଦେଶର ୧,୬୦୨ ଖେଳାଳିଙ୍କୁ ନେଇ ଫିଫ୍‌ ପ୍ରୋ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ତନ୍ମଧ୍ୟରେ ୪୬୮ ମହିଳା ଖେଳାଳି ଅନ୍ତର୍ଭୁକ୍ତ। ୧୩ ପ୍ରତିଶତ ପୁରୁଷ ଏବଂ ୨୨ପ୍ରତିଶତ ମହିଳା ଖେଳାଳିଙ୍କ ନିକଟରେ ମାନସିକ ବିଷାଦ ଲକ୍ଷଣ ଦେଖାଦେଇଛି। ପ୍ରତି ୫ଜଣରେ ଜଣେ ପୁରୁଷ ଓ ମହିଳା ଖେଳାଳି ଚିନ୍ତାଗ୍ରସ୍ତ ରହୁଛନ୍ତି। ଫୁଟ୍‌ବଲରେ ଆକସ୍ମିକ ଯୁବ ଓ ମହିଳା ଖେଳାଳିଙ୍କୁ ସେସେିଆଲ ଆଇସୋଲେଶନ ସହିତ ଖାପ ଖୁଆଇବାକୁ ପଡ଼ିଲା। ସେମାନଙ୍କ ଜୀବନ ଶୈଳି ସ୍ଥିର ହୋଇ ଗଲା। ନିଜର ଭବିଷ୍ୟତକୁ ନେଇ ସେମାନେ ସନ୍ଦିହାନୀ ହୋଇପଡ଼ିଛନ୍ତି। କୋଭିଡ୍‌-୧୯ ବ୍ୟାପିବା ରୋକିବାକୁ ଯାଇ ବହୁ ଦେଶ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟକରୁଛନ୍ତି। ବହୁ ସଂଖ୍ୟାରେ ପ୍ରଫେସନାଲ ଫୁଟ୍‌ବଲର ସେମାନଙ୍କ ପରିବାର ଛାଡ଼ି ବିଦେଶରେ ଅଟକିଯାଇଛନ୍ତି। ଅଳ୍ପ ଦିନିଆ ଚୁକ୍ତି କରିଥିବା ଖେଳାଳି ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଫିଫ୍‌ପ୍ରୋ ତରଫରୁ ଡିସେମ୍ବର ଓ ଜାନୁୟାରୀରେ ଏକ ସର୍ଭେ କରାଯାଇଥିଲା। ସେତେବେଳେ କେବଳ ୩୦୭ ଖେଳାଳିଙ୍କୁ ନେଇ ଏହା କରାଯାଇଥିଲା। ସେତେବେଳେ ଅବସାଦଗ୍ରସ୍ତ ଥିବା ମହିଳା ଖେଳାଳିଙ୍କ ମାତ୍ରା ୧୧ ପ୍ରତିଶତ ଥିବାବେଳେ ପୁରୁଷଙ୍କ ମାତ୍ରା ୬ ପ୍ରତିଶତ ରହିଥିଲା ବୋଲି ଫିଫ୍‌ପ୍ରୋ’ର ସାଧାରଣ ସଂପାଦକ ଜୋନାସ ବେଅର୍‌ ହଫ୍‌ମ୍ୟାନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୟୁରୋପର ଲିଗ୍‌ଗୁଡ଼ିକର କେବେ ପୁନଃଆରମ୍ଭ ହେବ ସେଇ ସେ ନେଇ ଫେଡେରେଶନ ଏବଂ ଗଭର୍ନିଂବଡିଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଛି। ଏପରିକି ମ୍ୟାଚ ରୁଦ୍ଧଦ୍ୱାରରେ କରିବା କଥା ମଧ୍ୟ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri