ଲକ୍‌ଡାଉନ୍‌: ବଦଳୁଛି ଟ୍ରେଣ୍ଡ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଘରେ ବସି ଟାଇମ୍‌ପାସ୍‌ କରିବା ଏବେ ସମସ୍ତଙ୍କ ଚିନ୍ତାର ବିଷୟ। ବିଶେଷକରି ୱାର୍କ ଫ୍ରମ୍‌ ହୋମ୍‌ କରୁ ନଥିବା ଲୋକଙ୍କ ପାଇଁ ଏହି ଲକ୍‌ଡାଉନ ଅଧିକ କଠିନ ହୋଇଯାଇଛି। ଏଭଳିସ୍ଥଳେ ଟାଇମ୍‌ପାସ୍‌ର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ। ଇନ୍‌ଷ୍ଟାଗ୍ରାମ୍‌, ଟିକ୍‌ଟକ୍‌, ଫେସ୍‌ବୁକ୍‌ ଆଦି ସୋସିଆଲ ମିଡ଼ିଆର ଗଦା ଗଦା ଚ୍ୟାଲେଞ୍ଜ ଲୋକଙ୍କୁ କେବଳ ସମୟ କାଟିବାରେ ସାହାଯ୍ୟ କରୁନି, ବରଂ କ୍ରିଏଟିଭ୍‌ ହେବାରେ ମଧ୍ୟ ସାହାଯ୍ୟ କରୁଛି। କେବଳ ସାଧାରଣ ଲୋକ ନୁହେଁ, ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବାର ଦେଖିବାକୁ ମିଳୁଛି।
ଡାଲ୍‌ଗୋନା କଫି
କରୋନା ଲକ୍‌ଡାଉନ୍‌ ଯୋଗୁଁ ଦକ୍ଷିଣ କୋରିଆରୁ ଆରମ୍ଭ ହୋଇଥିବା ଏହି କଫି ଚ୍ୟାଲେଞ୍ଜ ଏବେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ରେ ପରିଣତ ହୋଇଛି। ଇନ୍‌ଷ୍ଟାଣ୍ଟ୍‌ କଫି ପାଉଡରରେ ଚିନି ଓ ସାମାନ୍ୟ ଗରମ ପାଣି ମିଶାଇ ଏହାକୁ ଫୋମ୍‌ ବା ଫେଣ ହେବା ପର୍ଯ୍ୟନ୍ତ ଫେଣ୍ଟିବା ପରେ ଏହା ଉପରେ ଥଣ୍ଡା ପାଣି ଓ ବରଫ ପକାଇ ଏହି କଫି ପ୍ରସ୍ତୁତ କରାଯାଏ। ତେବେ କୌଣସି ହ୍ବିସ୍କର ବ୍ୟବହାର ନକରି ଏହାକୁ ହାତରେ ଫେଣ୍ଟାଯାଇଥାଏ। ଦୀର୍ଘ ସମୟ ଧରି ହାତରେ ଫେଣ୍ଟାଯାଉଥିବାରୁ ଲକ୍‌ଡାଉନ୍‌ରେ ନିଜ ମନରେ ଥିବା ରାଗ ତଥା ଫ୍ରଷ୍ଟ୍ରେଶନ କାଢ଼ିବାର ଏହା ଏକ ଭଲ ଉପାୟ ବୋଲି ମଧ୍ୟ କୁହାଯାଉଛି। ତେବେ ଭାରତରେ ଏହି କଫିର ଲୋକପ୍ରିୟତା ଆଗରୁ ରହିଥିଲେ ମଧ୍ୟ ବର୍ତ୍ତମାନର ଟ୍ରେଣ୍ଡ୍‌ ଏହାକୁ ସୋସିଆଲ ମିଡ଼ିଆରେ ଲୋକପ୍ରିୟ କରାଇଛି।
ଇନ୍‌ଷ୍ଟା ଲାଇଭ୍‌
କେବଳ କୁକିଂ ଚ୍ୟାଲେଞ୍ଜ ନୁହେଁ, ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୋସିଆଲ୍‌ ମିଡ଼ିଆ ଏବେ ପାଲଟିଛି ଏକ ଉତ୍କୃଷ୍ଠ ପ୍ଲାଟ୍‌ଫର୍ମ। କଣ୍ଠଶିଳ୍ପୀଙ୍କଠାରୁ ଆରମ୍ଭକରି ଅଭିନେତା, ଅଭିନେତ୍ରୀ, ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀଙ୍କ ପର୍ଯ୍ୟନ୍ତ, ସମସ୍ତେ ଏବେ ଇନ୍‌ଷ୍ଟାଗ୍ରାମକୁ ନିଜ କଳା ପ୍ରଦର୍ଶନର ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ପୂର୍ବରୁ କେବଳ ବ୍ଲଗର୍‌ମାନେ ଏହି ସୋସିଆଲ ସାଇଟ୍‌କୁ ବ୍ଲଗିଂ ସାଇଟ୍‌ ଭାବେ ବ୍ୟବହାର କରୁଥିବା ବେଳେ ଲକ୍‌ଡାଉନ୍‌ରେ କିନ୍ତୁ ଏହା କମନ୍‌ ପ୍ଲାଟଫର୍ମରେ ପରିଣତ ହୋଇଛି। ଏପରିକି କ୍ରିସ୍‌ ମାର୍ଟିନ୍‌, ମିଲି ସାଇରସ୍‌, ଜନ୍‌ ଲିଜେଣ୍ଡଙ୍କ ଭଳି ସେଲିବ୍ରିଟିମାନେ ନିଜ ପ୍ରଶଂସକଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ପର୍ଫମ କରୁଛନ୍ତି। ସେହିଭଳି ମିଡ଼ିଆ ସଂସ୍ଥାଗୁଡ଼ିକ ମଧ୍ୟ ବିଶେଷଜ୍ଞଙ୍କ ସହ ଏଠାରେ ଲାଇଭ୍‌ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରୁଛନ୍ତି। ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌, ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍ସର୍‌ମାନେ ମଧ୍ୟ ଇନ୍‌ଷ୍ଟା ଲାଇଭ୍‌ରେ ନିଜ ଫଲୋର୍ସମାନଙ୍କୁ ମନୋରଞ୍ଜନ କରୁଛନ୍ତି।
ଫିଟ୍‌ନେସ୍‌ ଚ୍ୟାଲେଞ୍ଜ
ପ୍ଲାଙ୍କ୍‌ ଚ୍ୟାଲେଞ୍ଜ ହେଉ କି ସ୍କିପିଙ୍ଗ୍‌ ଚ୍ୟାଲେଞ୍ଜ୍‌, ଲକ୍‌ଡାଉନ୍‌ରେ ଲୋକଙ୍କୁ ଫିଟ୍‌ ରଖିବାରେ ଏହି ଚ୍ୟାଲେଞ୍ଜଗୁଡ଼ିକ ବିଶେଷ ଭାବେ ସହାୟ ହେଉଛି। ବର୍ତ୍ତମାନ ସମୟରେ ଜିମ୍‌ ବନ୍ଦ ଥିବାବେଳେ ବାହାରକୁ ମର୍ଣ୍ଣିଂ ୱାକ୍‌ ପାଇଁ ଗଲେ ପୋଲିସ ଉଠାଇନେଉଛି। ଏଭଳିସ୍ଥଳେ ଲୋକ ସୋସିଆଲ୍‌ ମିଡ଼ିଆ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ୍‌କୁ ବେଶ୍‌ ଗୁରୁତ୍ୱର ସହ ନେଉଛନ୍ତି। ବଡ଼ ବଡ଼ ଫିଟ୍‌ନେସ୍‌ ବିଶେଷଜ୍ଞ ଏବଂ ଇନ୍‌ଫ୍ଲୁଏନ୍ସରମାନେ ନିଜ ଫଲୋର୍ସମାନଙ୍କୁ ଭିନ୍ନଭିନ୍ନ ଏକ୍ସରସାଇଜ୍‌ କରିବାକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଆଉ ଧୀରେ ଧୀରେ ଏହା ଟ୍ରେଣ୍ଡ୍‌ କରୁଛି। ସି ଟେନ୍‌ ଡୁ ଟେନ୍‌ ଚ୍ୟାଲେଞ୍ଜ, ନୋ ଇକ୍ୟୁପ୍‌ମେଣ୍ଟ ୱାର୍କଆଉଟ୍‌ ଚ୍ୟାଲେଞ୍ଜ ଆଦି ବହୁଳ ଭାବେ ଲୋକପ୍ରିୟ ହୋଇଛି। ଏପଟେ ଓଡ଼ିଶାରେ ମଧ୍ୟ ଏହି ଫିଟ୍‌ନେସ୍‌ ଚ୍ୟାଲେଞ୍ଜର କମ୍‌ ଲୋକପ୍ରିୟତା ଦେଖିବାକୁ ମିଳିନି। ‘ମି ଭୁବନେଶ୍ୱର’ ପକ୍ଷରୁ ଆରମ୍ଭ ହୋଇଥିବା ‘ଲକ୍‌ଡାଉନ୍‌ ସ୍କ୍ବାଡ୍‌’ରେ ଉର୍ଜା ଭୂୟାଁଙ୍କ ଭଳି ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍ସରମାନେ ଫେସ୍‌ବୁକ୍‌ ଲାଇଭ୍‌ ମାଧ୍ୟମରେ ଲୋକଙ୍କୁ ଘରେ ୱାର୍କଆଉଟ୍‌ କରିବାର ବିଭିନ୍ନ ଉପାୟ ଶିଖାଉଛନ୍ତି। ସେହିଭଳି ପ୍ରମୁଖ ଓଡ଼ିଶୀ ଗୁରୁମାନେ ବିଭିନ୍ନ ଡ୍ୟାନ୍ସ ଚ୍ୟାଲେଞ୍ଜ ଦେଇ ନିଜ ଶିଷ୍ୟାଶିଷ୍ୟଙ୍କୁ ଫିଟ୍‌ ରହିବାକୁ କହୁଛନ୍ତି।
ଅନ୍‌ଲାଇନ୍‌ ଅନ୍ତାକ୍ଷରୀ
ଆଗରୁ ସାଙ୍ଗସାଥି ଏବଂ ପରିବାର ଲୋକ ଏକାଠି ହୋଇ ଖେଳୁଥିବା ଅନ୍ତାକ୍ଷରୀ ଏବେ ଅନ୍‌ଲାଇନ୍‌ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଲୋକେ ନିଜ ସୋସିଆଲ ମିଡ଼ିଆ ଷ୍ଟୋରୀ ଫିଚର୍‌ ମାଧ୍ୟମରେ ଅନ୍ତାକ୍ଷରୀ ଖେଳୁଛନ୍ତି। ଜଣେ ଗାଉଥିବା ଗୀତର ଶେଷ ଅକ୍ଷରରେ ଆଉଜଣେ ଗୀତ ଗାଉଛି। ତା’ପରେ ସେ ଆଉଜଣକୁ ଟ୍ୟାଗ୍‌କଲେ ସେ ଉକ୍ତ ଗୀତର ଶେଷ ଅକ୍ଷରରୁ ଆଉଏକ ଗୀତ ଗାଉଛି। ଟାଇମ୍‌ପାସ୍‌ କରିବାର ଏହା ଏକ ଭଲ ଉପାୟ ହୋଇପାରିଛି।
କରୋନା କଟ୍‌
ଲକ୍‌ଡାଉନ୍‌ ପାଇଁ ଏବେ ବଡ଼ ବଡ଼ ସେଲୁନ୍‌ ସହ ଛୋଟ ଛୋଟ ବାରିକ ଦୋକାନ ମଧ୍ୟ ବନ୍ଦ ରହିଛି। ଲକ୍‌ଡାଉନ୍‌କୁ ମାସେ ବିତିଯାଇଥିବା ବେଳେ ଏପଟେ ଚୁଟି କାଟିବା ଅନେକଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏଭଳିସ୍ଥଳେ ଲୋକେ ନିଜ ହାତରେ କଇଁଚି ଧରିବାକୁ ବାଧ୍ୟ ହୋଇଛନ୍ତି। ପରିବାର ମଧ୍ୟରେ ଜଣେ ଅନ୍ୟଜଣକର ହେୟାରକଟ୍‌ ସହ ସେଭିଂ ମଧ୍ୟ କରିଦେଉଛି। ତେବେ ଏହି ଭିଡ଼ିଓକୁ ଲୋକେ ହାର୍ସଟ୍ୟାଗ୍‌ କରୋନାକଟ୍‌ ନାମରେ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ୍‌ କରିବା ପରେ ଏହା ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। କେବଳ ଏତିକି ନୁହେଁ, କରୋନା ପକୋଡା, ଅନ୍‌ଲାଇନ୍‌ ବିଙ୍ଗୋ, ସେଫ୍‌ ହ୍ୟାଣ୍ଡ୍‌ ଚ୍ୟାଲେଞ୍ଜ, ହ୍ୟାଣ୍ଡ୍‌ ଇମୋଜୀ ଚ୍ୟାଲେଞ୍ଜ, ଟ୍ୟାଗ୍‌ ୟୋର୍‌ କୁଇନ୍ସ, ଟୟଲେଟ୍‌ ପେପର ଚ୍ୟାଲେଞ୍ଜ, ଅଣ୍ଟିଲ୍‌ ଟୁମୋରୋ ଚ୍ୟାଲେଞ୍ଜ ଆଦି ଏବେକାର ସମୟରେ ଟ୍ରେଣ୍ଡ୍‌ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri