ଇଣ୍ଡିଆନ ହ୍ବିଲଚେୟାର ପ୍ରିମିୟର ଲିଗ୍‌ରେ କେନ୍ଦୁଝରର ଯୁବକ

କେନ୍ଦୁଝର, ୧୨ା୬ (ସ୍ବ.ପ୍ର.)- ଦୃଢ ମନୋବଳ ଆଉ ସାହସ ଥିଲେ ଭିନ୍ନକ୍ଷମ ବି ସବୁ କିଛି କରିପାରେ। ଏହାର ଏକ ନିଚ୍ଛକ ଉଦାହରଣ ସାଜିଛନ୍ତି କେନ୍ଦୁଝରର ଅଭୟ କୁମାର ଜେନା। ନୂଆଦିଲ୍ଲୀରେ ଚଳିତମାସ୧୯ରୁ ୨୩ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆନ ହ୍ବିଲଚେୟାର ପ୍ରିମିୟର ଲିଗ (ଆଇଡବ୍ଲ୍ୟୁପିଏଲ) କ୍ରିକେଟ ସେଶନ -୨ରେ ଖେଳିବା ଲାଗି ସୁଯୋଗ ପାଇଛନ୍ତି। ପୁଣି ଅଲରାଉଣ୍ଡର ଭାବେ ଖେଳିଥାନ୍ତି ସେ।
ଅଭୟଙ୍କ ଘର କେନ୍ଦୁଝର ସହର ଜଗନ୍ନାଥପୁର ସାହିରେ। ଦଶମ ଶ୍ରେଣୀରୁ ପାଠ ଛାଡି ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବିଶେଷ କରି ଦିବ୍ୟାଙ୍ଗଙ୍କ ବିକାଶ ତଥା ସେମାନଙ୍କ ସ୍ବାବଲମ୍ବୀ ହେବା କ୍ଷେତ୍ରରେ କାର୍ଯ୍ୟ ଜାରୀ ରଖିଛନ୍ତି। ଅପରପକ୍ଷରେ ଖେଳ ପ୍ରତି ତାଙ୍କର ପିଲାବେଳୁ ଢେର ଆଗ୍ରହ ଥିଲା। ଓଡିଶା ଦଳ ପାଇଁ ଚୟନ ହୋଇଥିବା ବେଳେ ଆଇଡବ୍ଲ୍ୟୁପିଏଲରେ ଖେଳିବାକୁ ସୁଯୋଗ ମିଳିଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି। ଏହି ପ୍ରତିଯୋଗିତାରେ ସବୁ ରାଜ୍ୟରୁ ମୋଟ ୮ଟି ଦଳ ଭାଗ ନେଉଛନ୍ତି। ଗ୍ରୁପ ଏ’ରେ ମହାରାଷ୍ଟ୍ର ଟାଇଗର୍ସ, ଦିଲୀ ସୁପରଷ୍ଟାର, ଉତ୍ତରପ୍ରଦେଶ ହିରୋସ, ବିହାରୀ ଦବଙ୍ଗ ଦଳ ଏବଂ ଗ୍ରୁପ ବି’ରେ ଗୁଜୁରାଟ ଫାଇଟର, ରାଜସ୍ଥାନ ରାଜଓ୍ବାଡେ, ଉତ୍ତରାଖଣ୍ଡ ଓ୍ବାରିଅର୍ସ, ଚେନାଇ ସୁପର ଷ୍ଟ୍ରଙ୍ଗ ଦଳ ଭାଗ ନେଉଛନ୍ତି ା ପ୍ରତ୍ୟେକ ଦଳ ୨୦ ଓଭର ବିଶିଷ୍ଟ ତିନୋଟି ଲେଖାଏଁ ମ୍ୟାଚ ଖେଳିବେ । ଏଥିପାଇଁ ସେ କ୍ରିକେଟ କୋଚ ଗିରିଶ ଚନ୍ଦ୍ର ହୋତାଙ୍କ ତତ୍ତ୍ୱାବଧାନରେ ଜୋରଦାର ଅଭ୍ୟାସ ଚଳାଇଥିବା କୁହନ୍ତି। ଅବଶ୍ୟ ଆଇଡବ୍ଲ୍ୟୁପିଏଲ ପରେ ମୁମ୍ବାଇ ସିରିଜ ହେବ। ସେଥିରେ ଓଡିଶା ଦଳ ପକ୍ଷରୁ ଖେଳିବେ ବୋଲି ସେ କହିଛନ୍ତି। ଆସନ୍ତା ୨୦୨୦ରେ ଥାଇଲାଣ୍ଡରେ ହେବାକୁ ଥିବା ବିଶ୍ୱକପ ପ୍ରତିଯୋଗିତାରେ ମଧ୍ୟ ଖେଳିବାକୁ ତାଙ୍କୁ ସୁଯୋଗ ମିଳିବ ବୋଲି ସେ ଦୃଢ ଆଶାବାଦୀ। କ୍ରୀଡା କ୍ଷେତ୍ରରେ ଦିବ୍ୟାଙ୍ଗ ମାନେ ବି ପାରଙ୍ଗମ ା କ୍ରୀଡା ଦ୍ୱାରା ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ନେଇ ହ୍ବିଲ ଚେୟାର କ୍ରିକେଟ ଆସୋସିଏଶନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଅଭୟ। ପ୍ରଥମ ଥର ପାଇଁ ଓଡିଶାରେ ହ୍ବିଲଚେୟାର କ୍ରିକେଟ ଟିମ ଗଠନ ହୋଇଥିବା ବେଳେ ଆଗାମୀ ଦିନରେ ବହୁ ଦିବ୍ୟାଙ୍ଗ ପିଲା ଏଥିରେ ଖେଳିପାରିବେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ସହାୟତା କଲେ କେନ୍ଦୁଝରରେ ମଧ୍ୟ ଏକ ଟିମ ଗଠନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଅଭୟ ା


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri