ସିଲ୍‌ ମଦ ଦୋକାନ ଖୋଲି ସନ୍ଦେହରେ ଅବକାରୀ ବିଭାଗ

ଲଖନପୁର,୧୭।୪(ଡି.ଏନ୍‌.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍‌ଡାଉନ୍‌ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଏହି ପରିମ୍ରେକ୍ଷୀରେ ଅବକାରୀ ବିଭାଗ ତରଫରୁ ଝାରସୁଗୁଡା ଜିଲାରେ ଥିବା ସମସ୍ତ ସରକାରୀ ସ୍ବୀକୃତିପ୍ରାପ୍ତ ମଦଭାଟି ଓ ବିଦେଶୀ ମଦ ଦୋକାନ ସବୁକୁ ଜଉମୁଦ ଦେଇ ସିଲ୍‌ କରାଯାଇଛି। ଲକ୍‌ଡାଉନ୍‌ ଅବଧି ଶେଷ ହେଲା ପରେ ଯାଇ ଖୋଲିବ ବୋଲି ନିର୍ଦ୍ଦେଶ ରହିଛି। ଏଭଳି କଡାକଡି ନିର୍ଦ୍ଦେଶ ସତ୍ତ୍ୱେ ଗତ ବୁଧବାର ଭୋର ସାଢେ ୪ଟା ସମୟରେ ବନ୍ଧବାହାଲ ମାର୍କେଟ୍‌ରେ ଥିବା ବିଦେଶୀ ମଦଦୋକାନ ସଟର୍‌ ଖୋଲାଥିଲା। ଦୋକାନ ସମ୍ମୁଖରେ ଅବକାରୀ ବିଭାଗର ଏକ ବୋଲେରୋ ଓ କର୍ମଚାରୀ ଛିଡା ହୋଇ ରହିଥିଲେ। ଲକ୍‌ଡାଉନ୍‌ରେ ପୁଣି ସିଲ୍‌ ଥିବା ବିଦେଶୀ ମଦଦୋକାନ ଭୋରରୁ ଖୋଲା ଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। କେତେକ ଲୋକେ ମୋବାଇଲ୍‌ ଫୋନ୍‌ରେ ଫଟୋ ଉଠାଇ ଥିଲେ। ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ୩ ଦିନ ହେଲା ଘୁରି ବୁଲୁଛି। ଲକ୍‌ଡାଉନ୍‌ରେ ସିଲ୍‌ ଥିବା ବିଦେଶୀ ମଦ ଦୋକାନ କାହା ନିର୍ଦ୍ଦେଶରେ, କିଏ ଓ କାହିଁକି ଖୋଲିଲା ତାହାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଯୋର ଧରିଛି। ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ କହିଛନ୍ତି ଯେ, ଦୋକାନ ଖୋଲା ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଅବକାରୀ ଇନ୍‌ସ୍ପେକ୍ଟର୍‌ ସୁମିତ୍ରା ଓରାମଙ୍କୁ ପଚାରିବାରୁ କହିଛନ୍ତି ଯେ, ଅବକାରୀ ବିଭାଗର ୨ଜଣ କନଷ୍ଟେବଳ ଦୋକାନରେ ଥିବା ଷ୍ଟକ କାଗଜପତ୍ର ଯାଞ୍ଚ କରିବାକୁ ଦୋକାନ ଖୋଲିଥିଲେ। ଏ ନେଇ ଜିଲା ଅବକାରୀ ଏସ୍‌ପି ନାରାୟଣ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ। ସିଲ୍‌ଥିବା ବିଦେଶୀ ମଦ ଦୋକାନ କାହିଁକି ଖୋଲାଗଲା ଓ କିଏ ଖୋଲିଲା ଏ ସମ୍ପର୍କରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ବ୍ରଜରାଜନଗର ଏସ୍‌ଡିପିଓ ଦୀଲିପ ଦାସ କହିଛନ୍ତି ଯେ, ସିଲ୍‌ ଥିବା ଦୋକାନ ଖୋଲିବା ପୂର୍ବରୁ ସ୍ଥାନୀୟ ପୋଲିସ୍‌କୁ ଅବକାରୀ ବିଭାଗ ପ୍ରଥମେ ଜଣାଇବା କଥା। ତାପରେ ମାଜିଷ୍ଟ୍ରେଟ୍‌ ଓ ପୋଲିସ୍‌ ଉପସ୍ଥିତିରେ ଦୋକାନ ସିଲ୍‌ ଖୋଲା ଯାଇ ଷ୍ଟକ୍‌ ଯାଞ୍ଚ ପରେ ପୁଣି ସିଲ୍‌ ହେବା କଥା। ଏ ନେଇ ପୋଲିସ୍‌ ତରଫରୁ ତଦନ୍ତ କରାଯାଇ ଆଇନ୍‌ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ଦାସ କହିଛନ୍ତି। ସୂଚନାଯୋଗ୍ୟ, ମାଜିଷ୍ଟ୍ରେଟ୍‌ ଓ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଦୋକାନ ସିଲ୍‌ ଖୋଲାଯାଇ ଷ୍ଟକ୍‌ ଯାଞ୍ଚ ହେବା କଥା। ଏସବୁ ନ କରି କାହିଁକି ୨ଜଣ ବିଭାଗୀୟ କନଷ୍ଟେବଳ ସିଲ୍‌ ଖୋଲି ଷ୍ଟକ୍‌ ଯାଞ୍ଚ କଲେ ତାହା ପୁଣି ପୁଣି ଭୋର୍‌ ସାଢେ ୪ଟାରେ ତାହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri