Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଚତୁଃଗ୍ରହଜନିତ ରାଜଯୋଗ ପ୍ରଭାବରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବେ । ରବି ଓ ଶୁକ୍ରଙ୍କ ଶୁଭତ୍ୱ କାରଣରୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନରେ ଉନ୍ନତି ହେବ । ପରିବାରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି ।
ବୃଷ
ବୃଷ
ଶୁକ୍ର ରାଶିରେ ରହିଥିବାରୁ ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ମନୋରଞ୍ଜନର ମଉକା ମାନସିକ ସ୍ଥିତିକୁ ଖୁସୀ ରଖିବ । ଯାତ୍ରା,ବାଣିଜ୍ୟ,ପ୍ରତିଦ୍ୱନ୍ଦ୍ୱିତା,ପାରିବାରିକ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ମାନର ସୁଫଳ ପାଇବେ । କିନ୍ତୁ ନିଜ କାମ ପଛକୁ ପକାଇ ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ।
ମିଥୁନ
ମିଥୁନ
ରବିଙ୍କ ପ୍ରଭାବରେ ଧନପାଇବେ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଉପକୃତ ହେବେ । କିନ୍ତୁ ଅଷ୍ଟମସ୍ଥ ଗ୍ରହଜନିତ ଅର୍ଥସମ୍ପର୍କୀୟ ସମସ୍ୟା କିମ୍ବା କଳହର ସମ୍ମୁଖୀନ ହେବାକୁ ପଡିପାରେ । ଘର କିମ୍ବା ଜମିଜମା,ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ଆଲୋଚନା କରିପାରନ୍ତି ।
କର୍କଟ
କର୍କଟ
ଏକାଧିକ ଗ୍ରହ ଗହଣରେ ଚନ୍ଦ୍ର ଦୈହିକ ଅସୁସ୍ଥତା କିମ୍ବା ମାନସିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିବ । ଭଲକାମ କଲେ ମଧ୍ୟ ବନ୍ଧୁବର୍ଗଙ୍କ ସମାଲୋଚନା କାରଣରୁ ଶାନ୍ତି ଭଗ୍ନ ହୋଇପାରେ । ଟଙ୍କା ପଇସା,ନେବା ଆଣିବା,ଦିଆ ନିଆ କ୍ଷେତ୍ରରେ ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବାର ଆଶଙ୍କା ରହିଛି ।
ସି˚ହ
ସି˚ହ
ମଙ୍ଗଳଗ୍ରହ ଷଷ୍ଠସ୍ଥାନସ୍ଥ ଯୋଗୁଁ ଅସ୍ବସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ । ବ୍ୟବସାୟ,ବାଣିଜ୍ୟ, ପରିବହନ,ଜମିଜମା କାରବାର,ନିର୍ମାଣ କ୍ଷେତ୍ରରୁ ଭଲ ଲାଭ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇ ପାରେ ।
କନ୍ୟା
ବୁଧ ଏକାଦଶରେ ଚନ୍ଦ୍ର ଥିବାରୁ ଆଜି ଯାହା ଚାହୁଁଛନ୍ତି ତାହା ତ ନିଶ୍ଚିତ ପାଇବେ କିନ୍ତୁ ପ୍ରଥମାବସ୍ଥାରେ ସମସ୍ୟା ଆସିବ । ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ରାଜନୀତି,ସଂଗଠନ,ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।
ତୁଳା
ତୁଳା
ତୃତୀୟସ୍ଥ କେତୁ ବନ୍ଧୁସମ୍ପର୍କ ନଷ୍ଟ କରିପାରେ କିନ୍ତୁ ଜୀବନଚର୍ଯ୍ୟାରେ ଅସଂଗତି ଦୂର କରିବା ସକାଶେ ମନକୁ ଦୃଢ କରିପାରିବେ । ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ବାକ୍‌ଯୁଦ୍ଧ ଲାଗି ଯାଇପାରେ । ସାହିତ୍ୟ ଚର୍ଚ୍ଚା, ଲେଖାପଢା ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ । ରାଜନୀତିରେ ଚେଷ୍ଟା ସଫଳ ହେବ ।
ବିଛା
ବିଛା
ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ ଅନାଗତ ଆଶଙ୍କାର ପରିକଳ୍ପନାରେ ମନ ଭାରାକ୍ରାନ୍ତ ରହିବ । ବାରମ୍ବାର ପୁନର୍ବିଚାର ବିନା କୌଣସି ଦୃଢ ପଦକ୍ଷେପ ନେବା ଠିକ୍‌ ହେବନି । ବାଣିଜ୍ୟ,ଆମଦାନୀ,ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ସମସ୍ୟା ବୃଦ୍ଧି ପାଇଲେ ମଧ୍ୟ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି ।
ଧନୁ
ଧନୁ
ଏକାଧିକ ଗ୍ରହ ମୁଖଭାବରେ ଅବସ୍ଥାନ କରୁଥିବାରୁ ବାକ୍‌ସଂଯମତାର ଅଭାବ ବିଭିନ୍ନ ସମସ୍ୟାର କାରଣ ହେବ । ଆତ୍ମୀୟଙ୍କ ରୋଷର ଶିକାର ହେବା କାରଣରୁ କାମରେ ସହଯୋଗ ପାଇବା କଷ୍ଟକର ହୋଇପାରେ । କିନ୍ତୁ ଅଭାବନୀୟ ପରିବେଶରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ।
ମକର
ମକର
କର୍ମାଧିପ ସ୍ବଗୃହରେ ରହିଥିବାରୁ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କିମ୍ବା ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ । ହିତୈଷୀମାନଙ୍କ ପରାମର୍ଶ କ୍ରମେ ଆପୋଷ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ଲେଖାପଢା, ଗବେଷଣା,ଅନୁସନ୍ଧାନ ଏବଂ ରଚନାମତ୍କ କାମରୁ ସୁଫଳ ମିଳିବ ।
କୁମ୍ଭ
କୁମ୍ଭ
ଭାଗ୍ୟାଧିପଙ୍କ ଶୁଭତ୍ୱ କାରଣରୁ ଆପଣଙ୍କ ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇଯିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ, କିନ୍ତୁ ଋଣ ପରିଶୋଧ କରିବାରେ ପଛେଇ ଯିବେ । ଭୁଲ୍‌ ବୁଝାମଣାଜନିତ ପରିବହନରେ ଝଗଡାର ସମ୍ମୁଖୀନ ହୋଇପାରନ୍ତି । ନିର୍ମାଣ ବାଣିଜ୍ୟ ଏବଂ ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହୋଇପାରେ ।
ମୀନମୀନ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ନିଶ୍ଚିତ । ଦୈନନ୍ଦିନ ବ୍ୟବସାୟିକ ସଂସ୍ଥା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଅର୍ଥଲାଭ,କାର୍ଯ୍ୟ ସାଧନରୁ ଉପକୃତ ହୋଇପାରନ୍ତି । ଆଲୋଚନାରେ,ତର୍କ ବିତର୍କରେ ସଫଳତା ହାସଲ କରିପାରିବେ ନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ।...

ରାଶିଫଳ: ଗୁରୁବାର, ମେ ୨ ତାରିଖ – Daily Horoscope

ମେଷ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟା, ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ...

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri