ଲକ୍‌ଡାଉନ୍‌ରେ ଲେଖକ ହେଲେ ମାରିଜନେ

ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍‌-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ ମାରିଜନେ ନିଜ ପରିବାରଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର ରହୁଛନ୍ତି। ଏହି ସମୟରେ କ୍ରୀଡ଼ାଜନିତ କାର୍ଯ୍ୟକଳାପ କିଛି ନ ଥିବାରୁ ସେ ପର୍ଯ୍ୟାପ୍ତ ସମୟ ପାଇଛନ୍ତି। ଏହି ସମୟର ସଦ୍‌ବ୍ୟବହାର କରିବାକୁ ଯାଇ ସେ ଲେଖକ ହୋଇଛନ୍ତି। ସେ ଏହି ଫାଙ୍କା ସମୟରେ ବହି ଲେଖିବା ଜାରି ରଖିଛନ୍ତି। ଭାରତରେ ରହଣି ସମୟରେ ସେ ହାସଲ କରିଥିବା ଅଭିଜ୍ଞତାକୁ ନେଇ ଲେଖା ଜାରି ରଖିଛନ୍ତି।
ହଲାଣ୍ଡର ଅଧିବାସୀ ମାରିଜନେ ହେର୍ଟୋଜେନବୋସ୍କରେ ରୁହନ୍ତି। ସେଠାରେ ତାଙ୍କ ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅ ରୁହନ୍ତି। ପରିବାରଠାରୁ ଦୂରରେ ରହି ସମୟ କାଟିବା ନିଶ୍ଚିତ ଭାବେ କଷ୍ଟକର ବୋଲି ୪୫ ବର୍ଷୀୟ ମାରିଜନେ କୁହନ୍ତି। ଯେତେ ସମ୍ଭବ ନିଜକୁ ବ୍ୟସ୍ତ ରଖିବା ପାଇଁ ପ୍ରୟାସ କରୁଛି। ମିଳିଥିବା ଏହି ଫାଙ୍କା ସମୟରେ ବହି ଲେଖୁଛି ବୋଲି ପିଟିଆଇକୁ ସାକ୍ଷାତ୍‌କାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ଭାରତରେ ସାଢେ ୩ ବର୍ଷ ହେବ ରହିଆସୁଛି। ଜଣେ କୋଚ୍‌ ହିସାବରେ ଓ ବ୍ୟବସାୟିକ ଜୀବନରେ ଏଠାରେ ମୋର ବହୁ ମଜାଦାର ଅଭିଜ୍ଞତା ମଧ୍ୟ ରହିଛି।
ଭାରତରେ ଲକ୍‌ଡାଉନ୍‌ ଜାରି ହେବାର ଠିକ୍‌ ପୂର୍ବରୁ ମାରିଜନେ ନେଦରଲାଣ୍ଡ୍ସ ଯାତ୍ରା କରିଥିଲେ। ତେବେ ନିଜ ଦଳ ଓ ପରିବାର ହିତକୁ ଦୃଷ୍ଟିରେ ରଖି ସେ ଅଧାବାଟରୁ ପୁଣି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ନିଜ ସ୍ତ୍ରୀ ଓ ପରିବାରକୁ ସେ ପ୍ରଶଂସା କରିଛନ୍ତି। ଏହି କଷ୍ଟକର ସମୟ ଓ ପରିସ୍ଥିତିରେ ସେମାନେ ବେଶ୍‌ ସାହସିକତାର ପରିଚୟ ଦେଇଥିବା ମାରିଜନେ କହିଛନ୍ତି। ଅଧା ବାଟରୁ ଫେରିଆସିବା କଷ୍ଟକର ହୋଇଥିଲେ ମଧ୍ୟ ଭାରତୀୟ ଦଳ ପ୍ରତି ମୋର ଦାୟିତ୍ୱବୋଧତା ରହିଛି। ଲକ୍‌ଡାଉନ୍‌ ସମୟରେ ସମ୍ପୂର୍ଣ୍ଣ ଦଳ ଏକାଠି ରହିଛି। ଏବେ ମଧ୍ୟ ଆମେ ପୂରା ଅଭ୍ୟାସ କରୁଛୁ। ଦଳକୁ ଏକାଠି କରିବାକୁ ଆମେ ଆହୁରି ପ୍ରୟାସ ଜାରି ରଖିଛୁ। ମହିଳା ଖେଳାଳିମାନେ ମଧ୍ୟ ସେମାନଙ୍କ ସ୍ପୋକନ ଇଂଲିଶ୍‌ ଶିକ୍ଷା ଜାରି ରଖିଛନ୍ତି।
ଖେଳାଳିମାନେ ମଧ୍ୟ ସେମାନଙ୍କ ପରିବାରଠାରୁ ଦୂରରେ ରହୁଛନ୍ତି। ଆମେ ସମସ୍ତେ ମୋଟିଭେଶନାଲ ସିନେମା ‘ମେରିକମ୍‌’ ଓ ‘ଦଙ୍ଗଲ’ ଦେଖୁଛୁ। କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ତେଣୁ ବିଶ୍ୱର ସବୁ ଦଳ ଗୋଟିଏ ଅତିରିକ୍ତ ବର୍ଷ ହାସଲ କରିଛନ୍ତି। ଭାରତ ଏକ ଯୁବ ଦଳ ହୋଇଥିବାରୁ ଆମେ ଲାଭ ଉଠାଇବାକୁ ଚେଷ୍ଟା କରିବୁ। ଲକ୍‌ଡାଉନ ଶେଷ ହେବା ପରେ ଆମେ ଏକ ବ୍ରେକ୍‌ ନେବୁ ଓ ପ୍ରଶିକ୍ଷଣ ଶିବିର ଆରମ୍ଭ କରିବୁ। ତେବେ ସଙ୍ଗେ ସଙ୍ଗେ ଟୁର ଆରମ୍ଭ କରିବାର ଯୋଜନା ନାହିଁ ବୋଲି ମାରିଜନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri