କରୋନା ବଦଳାଇ ଦେଲା ବେଉସା: କବାଡ଼ି ବ୍ୟବସାୟୀ ବିକିଲେ ପରିବା

ରସୁଲପୁର,୯।୪(ଡିଏନଏ)- କରୋନା ପ୍ରଭାବରେ ସବୁକିଛି ଠପ୍‌ ହୋଇଯାଇଛି। ଛୋଟମୋଟ ବ୍ୟବସାୟରୁ ଆରମ୍ଭ କରି ବଡ଼ବଡ଼ ଶିଳ୍ପସଂସ୍ଥାରେ ତାଲା ଝୁଲୁଛି। ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା କ୍ଷୁଦ୍ର ବ୍ୟବସାୟୀମାନେ। ପରିବାର କେମିତି ଚଳିବ, ଅର୍ଥ କେଉଁଠୁ ଆସିବ ସେହି ଚିନ୍ତା ଘାରିଛି। କରୋନା ପାଇଁ ଲକ୍‌ଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡ଼ିଦେଲେ ଅନ୍ୟ କୌଣସି ଦୋକାନ ଖୋଲାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇ ଥିବାରୁ ଅନେକ କ୍ଷୁଦ୍ର ବ୍ୟବସାୟୀ ଅନ୍ୟ ଉପାୟ ନ ପାଇ ବେଉସା ବଦଳାଇବାକୁ ବାଧ୍ୟ ହୋଇଛନ୍ତି। ଏହିକ୍ରମରେ ଜଣେ କବାଡ଼ିଆ ବ୍ୟବସାୟୀ ଏବେ ପରିବା ବ୍ୟବସାୟୀ ସାଜିଥିବା ଦେଖିବାକୁ ମିଳିଛି।
ଗୁରୁବାର ରାଜ୍ୟ ସରକାର ଲକ୍‌ଡାଉନ ଅବଧି ଏପ୍ରିଲ ୧୪ରୁ ୩୦କୁ ବୃଦ୍ଧି କରିଛନ୍ତି। କ୍ଷୁଦ୍ର ବ୍ୟବସାୟୀମାନେ ରୋଜଗାରଶୂନ୍ୟ ହୋଇପଡ଼ିବାରୁ ପରିବାର ପ୍ରତିପୋଷଣର ବୋଝ ବଢିଯାଇଛି। ଫଳରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଅନାମ ସାହୁ (୩୫) ନାମକ ଜଣେ କବାଡ଼ିଆ ବ୍ୟବସାୟୀ ଏବେ ପରିବା ବ୍ୟବସାୟ କରିବାକୁ ସ୍ଥିର କରିଛନ୍ତି। ତାଙ୍କ ମତରେ ଏବେ ଲକଡାଉନ ଯୋଗୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତି ମିଳୁଛି। ଅନାମ ଦିନେ ସାଇକେଲରେ ଭଙ୍ଗା ଲୁହା, ଟିଣା, କାଚ, ପ୍ଲାଷ୍ଟିକ ସାମଗ୍ରୀ ଧରି ଗାଁରୁ ଗାଁକୁ ବୁଲୁଥିବାବେଳେ ଏବେ ସଞ୍ଚୟ କରିଥିବା ସ୍ବଳ୍ପ ଅର୍ଥରେ ପରିବା ବ୍ୟବସାୟ ଆରମ୍ଭ କରିଛନ୍ତି। କରୋନା ଯୋଗୁ କାମଧନ୍ଦା ବନ୍ଦ ହୋଇଯିବା ପରେ ପରିବାରକୁ ଦୁଇଓଳି ଦୁଇମୁଠା ଖାଇବାକୁ ଦେବା କଷ୍ଟକର ହୋଇପଡିଛି। ପରିବା ବେପାର ଛଡ଼ା ଆଉ ଅନ୍ୟ ବାଟ ନାହିଁ। ଏହି ବ୍ୟବସାୟ ଜରିଆରେ ପରିବାରର ଆର୍ଥତ୍କ ସମସ୍ୟା ଆଂଶିକ ଦୂର ହୋଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri