କଟକ ରୋଡ୍,୯।୪(ଡି.ଏନ୍.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଭୁବନେଶ୍ୱର ଝାରପଡ଼ା ହାଟ ବଣିକ ସଂଘ ପକ୍ଷରୁ ଗୁରୁବାର ୫୧,୫୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଏହା ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ବଣିକ ସଂଘ ସଭାପତି ସୁରେଶ ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସଞ୍ଜୀବ ମିଶ୍ର ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ। ତେବେ ମହାମାରୀ ସମୟରେ ଅସହାୟଙ୍କୁ ରନ୍ଧାଖାଦ୍ୟ ସହ ପୋଲିସ ଏବଂ କରୋନା ଯୋଦ୍ଧାଙ୍କୁ ଖାଦ୍ୟ ବଣ୍ଠନ କାର୍ଯ୍ୟ ଝାରପଡ଼ା ହାଟ ବଣିକ ସଂଘ ପକ୍ଷରୁ ଜାରି ରହିବ ବୋଲି ସଭାପତି ଜେନା ସୂଚନା ଦେଇଛନ୍ତି।
କରୋନା ମୁକାବିଲା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଝାରପଡ଼ା ବଣିକ ସଂଘ ପକ୍ଷରୁ ୫୧ ହଜାର ଟଙ୍କା ପ୍ରଦାନ
ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…
ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...
ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…
ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...
ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍ସେବା, ମାଗଣାରେ ପିଲାଙ୍କୁ ମିଳିବ…
ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍ବିଏସ୍। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...
ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…
ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...
ବନ୍ଧାହେଲେ କୋଟିପତି ଫରେଷ୍ଟର
ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...
ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…
ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...
ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ
ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...
ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ
ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...
Archives


