ଏଇ ଭାରତରେ

ମୁମ୍ବାଇର ଜଣେ ମହିଳା ନିଜସ୍ବ ଉଦ୍ୟମରେ ବର୍ଜ୍ୟବସ୍ତୁକୁ ରିସାଇକ୍ଲିଂ କରିବାରେ ଯେଭଳି ସଫଳତା ପାଇଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ। ଏହି ମହିଳାଙ୍କ ନାମ ମନୀଷା ନାର୍କେ। ତାଙ୍କୁ ବର୍ତ୍ତମାନ ବୟସ ୪୫। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ଘର ସମ୍ମୁଖରେ ଠୁଳ ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁୁଥିବା ଲକ୍ଷ୍ୟ କରିବା ପରେ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନ ଆରମ୍ଭ ହୋଇଥିଲା ତାଙ୍କ ଘରୁ। ସେ ବର୍ଜ୍ୟବସ୍ତୁକୁ ଉପଯୋଗ କରି ଖତ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନଙ୍କଠାରୁ ଏହାର କୌଶଳ ସମ୍ପର୍କରେ ଜାଣିବା ପରେ ଘରେ ଖତ ପ୍ରସ୍ତୁତ କରିଥିଲେ। ପରେ ତାଙ୍କ ଝିଅ ପଢୁଥିବା ସ୍କୁଲ୍‌ର ପିଲାଙ୍କ ମା’ମାନଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ସେମାନେ ମଧ୍ୟ ମନୀଷାଙ୍କ ସହ ହାତ ମିଳାଇଥିଲେ ଓ ୨୦୦୯ରେ ଏକ ସ୍ବେଚ୍ଛାସେବୀ ଗ୍ରୁପ୍‌ ‘ରୁର୍‌’ (ଆର୍‌ ୟୁ ରିଡ୍ୟୁସିଂ, ରିୟୁଜିଂ,ରିସାଇକ୍ଲିଂ ) ଗଠନ କରିଥିଲେ। ୧୦ ବର୍ଷ ମଧ୍ୟରେ ଏହି ଗ୍ରୁପ୍‌ ଆଶାତୀତ ସଫଳତା ହାସଲ କରିପାରିଛି। ବର୍ଷକୁ ୭୫୦ ଟନ୍‌ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ ରିସାଇକ୍ଲିଂ କରାଯାଉଛି ଓ ଏହାଦ୍ୱାରା ୮୦ ଟନ୍‌ କାର୍ବନ୍‌ଡାଇଅକ୍ସାଇଡ ନିର୍ଗମନ କମ୍‌ କରାଯାଇପାରୁଛି ବୋଲି କହନ୍ତି ମନୀଷା। ସେମାନେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ କର୍ମଶାଳା ମାଧ୍ୟମରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷା ଦେଇସାରିଲେଣି। ପ୍ରାୟ ୧୦୦ଟି ସ୍ଥାନରେ ବାୟୋ କମ୍ପୋଷ୍ଟର୍‌ ମଧ୍ୟ ପ୍ରତିଷ୍ଠା କରାଯାଇଛି ଓ ୨୦୦ଟି କେନ୍ଦ୍ରରେ ଖତ ବିକ୍ରି କରାଯାଉଛି। ରୁର୍‌ ଗ୍ରୀନଲାଇଫ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ତା ମାଧ୍ୟମରେ ସେ ‘ରୁର୍‌’ର ଉତ୍ପାଦ ବିକ୍ରି କରୁଛନ୍ତି। ଏହା ମାଧ୍ୟମରେ ବର୍ଜ୍ୟ ପରିଚାଳନା କର୍ମଶାଳା ମୁମ୍ବାଇର ବିଭିନ୍ନ ସ୍କୁଲ, ଅଫିସ୍‌ରେ ଆୟୋଜନ କରାଯାଉଛି। ଟେଟ୍ରାପ୍ୟାକ୍‌ ଇଣ୍ଡିଆ ସହ ମିଳିତ ଭାବେ ରୁର୍‌ ବର୍ଜ୍ୟବସ୍ତୁ ସଂଗ୍ରହ କେନ୍ଦ୍ର ପରିଚାଳନା କରୁଛି। ଟେଟ୍ରା ପ୍ୟାକ୍‌ କାର୍ଟୁନଗୁଡିକୁ ଲୋକମାନଙ୍କଠାରୁ ସଂଗ୍ରହ କରାଯାଇ ତାହାକୁ ରିସାଇକ୍ଲିଂ କରାଯାଉଛି। ସେଥିରୁ ସ୍କୁଲ ଡେସ୍କ,ଗାର୍ଡେନ ବେଞ୍ଚ, ପେନ୍‌ଷ୍ଟାଣ୍ଡ , ଟ୍ରେ ଆଦି ଜିନିଷ ମଧ୍ୟ ତିଆରି କରାଯାଉଛି। ରୁର୍‌ ମାଧ୍ୟମରେ ଏବେସୁଦ୍ଧା ମୁମ୍ବାଇରେ ୪୪ଟି କେନ୍ଦ୍ରରେ ଟେଟ୍ରା ପ୍ୟାକ୍‌ କାର୍ଟୁନ ଓ ୧୮୦ଟି କେନ୍ଦ୍ରରେ ଲୋକଙ୍କଠାରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri