ଡୋକ୍ରା ଶିଳ୍ପକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍‌ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍‌ କରି ଲକ୍‌ଡାଉନ ପରେ ଡୋକ୍ରା ଭଳି କୁଟୀରଶିଳ୍ପକୁ ପୁଞ୍ଜି କରି ପରିବାର ପୋଷୁଥିବା ଶିଳ୍ପୀଙ୍କ ହାତ ଖାଲି। ପର୍ଯ୍ୟଟକ ଆସୁ ନ ଥିବାରୁ ମାନ୍ଦା ଧରିଛି ବେପାର। ଏପରି କି ଦୈନିକ ଗୁଜରାଣ ମେଣ୍ଟାଇବା ବି ସେମାନଙ୍କ ପକ୍ଷରେ ହୋଇଯାଇଛି କାଠିକର ପାଠ।
ଢେଙ୍କାନାଳ ଜିଲା ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ଶିଳ୍ପୀଗ୍ରାମ ଭାବେ ପରିଚିତ ନୂଆଗାଁ । ନବଜୀବନପୁରରୁ ଉଠିଆସି ଏଠାରେ ବସତି ସ୍ଥାପନ କରି ରହୁଛନ୍ତି ୪୦ ଶିଳ୍ପୀ ପରିବାର। ଢେଙ୍କାନାଳ ଡୋକ୍ରା ହସ୍ତଶିଳ୍ପର ଖାସ୍‌ ଚାହିଦା ରହିଛି। ଜିଲା ପରିଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ନୂଆଗାଁ ଆସି ଶିଳ୍ପୀଙ୍କ ସହ ଭାବ ବିନିମୟ କରିବା ସହିତ ହସ୍ତଶିଳ୍ପ ସାମଗ୍ରୀ କିଣି ନେଇଥାନ୍ତି। ସେହିପରି ମେଳା ମହୋତ୍ସବରେ କାରିଗରମାନେ ହାତ ତିଆରି ସାମଗ୍ରୀ ବିକ୍ରି କରି ବେଶ୍‌ ଦୁଇପଇସା ପାଇଥାନ୍ତି। ହେଲେ ଲକ୍‌ଡାଉନ୍‌ ଘୋଷଣା ପରେ ଏବେ ଶିଳ୍ପୀ ଗ୍ରାମ ଖାଁ ଖାଁ । ପର୍ଯ୍ୟଟକ ଆସୁ ନ ଥିବାରୁ ପ୍ରଭାବିତ ହୋଇଛି ଡୋକ୍ରା କାରିଗରଙ୍କ ଜୀବିକା। ସେହିପରି କରୋନା ସଂକ୍ରମଣ ପ୍ରତିରୋଧ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବା କେତେଜଣ ଶିଳ୍ପୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବରିଷ୍ଠ ଡୋକ୍ରା ହସ୍ତଶିଳ୍ପ କାରିଗର ଦୁଃଶାସନ ବେହେରା (୬୭) କୁହନ୍ତି, ୧୫ଦିନ ତଳେ ବ୍ୟବସାୟ ସ୍ବାଭାବିକ ଚାଲିଥିଲା। କିନ୍ତୁ କଟକଣା ଲାଗୁହେବା ପରେ କେହି ଆସୁନାହାନ୍ତି।
ସରକାରଙ୍କ ପକ୍ଷରୁ କେବଳ ଚାଉଳ ଯୋଗାଣ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରି ହେଉଥିବାରୁ ଭାତ, ଡାଲି ସହ ଆଳୁ ଖାଇବା ବି କଷ୍ଟକର ହୋଇପଡୁଛି। ହସ୍ତଶିଳ୍ପ ତିଆରି ପାଇଁ ୩୦୦ ଟଙ୍କା ଦେଇ ଆଣୁଥିବା ମହମ ଓ ପିତଳକୁ ବାଧ୍ୟହୋଇ ୧୫୦ ଟଙ୍କାରେ ବିକି ଦେଉଛୁ। ବ୍ୟବସାୟ ନ ଥିବାରୁ ସାମଗ୍ରୀ ତିଆରି କରି ରଖିବା ଲାଭ ନାହିଁ ବୋଲି ଦୁଃଶାସନ କହିଛନ୍ତି। ସରପଞ୍ଚ ଯେଶସ ସାହୁ କୁହନ୍ତି, ଡୋକ୍ରା କାରିଗର ରହୁଥିବା ବସ୍ତି ଉପରେ ନଜର ରଖାଯାଇଛି। ସେମାନଙ୍କୁ ୩ମାସର ଚାଉଳ ସାଙ୍ଗକୁ ଭତ୍ତା ଦିଆଯାଇଛି। ସରକାରଙ୍କ ପକ୍ଷରୁ ମାସ୍କ ମିଳି ନ ଥିବାରୁ ଦିଆଯାଇପାରି ନାହିଁ। ଭୂତାଣୁ ସଂକ୍ରମଣରୁ ସଚେତନ କରିବାକୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri