Posted inଖେଳ

ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ

ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍‌-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଉପରେ ଦିନକୁ ଦିନ ଚାପ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ପାଇଁ ପୂର୍ବରୁ ବିଶ୍ୱକପ୍‌ର ମ୍ୟୁନିକ୍‌ ସଂସ୍କରଣ ବାତିଲ ହୋଇସାରିଛି। ଦିଲ୍ଲୀ ବିଶ୍ୱକପ୍‌ ପ୍ରକୃତରେ ମାର୍ଚ୍ଚ ୧୫ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ଇଭେଣ୍ଟ ଆରମ୍ଭ ହେବାର ୪ ଦିନ ଆଗରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ
ଟୁର୍ନାମେଣ୍ଟକୁ ଦୁଇ ଭାଗରେ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ରାଇଫଲ ଓ ପିସ୍ତଲ ମେ ୫ରୁ ୧୨ ଏବଂ ଶଟ୍‌ଗନ୍‌୍‌ ପ୍ରତିଯୋଗିତା ଜୁନ୍‌ ୨ରୁ ୯ ପର୍ଯ୍ୟନ୍ତ କରିବା ଲାଗି ସ୍ଥିର ହୋଇଛି। କିନ୍ତୁ କରୋନା ଭାଇରସ୍‌ ଯେପରି ବ୍ୟାପିବାରେ ଲାଗିଛି ଟୁର୍ନାମେଣ୍ଟର ଆୟୋଜନକୁ ନେଇ ରାଇଫଲ ଆସୋସିଏଶନ ଏବେ ଚିନ୍ତାରେ ପଡ଼ିଛି। ଦିଲ୍ଲୀ ପରେ ମ୍ୟୁନିକ ବିଶ୍ୱକପ୍‌ ହୋଇଥାନ୍ତା। ତାହାକୁ ଆଗୁଆ ବାତିଲ କରାଯାଇ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ କେଉଁ ହିସାବରେ ଭାରତରେ ବିଶ୍ୱକପ୍‌ ଆୟୋଜନ ହୋଇ ପାରିବ ସେ ନେଇ ପ୍ରଶ୍ନ ଉଠିଲାଣି। ନୂଆଦିଲ୍ଲୀ ବିଶ୍ୱକପ୍‌ ପୁନଃ ନିର୍ଦ୍ଧାରିତ ସମୟରେ ହେବ କି ନା ତାହା ଏବେଠାରୁ ସ୍ପଷ୍ଟ କରାଯାଉ ବୋଲି କେତେକ ଭାରତୀୟ ଶୁଟର କହିଛନ୍ତି। ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରା ନ ଯାଉ। ଅନ୍ୟକେତେକ କହିଛନ୍ତି, ଓ୍ବିମ୍ବେଲଡନ ଭଳି କେତୋଟି ପ୍ରମୁଖ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରାଯାଇଛି। ଅଲିମ୍ପିକ୍ସକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ବିଶ୍ୱକପ୍‌ ଭଳି ଇଭେଣ୍ଟ ଲାଗି ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି ସମ୍ଭବ ନୁହେଁ। ବର୍ତ୍ତମାନ ଅନିଶ୍ଚିତ ପରିସ୍ଥିତିରେ ଏକ ବିଶ୍ୱକପ୍‌ ଆୟୋଜନ ଉଚିତ୍‌ ହେବ ନାହିଁ। ନିକଟରେ ୩ ଥର ଅଲିମ୍ପିକ ପଦକ ବିଜୟୀ ଶୁଟର ରାଜ୍‌ମଣ୍ଡ ଡେବିଭେସ୍‌ ଇଭେଣ୍ଟକୁ ବାତିଲ କରିବା ଲାଗି ଆହ୍ବାନ ଦେଇଛନ୍ତି। ଅଲିମ୍ପିକ ଗେମ୍ସ ବର୍ଷେ ଘୁଞ୍ଚତ୍ଗଲା। ସମଗ୍ର ଭାରତ ଏବେ କ୍ୱାରାଷ୍ଟାଇନ୍‌ରେ ଥିବାବେଳେ ଆଇଏସ୍‌ଏସ୍‌ଏଫ୍‌ (ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ) କିପରି ରାଇଫଲ ଓ ପିସ୍ତଲ ବିଶ୍ୱକପ୍‌କୁ ନୂଆଦିଲ୍ଲୀରେ କରିବା ଲାଗି ନିଷ୍ପତ୍ତି ନେଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି। ସିଡ୍‌ନୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଡେବିଭେସ୍‌ ୫ଥର ବିଶ୍ୱଚାମ୍ପିୟନ ମଧ୍ୟ ହୋଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଏଥିରେ ବିଶେଷ ଭାବେ ପ୍ରଭାବିତ ଚାଇନା, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ ଓ ଇରାନ ଭଳି ଦେଶର ପର୍ଯ୍ୟଟକଙ୍କ ଲାଗି ଭାରତର ସରକାର କଟକଣା ଜାରି କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନା ଭାଇରସ୍‌କୁ ଏକ ମହାମାରୀ ବୋଲି ଘୋଷଣା କରିଛନ୍ତି। ଏଥିରେ ସମଗ୍ର ବିଶ୍ୱରେ ଇତିମଧ୍ୟରେ ୯.୫ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଥିବାବେଳେ ୪୮,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି। ଭାରତରେ ୨୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୬୦ରୁ ଅଧିକ ମୃତ୍ୟୁ ମୁଖରେ ପଡ଼ି ସାରିଲେଣି। ବୁଧବାର ରାତିରେ ଆଇଏସ୍‌ଏସ୍‌ଏଫ୍‌ର ଏକ ବୈଠକରେ ମ୍ୟୁନିକ୍‌ ବିଶ୍ୱକପ୍‌ ବାତିଲ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri