କରୋନା ମୁକାବିଲା ଲାଗି ସଚେତନତା ସୃଷ୍ଟି କରନ୍ତୁ ସ୍ବେଚ୍ଛାସେବୀ : ଜିଲାପାଳ

ବୌଦ୍ଧ, ୨ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ବୌଦ୍ଧ ଜିଲାର ସ୍ବେଚ୍ଛାସେବୀ ସଂଗଠନମାନଙ୍କ ସହିତ ଜିଲାପାଳ ଆଲୋଚନା କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ଲଲାଟେନ୍ଦୁ ମିଶ୍ର ସାମାଜିକ ଦୂରତା ହିଁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ। ସ୍ବେଚ୍ଛାସେବୀ ସଂଗଠନମାନେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ କରିବାକୁ ଏହି ଅବସରରେ ସେ ପରାମର୍ଶ ଦେଇଛନ୍ତି। ସାରା ଜିଲା ଲକଡାଉନରେ ରହିଥିବାବେଳେ ଅନେକ ଗରିବ, ଅସହାୟ ଖଟିଖିଆ ପରିବାରଙ୍କୁ ଦୁଇଓଳି ପେଟକୁ ମୁଠାଏ ଖାଦ୍ୟ ଯୋଗାଇଦେବା ସମସ୍ତଙ୍କ ପାଇଁ ଏକ ସାମାଜିକ କର୍ତ୍ତବ୍ୟ। ତେଣୁ ସାମାଜିକ ସଂଗଠନ ଓ ବଦାନ୍ୟ ବ୍ୟକ୍ତିବିଶେଷ ଏଥିରେ ଆଗେଇ ଆସିବା ପାଇଁ ଜିଲାପାଳ ମିଶ୍ର ଅନୁରୋଧ କରଥିଲେ। ଜିଲାର ପ୍ରତ୍ୟେକ ପଞ୍ଚାୟତ ପାଇଁ ନୋଡାଲ ସ୍ବେଚ୍ଛାସେବୀ ସଂଗଠନ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ଜିଲାପାଇଁ ମଧ୍ୟ ଦାୟିତ୍ୱ ନିର୍ବାହ କରିବାକୁ ବୈଠକରେ ଅନୁରୋଧ କରାଯାଇଥିଲା। ଗୁରୁବାର ଜିଲାରେ ୩୮୮୬ ଜଣଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଲୋକଙ୍କ ମଧ୍ୟରେ ହାତଧୁଆ ସଚେତନତା, ଖାଦ୍ୟ ବଣ୍ଟନ, ପରିଷ୍କାର ପରିଛନ୍ନତା, ବାହାର ଲୋକଙ୍କୁ ଚିହ୍ନଟ କରି ପଞ୍ଜୀକୃତ କରାଇବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲାର ୧୪ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଅଗ୍ରଣୀ ୱାଇସିଡିଏ ବାଉଁଶୁଣୀକୁ ଜିଲାର ନୋଡାଲ ସ୍ବେଚ୍ଛାସେବୀ ସଂଗଠନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସୁରଭିକୁ ବୌଦ୍ଧ ବ୍ଲକ, ପ୍ରଗତିକୁ କଣ୍ଟାମାଳ ଓ ଲୋକକଳା ବିକାଶ କେନ୍ଦ୍ର ସରସରାକୁ ହରଭଙ୍ଗା ବ୍ଲକର ନୋଡାଲ ସ୍ବେଚ୍ଛାସେବୀ ସଂଗଠନ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଏସ୍‌ପି ଭି. ରଘୁନାଥ ରାଓ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ପ୍ରାର୍ଥିପତ୍ର ଦାଖଲ କଲେ ପରିଣୀତା ମିଶ୍ର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ପରିଣୀତା ମିଶ୍ର ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri