Posted inଫୁରସତ

ଏମିତି ସହର, ଯେଉଁଠି ପଡ଼େ ନାହିଁ ସୂର୍ଯ୍ୟକିରଣ

ବିଶ୍ୱର ଅଧିକାଂଶ ସ୍ଥାନରେ ସୂର୍ଯ୍ୟକିରଣ ପଡ଼ିଥାଏ। ସୂର୍ଯ୍ୟ ହେଉଛନ୍ତି ଶକ୍ତିର ଉତ୍ସ। ଏଥିରୁ ଆଲୋକ ମିଳିଥାଏ। ମାତ୍ର ଏମିତି ଏକ ସହର ଅଛି, ଯେଉଁଠି ଆଦୌ ସୂର୍ଯ୍ୟ କିରଣ ପଡ଼ି ନ ଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ସ୍ଥାନ ହେଉଛି ନର୍‌ଓ୍ବେର ଟ୍ରୋମ୍‌ସୋ ସହର। ଏହା ଆର୍କଟିକ୍‌ ସର୍କଲର ଉତ୍ତରରେ ରହିଛି। ଯେଉଁଠାରେ ପ୍ରତିବର୍ଷ ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ସୂର୍ଯ୍ୟ ଆଦୌ ଦେଖାଯାନ୍ତି ନାହିଁ। କାହିଁ କେଉଁକାଳରୁ ଏଠାକାର ଲୋକେ ଏପରି ଅନ୍ଧାର ସ୍ଥାନରେ ବସବାସ କରିଆସୁଥିଲେ। ମାତ୍ର ବୈଜ୍ଞାନିକମାନେ ଏବେ ଏହି ସମସ୍ୟା ଦୂର କରିଛନ୍ତି। ଏଠାରେ ବୈଷୟିକ ବୈଜ୍ଞାନିକମାନେ ସୂର୍ଯ୍ୟ ଦର୍ପଣ ପ୍ରୟୋଗ କରି ଏହି ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି। ସୂର୍ଯ୍ୟକିରଣ ଆସୁଥିବା ଦିଗରେ ପର୍ବତ ଉପରେ ଏକ ବିରାଟ ସୂର୍ଯ୍ୟ ଦର୍ପଣ ରଖାଯାଇଛି। ଯାହା ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରି ପାହାଡ଼ର ପାଦଦେଶକୁ ଆଲୋକିତ କରୁଛି। ଏଠାରେ ଥିବା ଇଞ୍ଜିନିୟର ସାମ୍‌ ଆଇଡି ଏ ସମ୍ପର୍କରେ ଧାରଣା ଦେଇଥିଲେ। ଯାହା ମାର୍ଟିନ୍‌ ଆଣ୍ଡରସନ୍‌ଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ମାର୍ଟିନ୍‌ ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ ୮ ଲକ୍ଷ ଡଲାର ମୂଲ୍ୟର ଦର୍ପଣ ଲଗାଇଛନ୍ତି। ଏହା ପୂର୍ବରୁ ଲୋକେ କେବୁଲ କାର୍‌ ମାଧ୍ୟମରେ ସୂର୍ଯ୍ୟକିରଣ ଦେଖିବାକୁ ଯାଉଥିଲେ। ପ୍ରାୟ ୫୩୮ ବର୍ଗ ଫୁଟ କ୍ଷେତ୍ରରେ ଏହି ଦର୍ପଣ ଲଗାଯାଇଛି। ଏହି ଦର୍ପଣ ସହରର ୨୧୫୦ ବର୍ଗଫୁଟ କ୍ଷେତ୍ରକୁ ଆଲୋକ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri