Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ କାରଣରୁ ଆଜିର ଆନୁଷ୍ଠାନିକ କାର୍ଯ୍ୟ ବିଶେଷ ଉପଭୋଗ୍ୟ ନ ହୋଇପାରେ | ଅବଶ୍ୟ କର୍ତ୍ତବ୍ୟ ପାଳନରେ ତପତ୍ରତା,ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ନିର୍ବାହକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ  ଆତ୍ମୀୟସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ |
ବୃଷ
ବୃଷ
ଅଷ୍ଟମାଧିପତି ଯୁକ୍ତ ଶନି ହେତୁ ଅଟକି ରହିଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ | ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିଭିନ୍ନ ପ୍ରକାରର ବିରୋଧାମତ୍କ କଥା କହିପାରନ୍ତି | ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ |
ମିଥୁନ
ମିଥୁନ
ଧନାଧିପ ପାପଗ୍ରହ ଯୁକ୍ତ ହେତୁ ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ | ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ସେଥିପାଇଁ ଅନୁତାପ କରିବାକୁ ପଡିପାରେ | ଅଧିକାଂଶ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି |
କର୍କଟ
କର୍କଟ
ରବି ଓ ରାହୁ ମଧ୍ୟସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପ୍ରଶଂସା ସୂଚକ ପଦୁଟିଏ କଥା ମଧ୍ୟ ଶୁଣିବାକୁ ମିଳିବ ନାହିଁ | ଯଥାସାଧ୍ୟ ଚେଷ୍ଟା କଲେ ମଧ୍ୟ ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ସମସ୍ୟା ଆସିପାରେ | ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ |
ସି˚ହ
ସି˚ହ
ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ସମସ୍ତ ସମସ୍ୟା ଓ ପ୍ରତିବନ୍ଧକକୁ ପ୍ରତିହତ କରି ଅଭିଳଷିତ କର୍ମ ସମ୍ପାଦନ କରିପାରିବେ |ପଦାଧିକାରୀଙ୍କ ଆଦେଶପ୍ରାପ୍ତ ହୋଇ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି | ବ୍ୟବସାୟିକ ସମସ୍ୟା, ଯାତ୍ରାରେ ପ୍ରତିବନ୍ଧକଜନିତ ମନ ଅଶାନ୍ତ ରହିପାରେ |
କନ୍ୟା
ଆଜିର ଗ୍ରହସ୍ଥିତିର ପ୍ରଭାବରେ କୌଣସି ସ୍ପର୍ଶକାତର କଥା ସକାଶେ ଟେନ୍ସନ ଲାଗି ରହିବ | ବାଧ୍ୟବାଧକତାରେ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି | ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ | ଅର୍ଥସାହାଯ୍ୟ ପାଇବା, ପଡୋଶୀଙ୍କ ସହାନୁଭୂତି ଲାଭକରିବେ |
ତୁଳା
ତୁଳା
ଶନି ଓ ଶୁକ୍ର ନିଜ ନିଜ ଗୃହରେ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବେ | କିନ୍ତୁ ବନ୍ଧୁଙ୍କ ବାଧିଲାଭଳି କୌଣସି କଥା ଶୁଣି ସବୁ ଆନନ୍ଦ ପାଣିଫୋଟକା ପରି ମିଳାଇଯିବାର ଆଶଙ୍କା ରହିଛି | ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁଁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ |
ବିଛା
ବିଛା
ଲାଭାଧିପ ସ୍ବଗୃହକୁ ଅବଲୋକନ କରୁଥିବାରୁ ଅର୍ଥଲାଭ,କାର୍ଯ୍ୟସିଦ୍ଧି,ନୂତନ ସମ୍ପର୍କସୃଷ୍ଟିରୁ ଖୁସୀ ରହିବେ | କିନ୍ତୁ ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ଯାଉଥିବାର ଅନୁଭବ ମାନସିକ ଦ୍ୱନ୍ଦ୍ୱ ଉପତ୍ନ କରିବ | ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବ୍ୟସ୍ତ ହୋଇପାରନ୍ତି | ବନ୍ଧୁଙ୍କୁ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଭାଗ୍ୟାଧିପତିଙ୍କ ଅନୁଗ୍ରହରୁ ଅର୍ଥ ଲାଭ ସଙ୍ଗକୁ ବନ୍ଧୁ ମାନଙ୍କ ବଦାନ୍ୟତାରୁ ସମ୍ମାନଲାଭ ହେବ | ଭାଙ୍ଗି ପଡିଥିବା ସମ୍ପକର୍କୁ ପୁଣି ଯୋଡିବା ସକାଶେ ଚେଷ୍ଟା କଲେ ସଫଳତା ମିଳିପାରିବ | ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ ଏବଂ ରାଜନୈତିକ ସ୍ତରରେ ସମସ୍ୟା ସମାଧାନରେ ସଫଳତା ମିଳିବ |
ମକର
ମକର
ଶୁକ୍ରଙ୍କ ଶୁଭପ୍ରଭାବରୁ ମନ ଖୁସୀ ରହିବ, ମନୋରଞ୍ଜନର ମଉକାପାଇବେ ଏବଂ ପ୍ରିୟଜନଙ୍କ ସାନ୍ନିଧ୍ୟ ମଧ୍ୟ ମିଳିପାରେ | ଦିନଟି ସବୁ ଦିଗରୁ ଭଲରେ ଯିବ, କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିବାର ସୁଯୋଗ ହାତପାହାନ୍ତାକୁ ଆସିବ | ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ,ବହୁତ ତକଲିପି ସହିବାକୁ ପଡିବ |
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଓ ସତର୍କତା ରକ୍ଷା ନ କଲେ ବିବାଦ ଘେରରେ ପଡିପାରନ୍ତି | ପୁନଶ୍ଚ ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ | ଶତଭିଷା ନକ୍ଷତ୍ର ପାଇଁ ନିର୍ମାଣାଦି କାମରେ, କର୍ମକ୍ଷେତ୍ରରେ ଏବଂ ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି |
ମୀନମୀନ
ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ଯାଇଥିବାରୁ ମନରେ ପ୍ରସନ୍ନତା ଆସିବ | ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ପାରିବାରିିକ ପ୍ରତିରୋଧ ଓ ପ୍ରତିବନ୍ଧକ ଅଭିଳାଷ ପୂରଣରେ ବିଘ୍ନ ସୃଷ୍ଟି କରିବ | କିନ୍ତୁ ରେବତୀ ନକ୍ଷତ୍ର ସକାଶେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ |

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri