ଲକ୍‌ଡାଉନ୍‌କୁ ମାନିଲେନି ଶ୍ରମିକ, ଘରକୁ ଫେରିବା ଲାଗି ଭଙ୍ଗା ଗୋଡ଼ରୁ ନିଜେ ଖୋଲିଦେଲେ ପ୍ଲାଷ୍ଟର

ଭୋପାଳ,୧ା୪ : କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ପରିସ୍ଥିତିରେ ଘରଦ୍ୱାର ଛାଡ଼ି ରୋଜଗାର ଆଶାରେ ବାହାରେ ଯାଇଥିବା କିଛି ଶ୍ରମିକ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଘରକୁ ଫେରିବା ପାଇଁ ଗାଡ଼ିମୋଟର ନାହିଁ। ଚାରିଆଡ଼େ ବନ୍ଦ। ଏତେ କଟକଣା ସତ୍ତ୍ୱେ ମଧ୍ୟ ଶ୍ରମିକମାନେ କିପରି ଘରକୁ ଫେରିବେ ସେ ନେଇ କୌଣସି ବାଧା ବନ୍ଧନକୁ ଖାତିର ନ କରି ଘରମୁହାଁ ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଶ୍ରମିକ ଜଣକ ଘରକୁ ଯିବା ପାଇଁ ଗୋଡ଼ରେ ହୋଇଥିବା ପ୍ଲାଷ୍ଟରକୁ ନିଜେ ନିଜେ ଖୋଲିଦେଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାଜସ୍ଥାନରେ ରହୁଥିବା ଭ୍ରମରଲାଲଙ୍କ ଗୋଡ଼ରେ ପ୍ଲାଷ୍ଟର ହୋଇଥିଲା। ମାତ୍ର ଭଙ୍ଗା ଗୋଡ଼ ଠିକ୍‌ ହୋଇ ନ ଥିଲେ ମଧ୍ୟ ଘରକୁ ଯିବା ପାଇଁ ବାଧ୍ୟ ହୋଇ ସେ ପ୍ଲାଷ୍ଟର ଖୋଲିଦେଇଛନ୍ତି। ପରେ ପାଦରେ ଚାଲିଚାଲି ଘର ଅଭିମୁଖେ ବାହାରିଛନ୍ତି। ରାଜସ୍ଥାନର ବାଙ୍ଗ୍‌ରା ଜିଲାରୁ ନିଜ ଗାଁରେ ପହଞ୍ଚିବା ପାଇଁ ତାଙ୍କୁ ପ୍ରାୟ ୨୪୦ କିଲୋମିଟର ଯାତ୍ରା କରିବାକୁ ପଡ଼ିବ। ଭ୍ରମରଲାଲ କହିଛନ୍ତି, ସ୍ଥାନେ ସ୍ଥାନେ ତାଙ୍କୁ ପୋଲିସ ଅଟକାଉଛି। ମାତ୍ର ତାଙ୍କ ନିକଟରେ ଆଉ ବିକଳ୍ପ ନାହିଁ। ସେ କହିଛନ୍ତି, ତାଙ୍କ ପରିବାରେ ସେ ଏକା। ତେଣୁ ଯେମିତି ହେଲେ ଘରକୁ ଫେରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri